୧.୫ ଲକ୍ଷ କୋଟି ଟପିଲା କେଭିଆଇସି କାରବାର

ଭୁବନେଶ୍ୱର,୧୧।୭ (ଅଭୟ ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରିଜ କମିଶନ ବା କେଭିଆଇସି) ଉଲ୍ଲେଖନୀୟ ସଫଳତା ସହ ନୂତନ ମାଇଲଖୁଣ୍ଟ ହାସଲ କରିଛି। ଏପରିକି ୨୦୨୩-୨୪ ଆର୍ଥିକ ବର୍ଷରେ ଆୟୋଗ ଉତ୍ପାଦନ, ବିକ୍ରୟ ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ଏହି ପରିପ୍ରେକ୍ଷୀରେ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର ୨୦୨୩-୨୪ ଆର୍ଥିକ ବର୍ଷର ଅସ୍ଥାୟୀ ତଥ୍ୟ ପ୍ରକାଶ କରି କହିଛନ୍ତି, କେଭିଆଇସିର ପୂର୍ବ ସମସ୍ତ ତଥ୍ୟକୁ ଅତିକ୍ରମକରି ଆୟୋଗ ନୂଆ ଇତିହାସ ସୃଷ୍ଟି କରିଛି। ଏପରିକି କେଭିଆଇସି ୧.୫ ଲକ୍ଷ କୋଟି ଟଙ୍କାର କାରବାର ଅତିକ୍ରମ କରିଥିବାବେଳେ ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ନୂତନ ନିଯୁକ୍ତି ୩୯୯.୬୯%, ଉତ୍ପାଦନ ୩୧୪.୭୯% ଏବଂ ନୂତନ ନିଯୁକ୍ତି ୮୦.୯୬% ବୃଦ୍ଧି ଘଟିଛି। ସେହିଭଳି ୨୦୧୩-୧୪ ଆର୍ଥିକ ବର୍ଷ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷର ବିକ୍ରିରେ ୩୩୨.୧୪%, ଉତ୍ପାଦନରେ ୨୬୭.୫୨% ଏବଂ ନୂତନ ନିଯୁକ୍ତି ସୃଷ୍ଟିରେ ୬୯.୭୫% ବୃଦ୍ଧି ଘଟିଛି, କେଭିଆଇସିର ଏହି ଉଲ୍ଲେଖନୀୟ ପ୍ରଦର୍ଶନ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ବପ୍ନକୁ ସାକାର କରିବା ଏବଂ ଭାରତକୁ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି। ସ୍ବାଧୀନ ଭାରତର ଇତିହାସରେ ପ୍ରଥମ ଥର ପାଇଁ ୨୦୨୩-୨୪ଆର୍ଥିକ ବର୍ଷରେ କେଭିଆଇସି ଉତ୍ପାଦର ବିକ୍ରି ପରିମାଣ ପ୍ରାୟ ୧.୫୫ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ବିକ୍ରି ପରିମାଣ ୧.୩୪ଲକ୍ଷ କୋଟି ଟଙ୍କା ଥିଲା। ସେହିପରି ବିଗତ ୧୦ବର୍ଷ (ଆର୍ଥିକ ବର୍ଷ)ରେ ଗ୍ରାମାଞ୍ଚଳର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଦେଶୀ ଖଦି ଓ ଗ୍ରାମୋଦ୍ୟୋଗ ଉତ୍ପାଦର ବିକ୍ରି ୨୦୧୩-୧୪ ଆର୍ଥିକ ବର୍ଷରେ ୩୧,୧୫୪.୨୦କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ସର୍ବାଧିକ ୧,୫୫,୬୭୩.୧୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହା କି ଏ ପର୍ଯ୍ୟନ୍ତର ସବୁଠାରୁ ବଡ଼ ସଫଳତା। ୨୦୨୩-୨୪ ଆର୍ଥିକ ବର୍ଷରେ କେଭିଆଇସିର ପ୍ରୟାସ ଗ୍ରାମୀଣ ଅଞ୍ଚଳରେ ୧୦.୧୭ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି କରିଛି, ଯାହା ଗ୍ରାମୀଣ ଭାରତର ଅର୍ଥନୀତିକୁ ସୁଦୃଢ଼ କରିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ୨୬,୧୦୯.୦୮କୋଟି ଟଙ୍କା ଥିବା କେଭିଆଇସି ଉତ୍ପାଦର ଉତ୍ପାଦନ ୨୦୨୩-୨୪ ଆର୍ଥିକ ବର୍ଷରେ ୧,୦୮,୨୯୭.୬୮ କୋଟି ଟଙ୍କାରେ ପହଞ୍ଚତ୍ଛି, ଯାହା କି ୩୧୪.୭୯% ବୃଦ୍ଧି ପାଇଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଉତ୍ପାଦନ ୯୫,୯୫୬.୬୭କୋଟି ଟଙ୍କା ରହିଛି। ଏହି କ୍ରମାଗତ ଉତ୍ପାଦନ ବୃଦ୍ଧି ହେଉଛି କେଭିଆଇସି ଗ୍ରାମାଞ୍ଚଳରେ ଐତିହାସିକ କାର୍ଯ୍ୟ କରିଥିବାର ଦୃଢ଼ ପ୍ରମାଣ। ବିଗତ ୧୦ ବର୍ଷରେ ଖଦି ଏବଂ ଗ୍ରାମୀଣ ଶିଳ୍ପ ଉତ୍ପାଦ ପ୍ରତି ବର୍ଷ ନୂଆ ନୂଆ ବିକ୍ରି ରେକର୍ଡ ସୃଷ୍ଟି କରିଛି। ୨୦୧୩-୧୪ ଆର୍ଥିକ ବର୍ଷରେ ବିକ୍ରି ୩୧,୧୫୪.୨୦ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୧,୫୫,୬୭୩.୧୨କୋଟି ଟଙ୍କାରେ ପହଞ୍ଚିଛି, ଯାହା କି ୩୯୯.୬୯% ବୃଦ୍ଧି ପାଇଛି। ଗତ ୧୦ ବର୍ଷ ମଧ୍ୟରେ ଖଦି କପଡ଼ାର ଉତ୍ପାଦନରେ ମଧ୍ୟ ଅଭୂତ ପୂର୍ବ ବୃଦ୍ଧି ଘଟିଛି। ବର୍ତ୍ତମାନ ସାରା ଦେଶରେ ୪.୯୮ ଲକ୍ଷ ଗ୍ରାମୀଣ ଖଦି କାରିଗର (ସ୍ପିନର ଏବଂ ବୁଣାକାର) ଏବଂ ଶ୍ରମିକ ଖଦି କପଡ଼ା ନିର୍ମାଣରେ ନିୟୋଜିତ ଅଛନ୍ତି। ନୂଆଦିଲ୍ଲୀସ୍ଥିତ ଖଦି ଓ ଗ୍ରାମୋଦ୍ୟୋଗ ଭବନର ବ୍ୟବସାୟରେ ମଧ୍ୟ ଅଭୂତପୂର୍ବ ଅଭିବୃଦ୍ଧି ଘଟିଛି। ଏପରିକି ୨୦୧୩-୧୪ ଆର୍ଥିକ ବର୍ଷରେ ଭବନର ବ୍ୟବସାୟ ୫୧.୧୩ କୋଟି ଟଙ୍କା ଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୮୭.୨୩% ବୃଦ୍ଧି ପାଇ ୯୫.୭୪ କୋଟି ଟଙ୍କାରେ ପହଞ୍ଚିଛି। ଉଲ୍ଲେଖଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ ଖଦି ଗ୍ରାମୋଦ୍ୟୋଗ ଭବନ ନୂଆଦିଲ୍ଲୀରେ ୮୩.୧୩ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri