ରକ୍ତଭଣ୍ଡାରରେ ରକ୍ତ ଅଭାବ

ବ୍ରହ୍ମପୁର,୧୪।୧(ସୁବାସ ଚନ୍ଦ୍ର ପାଢ଼ୀ)ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ ପରିସରରେ ଥିବା ରକ୍ତଭଣ୍ଡାରରେ ରକ୍ତର ଅଭାବ ପରିଲକ୍ଷିତ ହୋଇଛି। ସ୍ଥିତି ଏଭଳି ହୋଇଛି ଯେ ନେଗେଟିଭ ଗ୍ରୁପ ପୂରା ଖାଲି ହୋଇଯାଇଛି। ଫଳରେ ଜରୁରୀ ପରିସ୍ଥିତିରେ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୀତ ଦିନରେ ଏଭଳି ରକ୍ତ ଅଭାବ ଲୋକଙ୍କୁ ଚକିତ କରିଛି। ରକ୍ତଭଣ୍ଡାରରେ ମୋଟ ରକ୍ତ ୟୁନିଟ ସଂଖ୍ୟା ୧୦୦ ମଧ୍ୟରେ ସୀମିତ ରହିଛି। ଫଳରେ ରୋଗୀ ଠିକ୍‌ ସମୟରେ ରକ୍ତ ନ ପାଇ ହନ୍ତସନ୍ତ ହେଉଛନ୍ତି। ପୂର୍ବରୁ ଶିବିର ଜରିଆରେ ଯେଭଳି ରକ୍ତ ସଂଗ୍ରହ ହେଉଥିଲା, ସେଥିରେ ହ୍ରାସ ଘଟିଥିବାରୁ ରକ୍ତ ଅଭାବ ସମସ୍ୟା ଦେଖାଦେଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏବେ ସମସ୍ତଙ୍କ ପାଇଁ ରକ୍ତ ମାଗଣାରେ ପ୍ରଦାନ କରାଯାଉଛି। ଯେଉଁମାନେ ରକ୍ତ ନେଉଛନ୍ତି, ସେମାନଙ୍କର ସମ୍ପର୍କୀୟଙ୍କୁ ଗୋଟିଏ ୟୁନିଟ ରକ୍ତଦାନ କରିବାକୁ କୁହାଯାଉଛି। ଯେଉଁମାନେ ରକ୍ତଦାତା ଯୋଗାଡ କରିପାରୁ ନାହାନ୍ତି, ସେମାନଙ୍କ ମଧ୍ୟରେ ରକ୍ତ ପ୍ରଦାନ କରାଯାଉଛି। ସେପଟେ ପ୍ରତିମାସରେ ୫ଶହରୁ ଊଦ୍ଧର୍‌ବ ଥାଲାସେମିଆ, ସିକିଲସେଲ ଓ ହେମୋଫିଲିଆ ରୋଗୀ ମଧ୍ୟ ରକ୍ତଭଣ୍ଡାରରୁ ରକ୍ତ ନେଇଥାନ୍ତି। ରକ୍ତଭଣ୍ଡାରରେ ଅଭାବ ପରିଲକ୍ଷିତ ହେଲେ ଏହି ରୋଗୀମାନେ ମଧ୍ୟ ଠିକ ସମୟରେ ରକ୍ତ ପାଇବାରୁ ବଞ୍ଚିତ ହୋଇଥାନ୍ତି। ଶନିବାର ରେକର୍ଡ ଅନୁସାରେ ଏମକେସିଜି ରକ୍ତଭଣ୍ଡାରରେ ମୋଟ ଶହେ ୟୁନିଟ ରକ୍ତ ଗଚ୍ଛିତ ରହିଛି। ଏ- ପଜିଟିଭ ରକ୍ତ ୨୩ ୟୁନିଟ ରହିଥିବା ବେଳେ ବି- ପଜିଟିଭ ୧୩ ୟୁନିଟ, ଏବି-ପଜିଟିଭ ୧ୟୁନିଟ ଓ ଓ-ପଜିଟିଭ ୩୯ ୟୁନିଟ ରହିଛି। ସେହିପରି ଏ- ନେଗେଟିଭ ଏବଂ ଓ -ନେଗେଟିଭ ଗ୍ରୁପ ରକ୍ତ ଖାଲି ରହିଛି। ସେହିପରି ବି-ନେଗେଟିଭ ଓ ଏବି -ନେଗେଟିଭ ମଧ୍ୟ ଖାଲି ରହିଥିବା ରକ୍ତ ଭଣ୍ଡାର କର୍ତ୍ତୃପକ୍ଷଙ୍କ ତରଫରୁ ଜାରି ହୋଇଥିବା ତଥ୍ୟରୁ ଜଣାପଡିଛି। ଅନ୍ୟପଟେ ରକ୍ତଭଣ୍ଡାରରେ ପ୍ଲାଟଲେଟ ମଧ୍ୟ ଅଭାବ ରହିଛି। ସାଧାରଣତଃ ଖରାଦିନ ଆସିଲେ ରକ୍ତ ଅଭାବ ସମସ୍ୟା ଦେଖା ଦେଇଥାଏ। ଖରାଦିନରେ ଶିବିର ସଂଖ୍ୟା କମିବାରୁ ଏଭଳି ସମସ୍ୟା ହୋଇଥାଏ। ଏବେ ଜାନୁଆରୀରୁ ରକ୍ତ ଅଭାବ ସମସ୍ୟା ଦେଖାଦେଲାଣି। ଖରା ବଢ଼ିଲେ ଶିବିର ସଂଖ୍ୟା ଆହୁରି ହ୍ରାସ ପାଇବ। ତେଣୁ ବିଭିନ୍ନ ସମୟରେ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରି ରକ୍ତ ଅଭାବ ପୂରଣ କରିବାକୁ ଆହ୍ବାନ ଦିଆଯାଇଛି। ଏ ସମ୍ପର୍କରେ ଏମକେସିଜି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ, ରୋଗୀଙ୍କ ଆବଶ୍ୟକତା ଅନୁସାରେ ରକ୍ତ ଦିଆଯାଉଛି। ବର୍ତ୍ତମାନ ବିଭିନ୍ନ ବର୍ଗର ୭୬ ୟୁନିଟ ରକ୍ତ ଗଚ୍ଛିତ ରହିଛି। ଜରୁରୀ ସମୟରେ ଯଦି ନେଗେଟିଭ ଗ୍ରୁପ ରକ୍ତ ଆବଶ୍ୟକ ପଡ଼େ ତେବେ ରକ୍ତଭଣ୍ଡାର ତରଫରୁ ସ୍ବେଚ୍ଛାସେବୀଙ୍କୁ ଯୋଗାଯୋଗ କରି ରକ୍ତ ଯୋଗାଡ଼ କରାଯାଇଥାଏ ବୋଲି କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri