କମୁନି ଦାଦନ ଶ୍ରମିକ ଚାଲାଣ

କଣ୍ଟାବାଞ୍ଜି/ଖପ୍ରାଖୋଲ,୬ା୧୧ (ଗୁରୁଦୟାଲ ହଂସ/ଅଭୟ ତ୍ରିପାଠୀ): ସମସ୍ତ ପ୍ରକାର କର୍ମାଭିମୁଖୀ ଯୋଜନା ଓ ସଚେତନତା ସତ୍ତ୍ୱେ ବଲାଙ୍ଗୀର ଜିଲାରୁ ଦାଦାନ ଶ୍ରମିକ ଚାଲାଣ ଚାଲୁ ରହିଛି। ଶନିବାର ବିଳମ୍ବିତ ରାତିରେ କଣ୍ଟାବାଞ୍ଜି ଓ ଖପ୍ରାଖୋଲ ଥାନା ଅଞ୍ଚଳରେ ପୋଲିସ ବାହାର ରାଜ୍ୟକୁ ଚାଲାଣ ପାଇଁ ଉଦ୍ୟମ କରାଯାଉଥିବା ବେଳେ ପୋଲିସ ୩୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ବିନା କାଗଜପତ୍ରରେ ଚାଲାଣ କରାଯାଉଥିବା ଜଣାପଡିବା ପରେ ମଧ୍ୟସ୍ଥ, ୨ସର୍ଦ୍ଦାର ଓ ୨ଗାଡିର ଡ୍ରାଇଭରଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଛି ପୋଲିସ।
କଣ୍ଟାବାଞ୍ଜି ପୋଲିସ ଶନିବାର ବିଳମ୍ବିତ ରାତିରେ ସ୍ଥାନୀୟ ରେଲଓ୍ବେ ଷ୍ଟେଶନକୁ ଆସୁଥିବା ୩୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ବାହାର ରାଜ୍ୟକୁ ଚାଲାଣ ଉଦ୍ଦେଶ୍ୟରେ ସେମାନଙ୍କୁ ବୋଲେରୋ ଯୋଗେ ଅଣା ଯାଉଥିଲା। ପୋଲିସ ସୂୂଚନା ଅନୁସାରେ ବେଲପଡା ଥାନା ସିହିନି, ସିଙ୍ଗଖମନ, ଖଲିପଥର ଓ କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁର ଏହି ଶ୍ରମିକମାନଙ୍କୁ ବେଲପଡା ଥାନା ସିହିନି ଗ୍ରାମର ସର୍ଦ୍ଦାର ଉତ୍ତମ ସୁନା ଓ ଟେଙ୍ଗେରାର ପବନ ଛତ୍ରିଆ ବୋଲେରୋ (ନଂ.ଓଡି୦୫/ଜି-୨୦୪୪) ଯୋଗେ କଣ୍ଟାବାଞ୍ଜି ଷ୍ଟେଶନକୁ ନେଉଥିଲେ। ଖବର ପାଇ ଉକ୍ତ ଦାଦନ ଶ୍ରମିକମାନଙ୍କୁ ପଚରାଉଚରା କରାଯାଇଥିଲା। ଦୁଇ ସର୍ଦ୍ଦାର ଓ ବୋଲେରୋକୁ ଥାନାକୁ ଅଣାଯାଇଥିଲା। ତଦନ୍ତ ବେଳେ ସେମାନଙ୍କ ନିକଟରେ ଶ୍ରମିକ ଚାଲାଣ ସମ୍ପର୍କିତ କୌଣସି କାଗଜ ପତ୍ର ନ ଥିବା ଜଣାପଡିଥିଲା। ଏହାପରେ ବୋଲେରୋ ଜବତ କରିବା ସହ ଡ୍ରାଇଭର ଅଜାମିଲ ପୋଢ ଓ ଦୁଇ ସର୍ଦ୍ଦାର ଉତ୍ତମ ସୁନା, ପବନ ଛତ୍ରିଆଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ସ୍ଥାନୀୟ ସବ୍‌ଜେଲ ହାଜତ ପଠାଯାଇଥିବା ଆଇଆଇସି ରଶ୍ମିତା ବେହେରା କହିଛନ୍ତି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୨୧ପୁରୁଷ ଓ ୯ଜଣ ମହିଳା ଓ ୪ଜଣ ଶିଶୁ ରହିଛନ୍ତି। ପରେ ଶ୍ରମିକମାନଙ୍କୁ ପୋଲିସ ସେମାନଙ୍କ ଗାଁକୁ ପଠାଇ ଦେଇଛି।
ଖପ୍ରାଖୋଲ ପୋଲିସ ପାଟ୍ରୋଲିଂ ବେଳେ ହରିଶଙ୍କର ଛକ ନିକଟରୁ ୭ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି। ଚାଲାଣକାରୀ ମଧ୍ୟସ୍ଥ ଓ ଜଣେ ଗାଡି ଡ୍ରାଇଭରଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରାଯାଇଛି। ସେମାନେ ହେଲେ ଲରମ୍ଭା ଥାନା ଦମାଇପାଲି ଗାଁର ନକୁଲ କୁମ୍ଭାର(୫୦) ଓ ରଞ୍ଜିତ ପଟେଲ (୩୨)। ଶନିବାର ସାରେ ଖପ୍ରାଖୋଲ ଥାନା ପୋଲିସ ପାଟ୍ରୋଲିଂ ବେଳେ ହରିଶଙ୍କର ଛକ ନିକଟରେ ଏକ କାରରେ କେତେକ ଶ୍ରମିକଙ୍କୁ ବେଆଇନ ଭାବେ ଚାଲାଣ କରାଯାଉଥିବା ଜାଣି ଉଦ୍ଧାର କରିଥିଲା। ସମସ୍ତ ଶ୍ରମିକ ଦମାଇପାଲି ଗାଁର ବୋଲି ପୋଲିସ ସୂଚନା ଦେଇଛି। ପରେ ଉଦ୍ଧାର ଶ୍ରମିକମାନଙ୍କୁ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଏନେଇ ଖପ୍ରାଖୋଲ ଥାନାରେ ଏକ ମାମଲା(୨୨୦/୨୩) ରୁଜୁ ହୋଇଛି। ଶ୍ରମିକଙ୍କୁ ନିଆଯାଉଥିବା ଗାଡ଼ିକୁ ଜବତ କରାଯାଇଛି ବୋଲି ଥାନା ଅଧିକାରୀ ରମାକାନ୍ତ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri