‘ପରିଶ୍ରମର ମୂଲ୍ୟ ମିଳୁନି’ , ୩୦ବର୍ଷ ହେଲା ଗାଁ ଗାଁ ବୁଲି କାମ କରୁଛନ୍ତି ଇସଲାମ

କେନ୍ଦୁଝର, ୭ା୧୦(ସ୍ବ.ପ୍ର.): ପେଟପାଟଣା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାରର କାମ କରୁଛନ୍ତି। ଏଭଳି ଝୁମ୍ପୁରା ବ୍ଲକର ଇସଲାମ ଭାରତୀ, ଅନଓ୍ବାର ଖାନ ଗାଁ ଗାଁ ବୁଲି ଲୋକଙ୍କ ପାଇଁ ତକିଆ, ଗଦି, ରେଜେଇ ଆଦି କାମ କରନ୍ତି। ଏଥିପାଇଁ କପା, ଶିମିଳି, ସ୍ପଞ୍ଜ ତୁଳା ବ୍ୟବହାର କରିଥାନ୍ତି। ସେମାନଙ୍କ ଘର ବିହାର ରାଜ୍ୟ ପାଟନା ଅଞ୍ଚଳରେ। କିନ୍ତୁ ଝୁମ୍ପୁରାରେ ଥଇଥାନ ହୋଇ ଦୀର୍ଘ ୩୦ ବର୍ଷ ହେଲା ତୁଳା କାମ କରିଆସୁଛନ୍ତି ବୋଲି ଇସଲାମ କୁହନ୍ତି।
ଏହି ତୁଳା କାମ ସେମାନଙ୍କ କୌଳିକ ବୃତ୍ତି। ଏଥିପାଇଁ କଠିନ ପରିଶ୍ରମ କରିବାକୁ ପଡୁଥିଲେ ହେଁ ଅନେକ ସମୟରେ ପରିଶ୍ରମ ଅନୁଯାୟୀ ଲାଭ ମିଳୁନାହିଁ ବୋଲି ସେମାନେ କହିଛନ୍ତି। ଆଜିକାଲି ବିଭିନ୍ନ କମ୍ପାନୀର ଗଦି ବଜାରରେ ମିଳୁଥିଲେ ହେଁ ଏହି ତୁଳା ଗଦି, ରେଜେଇ, ତକିଆ ଆଦିର ଚାହିଦା ରହିଛି ା ବିଶେଷ କରି ଗ୍ରାମାଞ୍ଚଳରେ ଅଧିକ ରହିଛି। ବିଭିନ୍ନ କାରଣରୁ କପା, ଶିମିଳି ତୁଳାର ଉତ୍ପାଦନ କମୁଥିବାରୁ ଏହାର ସ୍ଥାନ ଆଜିକାଲି ଶସ୍ତା ସ୍ପଞ୍ଜ ତୁଳା ବା ନାଇଲନ ତୁଳା ନେଇଛି ା କିନ୍ତୁ କପା, ଶିମିଳି ତୁଳା ଦେହ ପକ୍ଷେ ସ୍ବାସ୍ଥ୍ୟ କର। ଏଣୁ ଏହାକୁ ବଡ଼ବଡ଼ିଆ ମାନେ ଅଧିକ ବ୍ୟବହାର କରୁଛନ୍ତି । ସେମାନେ ବାଲେଶ୍ୱରରୁ ତୁଳା କିଣି ଆଣି ଗାଁ ଗାଁ ବୁଲି ଲୋକଙ୍କ ଆବଶ୍ୟକତା ଅନୁଯାୟୀ କାମ କରିଥାନ୍ତି। ମାସକୁ ପରିଶ୍ରମ କରି ୧୦/୧୨ ହଜାର ଟଙ୍କା ରୋଜଗାର କରିଥାନ୍ତି। ଆଗରୁ ତୁଳା, କନା ସବୁର ଦାମ୍‌ କମ ଥିଲା। ଏବେ ସବୁ ମହଙ୍ଗା ହୋଇଗଲାଣି। ଏଣୁ ଆଗଭଳି ଲାଭ ହେଉନାହିଁ ବୋଲି ସେମାନେ କୁହନ୍ତି ା ସକାଳ ୮ଟାରେ ଘରୁ ଲୁନା ଗାଡିରେ ତୁଳା ଓ ରେଜେଇ ପ୍ରସ୍ତୁତ ସାମଗ୍ରୀ ଧରି ବାହାରିଯାଆନ୍ତି ା କାମ ସାରି ୪ଟାରେ ଫେରନ୍ତି ା ଅନେକ ସମୟରେ କାମ ମିଳିଗଲେ ଡେରିରେ ଫେରିଥାନ୍ତି। ଅନେକ ଦିନ କାମ ନ ମିଳିଲେ ନିରାଶ ହୋଇ ଫେରନ୍ତି ା ରାସ୍ତା କଡରେ ବା ଗାଁ ମୁଣ୍ଡରେ ଛାଇରେ ବସି ଘରୁ ପ୍ରସ୍ତୁତ କରି ନେଇଥିବା ଖାଦ୍ୟକୁ ମଧ୍ୟାହ୍ନରେ ଖାଇଥାନ୍ତି ବୋଲି କୁହନ୍ତି। ଖରା ଓ ଶୀତ ଦିନରେ ବ୍ୟବସାୟ ଭଲ ହୋଇଥାଏ। ଇସଲାମଙ୍କ ଘରେ ସ୍ତ୍ରୀ, ୩ ଝିଅ ଓ ୨ ପୁଅ ଅଛନ୍ତି ା ସେହିପରି ଅନଓ୍ବାରଙ୍କ ତିନି ଝିଅ। ସମସ୍ତେ ମଦ୍ରାସାରେ ପଢୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଛେଳି ଚରାଇବାକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ଗୁପ୍ତାଙ୍ଗକୁ ଝୁଣି ପକାଇଲା…

ଆନନ୍ଦପୁର/ବଞ୍ଚୋ(ସୁଶାନ୍ତ କୁମାର ସାହୁ/ ପ୍ରଦୋଷ କୁମାର ବିଶ୍ୱାଳ ): ଛେଳି ଚରାଇ ଯାଇଥିବା ବ୍ୟକ୍ତିଙ୍କ ଗୁପ୍ତାଙ୍ଗକୁ ଝୁଣି ପକାଇଲା ଭାଲୁ । ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଭର୍ତ୍ତି…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

ରାସ୍ତା-ଡ୍ରେନ୍‌ ନିର୍ମାଣ ନ ହେଲେ ଭୋଟ୍‌ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ

କେନ୍ଦୁଝର,୯ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ବନାଯୋଡ଼ି ଗ୍ରାମର ଭୁରୁଡ଼ିସାହିରେ ରାସ୍ତା ଓ ଡ୍ରେନ ନିର୍ମାଣ ନ ହେଲେ ଗ୍ରାମବାସୀ ଆଗାମୀ…

ଦୁର୍ବ୍ୟବହାର ଅଭିଯୋଗରେ ତାତିଲେ ଲୋକେ, ପିଇଓ-ଆରଆଇଙ୍କୁ ତାଲା ପକାଇ…

ପାଟଣା,୯।୪(ବୀର କିଶୋର ଦାଶ): କାଳବୈଶାଖି କ୍ଷତିଗ୍ରସ୍ତ ଲୋକଙ୍କୁ ପଲିଥିନ ବଣ୍ଟନରେ ଅନିୟମିତତା ଓ ହିତାଧିକାରୀଙ୍କୁ ଆରଆଇଙ୍କ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ତେବେ ଗୁରୁବାର ପାଟଣା ବ୍ଲକ ବଡ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri