ନୂଆଦିଲ୍ଲୀ,୧୩।୧୦: ଭାଜପାର ବରିଷ୍ଠ ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଏଲ୍. ମୁରୁଗନ୍ ମଙ୍ଗଳବାର ମୋଦି କ୍ୟାବିନେଟ୍ରୁ ଇସ୍ତଫା ଦେଇଛନ୍ତି। ଏପରିକି ଏଲ୍. ମୁରୁଗନ୍ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତମାତା ଏବଂ ତାମିଲନାଡୁର ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଥିଲା।
ସେ ପୁଣି କହିଛନ୍ତି, ଦିନମଜୁରିଆଙ୍କ ପୁଅ ହେବାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ରୀୟ ମନ୍ତ୍ରିପରିଷଦରେ ସେବା କରିବା ପର୍ଯ୍ୟନ୍ତ ଯାତ୍ରା ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ରହିଛି। ଏବେ ସେ ତୃଣମୂଳ ସ୍ତରକୁ ଫେରିବାକୁ ଚାହୁଁଛି। ନିଜ କାର୍ମକର୍ତ୍ତାଙ୍କ ସହ ଠିଆ ହେବାକୁ ଚାହୁଁଛି। ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ତାମିଲନାଡୁରେ ଭାଜପାକୁ ମଜଭୁତ କରିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପିତ କରିବାକୁ ଚାହୁଁଥିବା ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି।
Dharitri – Odisha’s No.1 Odia Daily