Posted inଖେଳ

ଶେଷ ଲିଗ୍‌ ମ୍ୟାଚ୍‌ରେ କୁଏଟ୍‌ ଚ୍ୟାଲେଞ୍ଜ

ବେଙ୍ଗାଲୁରୁ, ୨୭।୬(ପି.ଟି.): ବେଙ୍ଗାଲୁରୁର କାନ୍ତିରାବା ଷ୍ଟାଡିୟମରେ ଅନୁଷ୍ଠିତ ସାଫ୍‌ ଚାମ୍ପିୟନଶିପ୍‌ ୨୦୨୩ରେ ଗ୍ରୁପ୍‌ ଏ’ରେ ଭାରତ ନିଜର ଅନ୍ତିମ ମ୍ୟାଚ୍‌ ଖେଳିବ। ମଙ୍ଗଳବାର କୁଏଟ୍‌ ବିପକ୍ଷରେ ଦଳ ଏହାର ଅନ୍ତିମ ଲିଗ୍‌ ମ୍ୟାଚ୍‌ ଖେଳିବ। ଉଭୟ ଦଳ ସେମି ଫାଇନାଲରେ ପ୍ରବେଶ କରି ସାରିଥିବା ବେଳେ ବିଜୟୀ ହୋଇ ମନସ୍ତାତ୍ତ୍ୱିକ ଫାଇଦା ହାସଲ ପାଇଁ ଭାରତ ପ୍ରୟାସ କରିବ। ଦୁଇଟି ଲେଖାଏ ମ୍ୟାଚ୍‌ ଖେଳି ଉଭୟ ଦଳ ୬ ପଏଣ୍ଟ ଲେଖାଏ ଅର୍ଜନ କରିଥିବା ବେଳେ ଗୋଲ ବ୍ୟବଧାନ ଆଧାରରେ କୁଏଟ୍‌ ପ୍ରଥମ ସ୍ଥାନରେ ରହିଛି। ପାକିସ୍ତାନକୁ ୪-୦ ଓ ନେପାଳକୁ ୨-୦ରେ ପରାସ୍ତ କରିଥିଲା ଭାରତ। ଉଭୟ ମ୍ୟାଚ୍‌ରେ ଭାରତ ସହଜ ବିଜୟ ହାସଲ କରିଥିବା ବେଳେ କୁଏଟ୍‌ ବିପକ୍ଷ ମ୍ୟାଚରେ ଭାରତକୁ କଡା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିବ। ଦଳ ଅଦ୍ୟାବଧି ଗୋଟିଏ ବି ଗୋଲ ବରଣ କରି ନ ଥିବା ବେଳେ ଡିଫେନ୍ସରେ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଭାରତୀୟ ଦଳ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏହାର ମିଡଫିଲ୍ଡର ଓ ଫରଓ୍ବାର୍ଡ ଲାଇନରେ ଖେଳାଳିଙ୍କୁ ନିଜ ପ୍ରଦର୍ଶନରେ ସୁଧାର ଆଣିବାକୁ ପଡିବ।
ନେପାଳ ଭଳି ଦୁର୍ବଳ ଦଳ ବିପକ୍ଷରେ ଭାରତ ମ୍ୟାଚ୍‌ର ୬୦ ମିନିଟ ଗୋଲ ଶୂନ୍ୟ ରହିଥିଲା। ଏପରି ସ୍ଥଳେ କୁଏଟ୍‌ର ରକ୍ଷଣଭାଗ ଅଧିକ ଦୃଢ ମନେ ହୁଏ। ଏହା ଭାରତୀୟ ଦଳ ପାଇଁ ବିପଦ ସୃଷ୍ଟି କରିପାରେ। ଭାରତୀୟ ଫରଓ୍ବାର୍ଡ ଲାଇନରେ ଅଧିନାୟକ ସୁନୀଲ ଛେତ୍ରୀ ଚମତ୍କାର ଫର୍ମରେ ରହିଛନ୍ତି। ପାକିସ୍ତାନ ବିପକ୍ଷରେ ହ୍ୟାଟ୍ରିକ ସହିତ ନେପାଳ ବିପକ୍ଷରେ ସେ ପ୍ରଥମେ ସ୍କୋର କରିଥିଲେ। ତେବେ ଛେତ୍ରୀଙ୍କ ଉପରୁ ଚାପ ହ୍ରାସ କରିବା ପାଇଁ ଅନ୍ୟ ଭାରତୀୟ ଖେଳାଳିଙ୍କୁ ସ୍କୋର କରିବାକୁ ହେବ ବୋଲି କହିଛନ୍ତି ଫରଓ୍ବାର୍ଡ ଖେଳାଳି ସହଲ ଅବଦୁଲ ସମଦ। ଅନ୍ୟପକ୍ଷରେ କୁଏଟ୍‌ ଓ ଭାରତ ୩ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧-୨ରେ ପଛୁଆ ରହିଛି। ବେଙ୍ଗାଲୁରୁକୁ ଆସିବା ପୂର୍ବରୁ କୁଏଟ୍‌ ଦଳ ଆଫ୍ରିକୀୟ ଦଳଙ୍କ ସହିତ ଅଭ୍ୟାସ ମ୍ୟାଚ୍‌ ଖେଳିଥିଲା; ଯାହା ବେଶ୍‌ ସହାୟକ ହୋଇଛି ବୋଲି କହିଛନ୍ତି କୋଚ୍‌ ରୁଇ ବେଣ୍ଟୋ। ପାକିସ୍ତାନକୁ ଆମେ ୪-୦ରେ ହରାଇଥିବା ବେଳେ ନେପାଳକୁ ଦଳ ୩-୧ରେ ପରାସ୍ତ କରିଥିଲା। ତେବେ ଭାରତୀୟ ଆର୍ଦ୍ର ପରିବେଶ ବେଶ୍‌ ଚ୍ୟାଲେଞ୍ଜିଂ ରହିଥିବା ପ୍ରକାଶ କରିଛନ୍ତି କୁଏଟ୍‌ କୋଚ୍‌।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri