ଭିତ୍ତିଭୂମି ଅଭାବ, ପ୍ରାଣୀ ଚିକିତ୍ସା ପ୍ରଭାବିତ

ରାଉରକେଲା,୩୧।୭(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ପ୍ରାଣୀ ଚିକିତ୍ସାଳୟରେ ଭିତ୍ତିଭୂମି ଅଭାବ ଯୋଗୁ ପ୍ରାଣୀ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି। କେଉଁଠି ନିଜସ୍ବ ଘର ନାହିଁ ତ ଆଉ କେଉଁଠି ଭଡାରେ ଚାଲିଛି। ସେହିପରି କର୍ମଚାରୀଙ୍କ ଅଭାବ ମଧ୍ୟ ରହିଛି। ଏଭଳି ଦୀର୍ଘବର୍ଷ ଧରି ଚାଲିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ।
ରାଉରକେଲା ମହାନଗର ନିଗମ ଅଧୀନ ୪୦ଟି ଓ୍ବାର୍ଡର ପ୍ରାଣୀଙ୍କ ଚିକିତ୍ସା ସେବା ପାଇଁ ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ଅଧୀନରେ ରଘୁନାଥପାଲି, ଛେଣ୍ଡ, ବିଶ୍ରା ରୋଡ ଓ ସେକ୍ଟର-୧୪ରେ ୪ଟି ଏଲ୍‌ଆଇ କେନ୍ଦ୍ର ରହିଛି। ତେବେ ବର୍ଷ ବର୍ଷ ଧରି ରଘୁନାଥପାଲି ଓ ଛେଣ୍ଡରେ ଥିବା ଏଲ୍‌ଆଇ କେନ୍ଦ୍ର ପାଇଁ ଆବଶ୍ୟକ ଜମି ମିଳୁ ନ ଥିବାରୁ ନୂତନ କେନ୍ଦ୍ର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଏହି ଦୁଇ କେନ୍ଦ୍ର ଏବେ ମଧ୍ୟ ଭଡାରେ ଚାଲିଛି। ସେହିପରି ବିଶ୍ରା ରୋଡ୍‌ ଏବଂ ସେକ୍ଟର-୧୪ ଏଲ୍‌ଆଇ କେନ୍ଦ୍ର ଦୀର୍ଘବର୍ଷ ହେଲା ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଫଳରେ ସହରର ପ୍ରାଣୀ ଚିକିତ୍ସା ବ୍ୟାହତ ହେଉଛି। ରାଉରକେଲା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ଗାଈ ୭୧୦୨, ମଇଁଷ ୧୬୮୬, ମେଣ୍ଡା ୧୨୧, ଛେଳି ୪୭୧୧, ଘୁଷୁରି ୩୫୯, ବତକ ୨୧୯, କୁକୁର ୯୫୮୦, ବଳଦ ୫୮୦, କୁକୁଡା ୧୪୩୩୭ ଏବଂ ପୋଷା କୁକୁର ୧୫ହଜାର ରହିଛନ୍ତି। ଉକ୍ତ ପ୍ରାଣୀ ଚିକିତ୍ସାଳୟ ଅଧୀନ ୪ଟି ଏଲ୍‌ଆଇ କେନ୍ଦ୍ରରେ ଜଣେ ସୁଦ୍ଧା ଚତୁର୍ଥ କର୍ମଚାରୀ ନାହାନ୍ତି। ଫଳରେ ଏଲ୍‌ଆଇମାନେ ସମସ୍ତ କାମ ତୁଲାଉଛନ୍ତି। ଏଥିସହ ମୁଖ୍ୟ କେନ୍ଦ୍ରରେ ଜଣେ ମାତ୍ର ଚୌକିଦାର ଥିବା ବେଳେ ଅନ୍ୟ ସବୁଠି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦବୀ ଦୀର୍ଘବର୍ଷରୁ ପୂରଣ ହେଉନି। ସେହିପରି ୪ଜଣ ପ୍ରାଣୀସମ୍ପଦ ବିଶେଷଜ୍ଞ ବଦଳରେ ୩ ଜଣରେ କାମ ଚାଲିଛି। ଏତଦବ୍ୟତୀତ ମୁଖ୍ୟକେନ୍ଦ୍ରରୁ ଆବଶ୍ୟକ ମୁତାବକ ଔଷଧ ମଧ୍ୟ ମିଳୁନି। ଏକମାତ୍ର ଭେଟେନାରୀ ୟୁନିଟ୍‌ ଦ୍ୱାରା ସହରସାରା ଭ୍ରାମ୍ୟମାଣ କ୍ୟାମ୍ପ ଚାଲିଥିବା ବେଳେ ବର୍ଷ ବର୍ଷ ଧରି ଭେଟେନାରୀ ୟୁନିଟ ଅନୁପାତ ବୃଦ୍ଧି ଦାବି ପୂରଣ ହେଉନାହିଁ। କର୍ମଚାରୀଙ୍କ ରହିବା ପାଇଁ କ୍ୱାର୍ଟର ବ୍ୟବସ୍ଥା ମଧ୍ୟ ନାହିଁ। ଏଭଳି ନାନା ସମସ୍ୟା ଏବଂ ଅସଜଡା ଭିତ୍ତିଭୂମି ଯୋଗୁ ଦିନକୁ ଦିନ ପ୍ରାଣୀସମ୍ପଦ ସେବା କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏସବୁ ଦିଗରେ ତ୍ୱରିତ ପଦକ୍ଷେପ ନିଆ ନ ଗଲେ ରାଉରକେଲାରେ ପ୍ରାଣୀସମ୍ପଦ ହ୍ରାସ ପାଇବା ଆଶଙ୍କା ପ୍ରକାଶ ପାଇଛି। ଏ ନେଇ ରାଉରକେଲା ପ୍ରାଣୀସମ୍ପଦ ବିଭାଗ ଅଧିକାରୀ ପ୍ରସନ୍ନ କୁମାର ମହାରଣାଙ୍କୁ ପଚାରିବାରୁ ସେ କହିଲେ, ରାଉରକେଲା ପ୍ରାଣୀ ଚିକିତ୍ସାଳୟର ପୂର୍ବ ସମସ୍ୟା ଧୀରେ ଧୀରେ ସମାଧାନ ହେଉଛି। ଇତିମଧ୍ୟରେ ହସ୍ପିଟାଲ କ୍ୟାମ୍ପସରେ ୧କୋଟି ୬୦ଲକ୍ଷ ଟଙ୍କା ବ୍ୟୟରେ ନୂତନ ବିଲ୍ଡିଂ କାମ ଚାଲିଛି। ଏହାପରେ କର୍ମଚାରୀଙ୍କ ସମସ୍ୟା ଦୂର ହେବ। ଭିତ୍ତିଭୂମି ସଜଡାଯିବା ସହ ପ୍ରାଣୀ ସେବାରେ ଉନ୍ନତି ପାଇଁ ଆଗକୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମହାରଣା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା ଆରମ୍ଭ: ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ

ତାଳଚେର,୩୧।୩(ମନୋଜ ନନ୍ଦ): ମଙ୍ଗଳବାର ଆରମ୍ଭ ହୋଇଛି ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ନବଦିନାତ୍ମକ ବାର୍ଷିକ ଯାତ୍ରା ଏବଂ ଲୋକ ମହୋତ୍ସବ। ଏନେଇ ଅଞ୍ଚଳ ଚଳଚଞ୍ଚଳ ହୋଇପଡିଛି।…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri