ଭିତ୍ତିଭୂମି ଅଭାବ, ମଣ୍ଡିରେ ଧାନ ଗଜା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସବୁଠାରୁ ଅଧିକ ଧାନ ଉପତ୍ାଦନ ଯୋଗୁଁ ଜିଲାର ଏଭଳି ପରିଚୟ ରହିଛି। ମାତ୍ର ଏଠାରେ ଧାନବିକ୍ରି ସମସ୍ୟା ଅସମାହିତ ରହିଛି। ଅନ୍ୟବର୍ଷ ଅପେକ୍ଷା ଏଥର ଜିଲାର ଚାଷୀମାନେ ଧାନବିକ୍ରିରେ ଅଧିକ ହଟହଟାର ସମ୍ମୁଖୀନ ହୋଇଛନ୍ତି। ଗୋଟିଏ ପଟେ ବିଳମ୍ବିତ ଧାନକିଣା ଏବଂ ଅନ୍ୟପଟେ ଅଦିନିଆଁ ବର୍ଷା ଚାଷୀମାନଙ୍କୁ ତଳିତଳାନ୍ତ କରିଛି। ଚାଷୀମାନେ ମଣ୍ଡିକୁ ଧାନ ଆଣୁଥିବାବେଳେ ତାହା ବିକ୍ରି ହେଉନାହିଁ। ଅନ୍ୟପଟେ କ୍ରମାଗତ ବ୍ୟବଧାନରେ ବର୍ଷା ଲାଗି ରହିଛି। ଫଳରେ ଖଳାରେ ଧାନ ଭିଜି ନଷ୍ଟ ହେଉଛି। ଭିତ୍ତିଭୂମି ଅଭାବ ଯୋଗୁ ମଣ୍ଡିରେ ମଧ୍ୟ ଧାନ ଗଜା ହେଉଛି ଏବଂ ସେଥିପାଇଁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି। ଜିଲାର ଅଧିକାଂଶ ମଣ୍ଡିରେ ଏଭଳି ସ୍ଥିତି ଉପୁଜିଥିବାବେଳେ ଏହାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ବରଗଡ଼ ଜିଲାରେ ଗତ ମେ ୧୪ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନରେ ୧୮୯ଟି ମଣ୍ଡି ଖୋଲିଥିଲା। ଅନ୍ୟବର୍ଷ ଅପେକ୍ଷା ଏଥର ମଣ୍ଡି ଖୋଲିବା ପ୍ରାୟ ସପ୍ତାହେ ବିଳମ୍ବିତ ହୋଇଥିଲା। ମଣ୍ଡି ଖୋଲିଥିଲେ ମଧ୍ୟ ଆରମ୍ଭରୁ ଧାନକିଣା ସ୍ବାଭାବିକ ହୋଇ ପାରି ନ ଥିଲା। ଧାନକିଣାରେ ଟୋକନ କଟକଣା ବାଧକ ସାଜିଥିଲା। ଯେଉଁ ଚାଷୀମାନେ ଧାନ ଅମଳ କରିସାରିଥିଲେ, ସେମାନଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ବିଳମ୍ବିତ ରହିଥିଲା। ଅନ୍ୟପଟେ ଯେଉଁ ଚାଷୀମାନେ ଧାନ ଅମଳ କରି ନ ଥିଲେ, ସେମାନଙ୍କୁ ମିଳିଥିବା ଟୋକନରେ ବିକ୍ରି ଦିବସ ଆଗୁଆ ରହିଥିଲା। ଏହାକୁ ନେଇ ଆରମ୍ଭରୁ ଧାନକିଣା ସମସ୍ୟା ଦେଖାଦେଇଥିଲା। ଧାନବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନେ ଉଦ୍ଦିଷ୍ଟ ଫର୍ମରେ ସମ୍ଭାବ୍ୟ ବିକ୍ରି ଦିବସ ଉଲ୍ଲେଖ କରିଥାନ୍ତି। ମାତ୍ର ତାକୁ ବିଭାଗୀୟ ଅଧିକାରୀମାନେ ଗୁରୁତ୍ୱ ଦେଉ ନ ଥିବା ଯୋଗୁ ସବୁବର୍ଷ ସେଭଳି ସମସ୍ୟା ଲାଗି ରହିଆସିଛି ବୋଲି ଚାଷୀନେତା ସୁରେଶ ନେକାଣ୍ଟି କହିଛନ୍ତି।
ପରବର୍ତ୍ତୀ ସମୟରେ ଧାନକିଣା ଚାଲିଥିଲେ ସୁଦ୍ଧା ଆରମ୍ଭରୁ କଟନୀଛଟନୀ ହୋଇଥିଲା। ୪୦ କି.ଗ୍ରା ପ୍ୟାକେଟ୍‌ ପ୍ରତି ୨କେଜି ଧାନ କଟନୀଛଟନୀ ହୋଇଥିଲା ବୋଲି ଚାଷୀମାନେ ଅଭିଯୋଗ କରିଥିଲେ। ଅନ୍ୟପଟେ ମେ ମାସ ଶେଷ ସପ୍ତାହରେ ଜିଲାର ପ୍ରତି ବ୍ଲକରେ ଅଦିନିଆଁ ବର୍ଷା ହୋଇଥିଲା। ସେତେବେଳେ ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଚାଲିଥିବାରୁ କ୍ଷେତ, ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ଧାନ ବର୍ଷାରେ ଭିଜିଥିଲା। ସବୁଠି ଧାନ ଗଜା ହୋଇ ଗଛ ବାହାରିବା ପରିଲକ୍ଷିତ ହୋଇଥିଲା। ଏହାପରେ ମନଇଚ୍ଛା କଟନୀଛଟନୀ ଚାଲିଥିଲା। ଯେଉଁ ଚାଷୀମାନେ କଟନୀଛଟନୀରେ ରାଜି ହେଉ ନ ଥିଲେ, ସେମାନଙ୍କ ଧାନ ମଣ୍ଡିରୁ ଉଠାଯାଉ ନ ଥିଲା। ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଥିବାବେଳେ ଧାନ ଉଠାଣ ଶୀଥିଳ ହୋଇପଡ଼ିଥିଲା।
ଏଭଳି ସ୍ଥିତିରେ ଜୁନ ମାସରେ ମୌସୁମୀ ସକ୍ରିୟ ହୋଇ ପଡ଼ିଥିଲା ଏବଂ ପୁଣି ବର୍ଷା ହୋଇଥିଲା। ଫଳରେ ପୂର୍ବାପେକ୍ଷା ଧାନ ଉଠାଣ ଆହୁରି ଶୀଥିଳ ହୋଇଥିଲା ଏବଂ କିଛିଦିନ ଧରି ଧାନକିଣାରେ ଅଚଳାବସ୍ଥା ପରିସ୍ଥିତି ଉପୁଜିଥିଲା। ଫଳରେ ବିକ୍ରି ଅପେକ୍ଷାରେ ମଣ୍ଡିରେ ଦୀର୍ଘଦିନ ଧରି ପଡ଼ିରହିଥିବା ଧାନ ଗଜା ହୋଇଥିଲା। ଭେଡ଼େନ ବ୍ଲକ ସହରାଟିକ୍ରା ମଣ୍ଡିକୁ ଆଣିଥିବା ବହଲପାଲି ଗ୍ରାମର ଚାଷୀ କଳାକାର ଦେହେରୀଙ୍କ ଧାନରେ ଏଭଳି ହୋଇଥିଲା। ସେ ବିକ୍ରି ପାଇଁ ମଣ୍ଡିରେ ପ୍ରାୟ ୫୦୦ ପ୍ୟାକେଟ୍‌ ଧାନ ପକାଇଥିଲେ। ମାତ୍ର ଦୀର୍ଘଦିନ ଧରି ଧାନ ସେଠାରୁ ଉଠାଯାଇ ନ ଥିବା ଯୋଗୁ ପ୍ରାୟ ଶହେ ପ୍ୟାକେଟ୍‌ ଧାନ କ୍ଷତିଗ୍ରସ୍ତ ହୋଇଥିଲା ଏବଂ କେତେକାଂଶରେ ଗଜା ମଧ୍ୟ ପରିଲକ୍ଷିତ ହୋଇଛି। ଏହାକୁ ନେଇ ସମ୍ପୃକ୍ତ ଚାଷୀ ଚିନ୍ତିତ ହୋଇ ପଡ଼ିଛନ୍ତି।
କେବଳ ଏହି ଚାଷୀ ନୁହଁନ୍ତି, ଏଭଳି ଅନେକ ଚାଷୀଙ୍କ କ୍ଷେତ୍ରରେ ସମାନ ସ୍ଥିତି ଉପୁଜିଛି। ସେମାନେ ଧାନ ମଣ୍ଡିକୁ ଆଣିଛନ୍ତି। ମାତ୍ର କେତେବେଳେ କଟନୀଛଟନୀ ତ ଆଉ କେତେବେଳେ ଟାର୍ଗେଟ୍‌ ଅଭାବ ଦର୍ଶାଇ ସେମାନଙ୍କ ଧାନ ଉଠାଯାଉନାହିଁ। ଫଳରେ ମଣ୍ଡିରେ ସମ୍ପୃକ୍ତ ଚାଷୀଙ୍କ ଧାନ ନଷ୍ଟ ହେଉଛି। ଅନ୍ୟପଟେ ଜିଲାରେ ସମସ୍ତ ଚାଷୀ ଧାନ ବିକ୍ରି କରି ସାରି ନ ଥିବାବେଳେ ଗୋଟିଏ ପରେ ଗୋଟିଏ ମଣ୍ଡିକୁ ବନ୍ଦ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଜିଲାର ୨୨ ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି। ଜିଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା-୨୪୫୩, ତା-୧୮।୬।୨୦୨୫ରିଖ ଅନୁଯାୟୀ, ଜିଲାର ଗୁର୍ଖାପାଲି, କଟାପାଲି(ବରପାଲି), ନାରଙ୍ଗପୁର, ଜଗଦଲପୁର, ଜାମସେଠ, ବୁକ୍ରାମୁଣ୍ଡା, ପଲସଦା, ଟେମରି, ବୁଡ଼ାମାଲ, ସରକଣ୍ଡା, ରେଙ୍ଗାଲି, ଅମଠି, ଗର୍ଭନା, କଂସର, ଭେଙ୍ଗରାଜପୁର, ଜାମସେଠ, ଗୋବିନ୍ଦପୁର, ତୋରା, ବିରମାଳ, ବନ୍ଧପାଲି, ଲଖନପୁର, ମହୁଲପାଲି ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟା ବନ୍ଦ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri