ଶଯ୍ୟା ଅଭାବ, ଚଟାଣରେ ରୋଗୀ ଚିକିତ୍ସା

ରାଉରକେଲା ଅଫିସ,୧୬।୧: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ସହରର ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ପଶ୍ଚିମ ଓଡିଶା ସମେତ ପଡୋଶୀ ୩ଟି ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଡାକ୍ତରଖାନାରେ ବିଭିନ୍ନ ଅଭିଜ୍ଞ ଡାକ୍ତର ସାଙ୍ଗକୁ ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ୨୪ ଘଣ୍ଟା ଔଷଧ ବିତରଣ ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁ ବିଭିନ୍ନ ସମୟରେ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଆର୍‌ଜିଏଚ୍‌ରେ ରୋଗୀ ସଂଖ୍ୟା ଅନୁଯାୟୀ ଶଯ୍ୟା ଅଭାବ ଯୋଗୁ ବିଭିନ୍ନ ସମୟରେ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହୋଇଥାନ୍ତି।
ପୂର୍ବରୁ ଆର୍‌ଜିଏଚ୍‌ରେ ୧୨୮ ଶଯ୍ୟା ଥିବାବେଳେ ୨୦୧୯ରେ ଏହାକୁ ୪ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବେ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ବିଭିନ୍ନ ବିଭାଗରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଥିଲା। କିନ୍ତୁ ବର୍ତ୍ତମାନ ଯେଭଳି ଭାବେ ଡାକ୍ତରଖାନାକୁ ରୋଗୀ ଆସୁଛନ୍ତି ଏତିକି ଶଯ୍ୟା କମ୍‌ ପଡୁଥିବା ଅଭିିଯୋଗ ହୋଇଛି। ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୧୫ଟି ଶଯ୍ୟାଥିବାବେଳେ ଅସ୍ଥିଶଲ୍ୟ ବିଭାଗରେ ୨୦, ସର୍ଜରୀ ବିଭାଗରେ ପୁରୁଷଙ୍କ ପାଇଁ ୨୪ ଓ ମହିଳାଙ୍କ ପାଇଁ ୧୮, ଭେଷଜ ବିଭାଗରେ ପୁରୁଷଙ୍କ ପାଇଁ ୨୪ ଓ ମହିଳାଙ୍କ ପାଇଁ ୩୨ ଶଯ୍ୟା ରହିଛି। ସେହିପରି କ୍ୟାନସର କେୟାର ୟୁନିଟ୍‌ରେ ୬, ରୋଗ ସଂକ୍ରମିତ ବିଭାଗରେ ୨୦, ଶିଶୁ ବିଭାଗରେ ୪୦, ଏସ୍‌ଏନ୍‌ସିୟୁରେ ୧୨, ଚକ୍ଷୁ ବିଭାଗରେ ୧୦, କ୍ୟାବିନ୍‌ରେ ୧୬, ବର୍ଣ୍ଣ ସେଣ୍ଟରରେ ୧୨, ଟିବି ଓ ଚେଷ୍ଟ ବିଭାଗରେ ୧୦ ଏବଂ ଅନ୍ୟାନ୍ୟ ବିଭାଗରେ ୧୬ ଶଯ୍ୟା ରହିଛି। ରାଜ୍ୟ ସରକାର ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ୩ ବର୍ଷ ତଳେ ୪ଶହକୁ ଘୋଷଣା କରିଥିଲେ ମଧ୍ୟ ଆଜିଯାଏଁ ମାତ୍ର ୩୭୫ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ଘୋଷଣା ମୃତାବକ ୨୫ଟି ଶଯ୍ୟାର ଅଭାବ ରହିଛି। ପ୍ରତିଦିନ ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡ, କଲିକତା ତଥା ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ରୋଗୀ ଏହି ଡାକ୍ତରଖାନାକୁ ଆସୁଛନ୍ତି। ଡାକ୍ତରଖାନାରେ ରୋଗୀ ସଂଖ୍ୟା ଅନୁପାତରେ ଆଜିବି ଶଯ୍ୟା ସଂଖ୍ୟା ବୃଦ୍ଧି ପାଇ ନ ଥିବାରୁ ରୋଗୀମାନେ ଚଟାଣରେ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ସେହି ତୁଳନାରେ ଶଯ୍ୟା ଅଭାବ ସହ ବିଭିନ୍ନ ସମୟରେ ବହୁ ବିଭାଗରେ ପାରାମେଡିକାଲ ଷ୍ଟାଫ୍‌ ନ ଥିବାରୁ ଏଠାକୁ ଆସୁଥିବା ବହୁ ରୋଗୀ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତେଣୁ ଯଥାଶୀଘ୍ର ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି ସାଙ୍ଗକୁ ଡାକ୍ତରଖାନାରେ ଖାଲି ପଡିଥିବା କର୍ମଚାରୀ ପୂରଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ଏ ନେଇ ଡାକ୍ତରଖାନାର ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଆଜିକୁ ୩ ମାସ ତଳେ ଆର୍‌ଜିଏଚ୍‌କୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମୀକ୍ଷା ପାଇଁ ଆସିଥିଲେ। ଆର୍‌ଜିଏଚ୍‌ରେ ଶଯ୍ୟା ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ପାରାମେଡିକାଲ ଷ୍ଟାଫ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ବିଷୟରେ ଆମେ ମନ୍ତ୍ରୀଙ୍କୁ ଅବଗତ କରାଇଲୁ। ଆଗାମୀ ରିଭ୍ୟୁ ମିଟିଂରେ ଉକ୍ତ ସମସ୍ୟାକୁ ସମାଧାନ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ମାସ ପରେ ଏସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ନିର୍ଦ୍ଦେଶକ ସ୍ବାଇଁ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri