Posted inଫୁରସତ

ହ୍ରଦରେ କମୁଛି ଅମ୍ଳଜାନ

ଜଳବାୟୁ ପରିବର୍ତ୍ତନ କାରଣରୁ ମଧୁର ଜଳପୂର୍ଣ୍ଣ ହ୍ରଦର ଅମ୍ଳଜାନସ୍ତର କମିବାରେ ଲାଗିଛି। ଏହାଦ୍ୱାରା ଜୀବଜଗତ ସମେତ ପରିବେଶ ଉପରେ ବଡ଼ ବିପତ୍ତି ଘନେଇବାରେ ଲାଗିଛି।

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର କଥା ଉଠିଲେ ମନରେ ଉଙ୍କିମାରେ ସମୁଦ୍ର ଜଳପତ୍ତନ ବୃଦ୍ଧି, ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଭଳି ଅନେକ ସମସ୍ୟା। ଗ୍ଲୋବାଲ ଓ୍ବାର୍ମିଂର ପ୍ରଭାବରେ ଛୋଟ ଅଥଚ ଗୁରୁତ୍ୱପୂର୍ଣ୍ଣ କୁହାଯାଉଥିବା ପରିସଂସ୍ଥାର ଅସ୍ତିତ୍ୱ ମଧ୍ୟ ସଙ୍କଟ ଭିତରକୁ ଟାଣିହୋଇଯାଉଛି। ଏଥିରେ ଆଗରେ ରହିଛି ମଧୁର ଜଳପୂର୍ଣ୍ଣ ହ୍ରଦ। ଏଭଳି ଅନେକ ହ୍ରଦରେ ଦ୍ରବୀଭୂତ ଅମ୍ଳଜାନ ପରିମାଣ ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି। ଫଳରେ ଏଭଳି ଜଳାଶୟକୁ ନେଇ ଗଠିତ ପରିସଂସ୍ଥାର ସଂରଚନା ବିଗିଡ଼ିଯିବା ଆଶଙ୍କା ସୃଷ୍ଟି ହୋଇଛି।
ଜଳବାୟୁ ପରିବର୍ତ୍ତନଜନିତ ପ୍ରସଙ୍ଗରେ ସବୁବେଳେ ସାଗର, ମହାସାଗର ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରାଯାଉଥିବାବେଳେ ଏଥିରେ ଛୋଟ ଛୋଟ ହ୍ରଦର ଭୂମିକା ଗୌଣ ହୋଇଯାଉଛି। ହେଲେ ଏଭଳି କ୍ଷୁଦ୍ର ଜଳାଶୟ ଉପରେ ମଧ୍ୟ ତାପମାତ୍ରା ବୃଦ୍ଧିର ପ୍ରଭାବ ପଡୁଛି। ସମଶୀତୋଷ୍ଣ ଜଳବାୟୁ ଅନୁଭୂତ ହେଉଥିବା ଅଞ୍ଚଳର ୩୯୩ଟି ହ୍ରଦକୁ ଜଳନମୁନାକୁ ନେଇ ଦୀର୍ଘଦିନ ହେଲା ପରୀକ୍ଷଣ ଚାଲିଛି। ୧୯୪୧ରୁ ୨୦୧୭ ମଧ୍ୟରେ ହୋଇଥିବା ଏହି ଗବେଷଣାର ଫଳାଫଳ ବେଶ୍‌ ଚିନ୍ତାଜନକ। କାରଣ ବିଗତ ଦିନରେ ହ୍ରଦଜଳରେ ମିଶି ରହିଥିବା ଅମ୍ଳଜାନର ପରିମାଣ କମିବାରେ ଲାଗିଛି। ଏହି ସମସ୍ୟା କେବଳ ହ୍ରଦପୃଷ୍ଠ ଦେଶରେ ସୀମିତ ହୋଇ ରହିନାହିଁ। ହ୍ରଦର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଅନୁରୂପ ପ୍ରଭାବ ଦେଖିବାକୁ ମିଳିଥିବା ବିଶେଷଜ୍ଞମାନେ କହିଛନ୍ତି। ହ୍ରଦରେ ଦ୍ରବୀଭୂତ ଅମ୍ଳଜାନ ସାନ୍ଦ୍ରତାରେ ଏଭଳି ହ୍ରାସ ଦୃଶ୍ୟମାନ ନ ହେଲେ ବି ଏହାର ପ୍ରଭାବ ବ୍ୟାପକ। ଏହାଦ୍ୱାରା ଜୈବ ଭୂରସାୟନ ପ୍ରଭାବିତ ହେବା ଆଶଙ୍କା ସର୍ବାଧିକ, ଯାହାର ସିଧାସଳଖ ପ୍ରଭାବ ମାନବ ସଭ୍ୟତା ଉପରେ ପଡ଼ିବ। ଫଳରେ ଏକ ବୃହତ୍‌ ଜନସଂଖ୍ୟା ଏହାଦ୍ୱାରା ପ୍ରଭାବିତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଅନ୍ୟପଟେ ଅମ୍ଳଜାନସ୍ତର ହ୍ରାସ ପାଇବା ପରେ ହ୍ରଦରେ ବ୍ୟାକ୍ଟେରିଆ ବଂଶ ବୃଦ୍ଧି ପାଏ। ସେମାନେ ମାତ୍ରାଧିକ ମିଥେନ ନିର୍ଗମନ କରିଥାଆନ୍ତି, ଯାହା ଗ୍ରୀନ୍‌ହାଉସ୍‌ ଭଳି ସମସ୍ୟାକୁ ଆମନ୍ତ୍ରଣ କରେ ବୋଲି ବିଶେଷଜ୍ଞ ଦଳ କହିଛନ୍ତି।
ନ୍ୟୁୟର୍କସ୍ଥିତ ରେନ୍‌ସିଲିଏର ପଲିଟେକ୍‌ନିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପରିବେଶ ଜୀବବିଜ୍ଞାନୀ କେଭିନ୍‌ ରୋଜ୍‌ଙ୍କ କହିବା କଥା, ସବୁ ଜଟିଳ ଜୀବନ ଅକ୍ସିଜେନ ଉପରେ ନିର୍ଭରଶୀଳ। ଜଳଚର ପ୍ରାଣୀଙ୍କ ଖାଦ୍ୟର ପ୍ରମୁଖ ମାଧ୍ୟମ ଜଳ। ଜଳରେ ଅମ୍ଳଜାନର ସ୍ତର କମିଯିବା ଫଳରେ ଖାଦ୍ୟପ୍ରଣାଳୀ ଭୟଙ୍କର ଭାବେ ପ୍ରଭାବିତ ହୁଏ। ଏହି ଧାରା ଜାରି ରହିଲେ ବୃହତ୍‌ ସଂଖ୍ୟକ ଜଳଚର ଜୀବ ପ୍ରଜାତି ଲୋପ ପାଇଯିବ। ରୋଜ୍‌ ଆହୁରି ମଧ୍ୟ କହିଛନ୍ତି, ମହାସାଗର ତୁଳନାରେ ହ୍ରଦଗୁଡ଼ିକରେ ୨.୭୫ରୁ ୯.୩ ଗୁଣ ଅଧିକ ଅକ୍ସିଜେନ କମିବାରେ ଲାଗିଛି। ଗତ ୪ ଦଶନ୍ଧି ମଧ୍ୟରେ ଏହି ମାତ୍ରା ୫.୫% ହାରରେ କମିବାରେ ଲାଗିଛି। ଅନ୍ୟପଟେ କେତେକ ହ୍ରଦର ଅମ୍ଳଜାନ ଏବଂ ତାପମାତ୍ରା ଉଭୟ ବଢ଼ିଥିବା ପରିଲକ୍ଷିତ ହୋଇଛି। ଏହା ପଛରେ ‘ସାଇନୋ ବ୍ୟାକ୍ଟେରିଆ’ ଥିବା ବୈଜ୍ଞାନିକମାନେ କହିଛନ୍ତି। ‘ସାଇନୋ ବ୍ୟାକ୍ଟେରିଆ’ ମୁଖ୍ୟତଃ ଜମି ଏବଂ ସହରାଞ୍ଚଳର ପୋଷଣଯୁକ୍ତ ପାଣିରେ ଅଧିକ ମାତ୍ରାରେ ଦେଖାଯାଆନ୍ତି। ବର୍ଷାପାଣି ସହିତ ଏହି ବ୍ୟାକ୍ଟେରିଆ ହ୍ରଦରେ ପହଞ୍ଚତ୍ଥାଆନ୍ତି। ଏହି ପ୍ରଜାତିର ବ୍ୟାକ୍ଟେରିଆ ପୃଥକ୍‌ ଭାବେ ଅମ୍ଳଜାନ ସୃଷ୍ଟି କରିବାରେ ସକ୍ଷମ। ତେଣୁ ଉକ୍ତ ହ୍ରଦଗୁଡ଼ିକରେ ଉଭୟ ଅମ୍ଳଜାନ ଏବଂ ତାପମାତ୍ରା ସମାନ୍ତରାଳ ଭାବେ ବଢୁଥିବା ଜଣାପଡ଼ିଛି।

ତାପମାତ୍ରା ବୃଦ୍ଧି ପାଇଁ ସମସ୍ୟା

ତାପମାତ୍ରା ବୃଦ୍ଧି ଫଳରେ ବାୟୁମଣ୍ଡଳ ଉତ୍ତପ୍ତ ହେଉଛି। ଏହି ଗରମ ବାୟୁ ହ୍ରଦର ଉପରି ଭାଗ ଦେଇ ପ୍ରବାହିତ ହେଲା ବେଳେ ପାଣିକୁ ଉଷ୍ଣ କରିଦେଉଛି। ଏଭଳି ପରିସ୍ଥିତିରେ ଏଥିରେ ଅମ୍ଳଜାନ ମିଶିବା କଷ୍ଟକର ହୋଇଯାଉଛି। ହ୍ରଦ ପୃଷ୍ଠର ପାଣି ଦୀର୍ଘ ସମୟ ଉତ୍ତପ୍ତ ରହିଲେ ଏହି ପ୍ରକ୍ରିୟା ଅଧିକ ସମୟ ଯାଏ ଚାଲୁଛି। ଫଳରେ ଯେତେ ପରିମାଣର ଅମ୍ଳଜାନ ମିଶିବା କଥା ତାହା ହୋଇପାରୁନାହିଁ। ହ୍ରଦର ଗଭୀର ଜଳରେ ମଧ୍ୟ ଅମ୍ଳଜାନ ସ୍ତର ହ୍ରାସ ପାଇବାରେ ଲାଗିଛି। ସାଗର, ମହାସାଗରରେ ଅନୁରୂପ ସମସ୍ୟା ଦୃଷ୍ଟିଗୋଚର ହେଉଥିବା ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri