ଭିତ୍ତିଭୂମି ଅଭାବ, ମଣ୍ଡିରେ ଧାନ ଗଜା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସବୁଠାରୁ ଅଧିକ ଧାନ ଉପତ୍ାଦନ ଯୋଗୁଁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଏଠାରେ ଧାନବିକ୍ରି ସମସ୍ୟା ଅସମାହିତ ରହିଛି। ଅନ୍ୟବର୍ଷ ଅପେକ୍ଷା ଏଥର ଜିଲାର ଚାଷୀମାନେ ଧାନବିକ୍ରିରେ ଅଧିକ ହଟହଟାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ପଟେ ବିଳମ୍ବିତ ଧାନକିଣା ଏବଂ ଅନ୍ୟପଟେ ଅଦିନିଆଁ ବର୍ଷା ଚାଷୀମାନଙ୍କୁ ତଳିତଳାନ୍ତ କରିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିବାବେଳେ ତାହା ବିକ୍ରି ହେଉନାହିଁ। ଅନ୍ୟପଟେ କ୍ରମାଗତ ବ୍ୟବଧାନରେ ବର୍ଷା ଲାଗି ରହିଛି। ଫଳରେ ଖଳାରେ ଧାନ ଭିଜି ନଷ୍ଟ ହେଉଛି। ଭିତ୍ତିଭୂମି ଅଭାବ ଯୋଗୁ ମଣ୍ଡିରେ ମଧ୍ୟ ଧାନ ଗଜା ହେଉଛି ଏବଂ ସେଥିପାଇଁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଜିଲାର ଅଧିକାଂଶ ମଣ୍ଡିରେ ଏଭଳି ସ୍ଥିତି ଉପୁଜିଥିବାବେଳେ ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବରଗଡ଼ ଜିଲାରେ ଗତ ମେ ୧୪ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନରେ ୧୮୯ଟି ମଣ୍ଡି ଖୋଲିଥିଲା। ଅନ୍ୟବର୍ଷ ଅପେକ୍ଷା ଏଥର ମଣ୍ଡି ଖୋଲିବା ପ୍ରାୟ ସପ୍ତାହେ ବିଳମ୍ବିତ ହୋଇଥିଲା। ମଣ୍ଡି ଖୋଲିଥିଲେ ମଧ୍ୟ ଆରମ୍ଭରୁ ଧାନକିଣା ସ୍ବାଭାବିକ ହୋଇ ପାରି ନ ଥିଲା। ଧାନକିଣାରେ ଟୋକନ କଟକଣା ବାଧକ ସାଜିଥିଲା। ଯେଉଁ ଚାଷୀମାନେ ଧାନ ଅମଳ କରିସାରିଥିଲେ, ସେମାନଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ବିଳମ୍ବିତ ରହିଥିଲା। ଅନ୍ୟପଟେ ଯେଉଁ ଚାଷୀମାନେ ଧାନ ଅମଳ କରି ନ ଥିଲେ, ସେମାନଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଆଗୁଆ ରହିଥିଲା। ଏହାକୁ ନେଇ ଆରମ୍ଭରୁ ଧାନକିଣା ସମସ୍ୟା ଦେଖାଦେଇଥିଲା। ଧାନବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନେ ଉଦ୍ଦିଷ୍ଟ ଫର୍ମରେ ସମ୍ଭାବ୍ୟ ବିକ୍ରି ଦିବସ ଉଲ୍ଲେଖ କରିଥାନ୍ତି। ମାତ୍ର ତାକୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉ ନ ଥିବା ଯୋଗୁ ସବୁବର୍ଷ ସେଭଳି ସମସ୍ୟା ଲାଗି ରହିଆସିଛି ବୋଲି ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି।
ପରବର୍ତ୍ତୀ ସମୟରେ ଧାନକିଣା ଚାଲିଥିଲେ ସୁଦ୍ଧା ଆରମ୍ଭରୁ କଟନୀଛଟନୀ ହୋଇଥିଲା। ୪୦ କି.ଗ୍ରା ପ୍ୟାକେଟ୍‌ ପ୍ରତି ୨କେଜି ଧାନ କଟନୀଛଟନୀ ହୋଇଥିଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଅନ୍ୟପଟେ ମେ ମାସ ଶେଷ ସପ୍ତାହରେ ଜିଲାର ପ୍ରତି ବ୍ଲକରେ ଅଦିନିଆଁ ବର୍ଷା ହୋଇଥିଲା। ସେତେବେଳେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବାରୁ କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ଧାନ ବର୍ଷାରେ ଭିଜିଥିଲା। ସବୁଠି ଧାନ ଗଜା ହୋଇ ଗଛ ବାହାରିବା ପରିଲକ୍ଷିତ ହୋଇଥିଲା। ଏହାପରେ ମନଇଚ୍ଛା କଟନୀଛଟନୀ ଚାଲିଥିଲା। ଯେଉଁ ଚାଷୀମାନେ କଟନୀଛଟନୀରେ ରାଜି ହେଉ ନ ଥିଲେ, ସେମାନଙ୍କ ଧାନ ମଣ୍ଡିରୁ ଉଠାଯାଉ ନ ଥିଲା। ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଥିବାବେଳେ ଧାନ ଉଠାଣ ଶୀଥିଳ ହୋଇପଡ଼ିଥିଲା।
ଏଭଳି ସ୍ଥିତିରେ ଜୁନ ମାସରେ ମୌସୁମୀ ସକ୍ରିୟ ହୋଇ ପଡ଼ିଥିଲା ଏବଂ ପୁଣି ବର୍ଷା ହୋଇଥିଲା। ଫଳରେ ପୂର୍ବାପେକ୍ଷା ଧାନ ଉଠାଣ ଆହୁରି ଶୀଥିଳ ହୋଇଥିଲା ଏବଂ କିଛିଦିନ ଧରି ଧାନକିଣାରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଥିଲା। ଫଳରେ ବିକ୍ରି ଅପେକ୍ଷାରେ ମଣ୍ଡିରେ ଦୀର୍ଘଦିନ ଧରି ପଡ଼ିରହିଥିବା ଧାନ ଗଜା ହୋଇଥିଲା। ଭେଡ଼େନ ବ୍ଲକ ସହରାଟିକ୍ରା ମଣ୍ଡିକୁ ଆଣିଥିବା ବହଲପାଲି ଗ୍ରାମର ଚାଷୀ କଳାକାର ଦେହେରୀଙ୍କ ଧାନରେ ଏଭଳି ହୋଇଥିଲା। ସେ ବିକ୍ରି ପାଇଁ ମଣ୍ଡିରେ ପ୍ରାୟ ୫୦୦ ପ୍ୟାକେଟ୍‌ ଧାନ ପକାଇଥିଲେ। ମାତ୍ର ଦୀର୍ଘଦିନ ଧରି ଧାନ ସେଠାରୁ ଉଠାଯାଇ ନ ଥିବା ଯୋଗୁ ପ୍ରାୟ ଶହେ ପ୍ୟାକେଟ୍‌ ଧାନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ କେତେକାଂଶରେ ଗଜା ମଧ୍ୟ ପରିଲକ୍ଷିତ ହୋଇଛି। ଏହାକୁ ନେଇ ସମ୍ପୃକ୍ତ ଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି।
କେବଳ ଏହି ଚାଷୀ ନୁହଁନ୍ତି, ଏଭଳି ଅନେକ ଚାଷୀଙ୍କ କ୍ଷେତ୍ରରେ ସମାନ ସ୍ଥିତି ଉପୁଜିଛି। ସେମାନେ ଧାନ ମଣ୍ଡିକୁ ଆଣିଛନ୍ତି। ମାତ୍ର କେତେବେଳେ କଟନୀଛଟନୀ ତ ଆଉ କେତେବେଳେ ଟାର୍ଗେଟ୍‌ ଅଭାବ ଦର୍ଶାଇ ସେମାନଙ୍କ ଧାନ ଉଠାଯାଉନାହିଁ। ଫଳରେ ମଣ୍ଡିରେ ସମ୍ପୃକ୍ତ ଚାଷୀଙ୍କ ଧାନ ନଷ୍ଟ ହେଉଛି। ଅନ୍ୟପଟେ ଜିଲାରେ ସମସ୍ତ ଚାଷୀ ଧାନ ବିକ୍ରି କରି ସାରି ନ ଥିବାବେଳେ ଗୋଟିଏ ପରେ ଗୋଟିଏ ମଣ୍ଡିକୁ ବନ୍ଦ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଜିଲାର ୨୨ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା-୨୪୫୩, ତା-୧୮।୬।୨୦୨୫ରିଖ ଅନୁଯାୟୀ, ଜିଲାର ଗୁର୍ଖାପାଲି, କଟାପାଲି(ବରପାଲି), ନାରଙ୍ଗପୁର, ଜଗଦଲପୁର, ଜାମସେଠ, ବୁକ୍ରାମୁଣ୍ଡା, ପଲସଦା, ଟେମରି, ବୁଡ଼ାମାଲ, ସରକଣ୍ଡା, ରେଙ୍ଗାଲି, ଅମଠି, ଗର୍ଭନା, କଂସର, ଭେଙ୍ଗରାଜପୁର, ଜାମସେଠ, ଗୋବିନ୍ଦପୁର, ତୋରା, ବିରମାଳ, ବନ୍ଧପାଲି, ଲଖନପୁର, ମହୁଲପାଲି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri