ଶଯ୍ୟା ଅଭାବ, ଚଟାଣରେ ରୋଗୀ ଚିକିତ୍ସା

ରାଉରକେଲା ଅଫିସ,୧୬।୧: ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ରୋଗୀ ଆସି ଚିକିତ୍ସିତ ହେଉଛନ୍ତି। ଏହା ସହରର ପ୍ରମୁଖ ଡାକ୍ତରଖାନା ହୋଇଥିବାବେଳେ ପଶ୍ଚିମ ଓଡିଶା ସମେତ ପଡୋଶୀ ୩ଟି ରାଜ୍ୟର ରୋଗୀ ନିର୍ଭର କରିଥାନ୍ତି। ଡାକ୍ତରଖାନାରେ ବିଭିନ୍ନ ଅଭିଜ୍ଞ ଡାକ୍ତର ସାଙ୍ଗକୁ ରାଜ୍ୟ ସରକାରଙ୍କ ନିରାମୟ ଯୋଜନାରେ ୨୪ ଘଣ୍ଟା ଔଷଧ ବିତରଣ ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁ ବିଭିନ୍ନ ସମୟରେ ଡାକ୍ତରଖାନାର ବିଭିନ୍ନ ବିଭାଗରେ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଆର୍‌ଜିଏଚ୍‌ରେ ରୋଗୀ ସଂଖ୍ୟା ଅନୁଯାୟୀ ଶଯ୍ୟା ଅଭାବ ଯୋଗୁ ବିଭିନ୍ନ ସମୟରେ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହୋଇଥାନ୍ତି।
ପୂର୍ବରୁ ଆର୍‌ଜିଏଚ୍‌ରେ ୧୨୮ ଶଯ୍ୟା ଥିବାବେଳେ ୨୦୧୯ରେ ଏହାକୁ ୪ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଭାବେ ଘୋଷଣା କରାଯାଇଥିଲା। ଏହି ଘୋଷଣା ପରେ ବିଭିନ୍ନ ବିଭାଗରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଥିଲା। କିନ୍ତୁ ବର୍ତ୍ତମାନ ଯେଭଳି ଭାବେ ଡାକ୍ତରଖାନାକୁ ରୋଗୀ ଆସୁଛନ୍ତି ଏତିକି ଶଯ୍ୟା କମ୍‌ ପଡୁଥିବା ଅଭିିଯୋଗ ହୋଇଛି। ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୧୫ଟି ଶଯ୍ୟାଥିବାବେଳେ ଅସ୍ଥିଶଲ୍ୟ ବିଭାଗରେ ୨୦, ସର୍ଜରୀ ବିଭାଗରେ ପୁରୁଷଙ୍କ ପାଇଁ ୨୪ ଓ ମହିଳାଙ୍କ ପାଇଁ ୧୮, ଭେଷଜ ବିଭାଗରେ ପୁରୁଷଙ୍କ ପାଇଁ ୨୪ ଓ ମହିଳାଙ୍କ ପାଇଁ ୩୨ ଶଯ୍ୟା ରହିଛି। ସେହିପରି କ୍ୟାନସର କେୟାର ୟୁନିଟ୍‌ରେ ୬, ରୋଗ ସଂକ୍ରମିତ ବିଭାଗରେ ୨୦, ଶିଶୁ ବିଭାଗରେ ୪୦, ଏସ୍‌ଏନ୍‌ସିୟୁରେ ୧୨, ଚକ୍ଷୁ ବିଭାଗରେ ୧୦, କ୍ୟାବିନ୍‌ରେ ୧୬, ବର୍ଣ୍ଣ ସେଣ୍ଟରରେ ୧୨, ଟିବି ଓ ଚେଷ୍ଟ ବିଭାଗରେ ୧୦ ଏବଂ ଅନ୍ୟାନ୍ୟ ବିଭାଗରେ ୧୬ ଶଯ୍ୟା ରହିଛି। ରାଜ୍ୟ ସରକାର ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ୩ ବର୍ଷ ତଳେ ୪ଶହକୁ ଘୋଷଣା କରିଥିଲେ ମଧ୍ୟ ଆଜିଯାଏଁ ମାତ୍ର ୩୭୫ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଡାକ୍ତରଖାନାରେ ରାଜ୍ୟ ସରକାରଙ୍କ ଘୋଷଣା ମୃତାବକ ୨୫ଟି ଶଯ୍ୟାର ଅଭାବ ରହିଛି। ପ୍ରତିଦିନ ପଡୋଶୀ ଛତିଶଗଡ, ଝାଡ଼ଖଣ୍ଡ, କଲିକତା ତଥା ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ରୋଗୀ ଏହି ଡାକ୍ତରଖାନାକୁ ଆସୁଛନ୍ତି। ଡାକ୍ତରଖାନାରେ ରୋଗୀ ସଂଖ୍ୟା ଅନୁପାତରେ ଆଜିବି ଶଯ୍ୟା ସଂଖ୍ୟା ବୃଦ୍ଧି ପାଇ ନ ଥିବାରୁ ରୋଗୀମାନେ ଚଟାଣରେ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନ ପ୍ରାୟ ୪ଶହରୁ ଊର୍ଦ୍ଧ୍ୱ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ସେହି ତୁଳନାରେ ଶଯ୍ୟା ଅଭାବ ସହ ବିଭିନ୍ନ ସମୟରେ ବହୁ ବିଭାଗରେ ପାରାମେଡିକାଲ ଷ୍ଟାଫ୍‌ ନ ଥିବାରୁ ଏଠାକୁ ଆସୁଥିବା ବହୁ ରୋଗୀ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ତେଣୁ ଯଥାଶୀଘ୍ର ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି ସାଙ୍ଗକୁ ଡାକ୍ତରଖାନାରେ ଖାଲି ପଡିଥିବା କର୍ମଚାରୀ ପୂରଣ କରିବା ପାଇଁ ସାଧାରଣରେ ଦାବି ହୋଇଛି।
ଏ ନେଇ ଡାକ୍ତରଖାନାର ନିର୍ଦ୍ଦେଶକ ସନ୍ତୋଷ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ କହିଥିଲେ, ଆଜିକୁ ୩ ମାସ ତଳେ ଆର୍‌ଜିଏଚ୍‌କୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସମୀକ୍ଷା ପାଇଁ ଆସିଥିଲେ। ଆର୍‌ଜିଏଚ୍‌ରେ ଶଯ୍ୟା ସଂଖ୍ୟା ବୃଦ୍ଧି ସାଙ୍ଗକୁ ବିଭିନ୍ନ ପାରାମେଡିକାଲ ଷ୍ଟାଫ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ବିଷୟରେ ଆମେ ମନ୍ତ୍ରୀଙ୍କୁ ଅବଗତ କରାଇଲୁ। ଆଗାମୀ ରିଭ୍ୟୁ ମିଟିଂରେ ଉକ୍ତ ସମସ୍ୟାକୁ ସମାଧାନ କରିବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଆସନ୍ତା ମାର୍ଚ୍ଚ ମାସ ପରେ ଏସବୁ ସମସ୍ୟା ସମାଧାନ ହୋଇଯିବ ବୋଲି ନିର୍ଦ୍ଦେଶକ ସ୍ବାଇଁ ମତପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri