ବର୍ଷା ଅଭାବ, ଚାଷ ସ୍ଥିତି ସଙ୍ଗିନ

ପଦ୍ମପୁର,୧।୯(ପ୍ରଦୀପ୍ତ ଦାଶ): ଶ୍ରାବଣ ମାସ ସରିଗଲା। ମାତ୍ର ଯେତିକି ବର୍ଷା ହେବା କଥା ତାହା ହେଲାନାହିଁ। ଅଗଷ୍ଟ ମାସରେ ପଦ୍ମପୁର ଉପଖଣ୍ଡରେ ୩୭୪ ମିମି ବର୍ଷା ହେବା କଥା। ମାତ୍ର ୨୩୧ ମିମି ବର୍ଷା ରେକର୍ଡ ହୋଇଛି। ଏହି ମାସରେ ମାତ୍ର ୫ଦିନ ବର୍ଷା ହୋଇଥିବା ବେଳେ ସେଥିରୁ ୩ଦିନ କାଁ ଭାଁ ବର୍ଷା ହୋଇଛି। ଫଳରେ ବର୍ଷା ଉପରେ ନିର୍ଭର କରୁଥିବା ପଦ୍ମପୁର ଉପଖଣ୍ଡର ଅନେକ ଚାଷଜମିରେ ରୁଆ ବେଉଷଣ କାମ ହୋଇପାରିନାହିଁ। ଅନେକ ଚାଷୀ ପୂର୍ବରୁ ରୁଆ ବେଉଷଣ ସାରି ଦେଇଥିବା ବେଳେ ଏବେ ଜମି ମାଟି ଫାଟିଯିବା ସହିତ ଧାନ ଗଛ ଲାଲ ହୋଇଗଲାଣି। ବର୍ଷା ଅଭାବରୁ ନଦୀନାଳର ଜଳସ୍ରୋତ ବନ୍ଦ ହୋଇଗଲାଣି। ଏହାର ପ୍ରଭାବରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଉଠାଜଳସେଚନ ଦ୍ୱାରା ହେଉଥିବା ଜଳସେଚନ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ଚାଷୀ ଚିନ୍ତାରେ ପଡିଯାଇଛନ୍ତି। ବର୍ତ୍ତମାନ ଉପଖଣ୍ଡରେ ଚାଷ ସ୍ଥିତି ସଙ୍ଗୀନ ହୋଇପଡିଛି। ଆଗାମୀ ସପ୍ତାହ ଭିତରେ ବର୍ଷା ନ ହେଲେ ସ୍ଥିତି ଆହୁରି ଭୟଙ୍କର ହେବା ସହିତ ଉତ୍କଟ ମରୁଡିର ଆଶଙ୍କାକୁ ଏଡାଇ ହେଉନାହିଁ। ସୂଚନାଯୋଗ୍ୟ, ଏହି ଉପଖଣ୍ଡରେ ଅଗଷ୍ଟ ମାସରେ ୩୭୪.୪ ମିମି ବର୍ଷା ହେବା କଥା। ମାତ୍ର ବିଜେପୁରରେ ୫୦୪ ମିମି, ଗାଇସିଲେଟ ୩୦୪ ମିମି, ଝାରବନ୍ଧ ୨୮୪ ମିମି, ପଦ୍ମପୁର ୨୩୧ମିମି, ପାଇକମାଳ ୨୨୯ମିମି ଓ ସୋହେଲାରେ ୨୪୧ ମିମି ବର୍ଷା ରେକର୍ଡ ହୋଇଛି। ଉପଖଣ୍ଡରେ ୩୧ଦିନ ମଧ୍ୟରୁ ମାତ୍ର ୫/୬ ଦିନ ବର୍ଷା ହୋଇଛି । ପଦ୍ମପୁର ବ୍ଲକର ଦହିତା, ଦହିଗାଁ, ବୁଡେନ ଚାରପାଲି ପଞ୍ଚାୟତର ଅନେକ ଚାଷୀ ଆଗାମୀ ଲଘୁଚାପ ବର୍ଷାକୁ ଅପେକ୍ଷା କରିଛନ୍ତି। ବର୍ଷା ନ ହେଲେ ସେମାନେ ବିଲରେ ଗୋରୁ ଛାଡିବା ପାଇଁ ବାଧ୍ୟ ହେବେ ବୋଲି କହିଛନ୍ତି। ରାଜସ୍ବ ଓ କୃଷି ବିଭାଗ ଅଧିକାରୀ ଚାଷଜମି ପରିଦର୍ଶନ କରିବା ସହ ସରକାରକୁ ଜଣାଇବା ପାଇଁ ଅନେକ ଚାଷୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri