କୁକୁରଙ୍କ କବଳରୁ କୁଟୁରା ଉଦ୍ଧାର

ଆର.ଉଦୟଗିରି,୧୭।୧୨(ଡି.ଏନ.ଏ.): ଖାଦ୍ୟ ଅନ୍ବେଷଣରେ ଶୁକ୍ରବାର ଗଜପତି ଜିଲା ଆର୍‌.ଉଦୟଗିରି ବସ୍ତି ଅଞ୍ଚଳକୁ ଏକ କୁଟୁରା ଚାଲି ଆସିଥିଲା। କୁଟୁରାକୁ ଦେଖି କେତେକ ବୁଲା କୁକୁର ଗୋଡାଇଥିଲେ। ଏହା ଦେଖି ସ୍ଥାନୀୟ ଅଞ୍ଚଳବାସୀ କୁକୁରଙ୍କ କବଳରୁ କୁଟୁରାକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ।

ଆର.ଉଦୟଗିରି ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କୁଟୁରାକୁ ଜବତ କରି ପଶୁ ଡାକ୍ତରଖାନା ନେଇ ଚିକିତ୍ସା କରାଇଥିଲେ। ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପରେ ସ୍ଥାନୀୟ ଅଭୟାରଣ୍ୟରେ କୁଟୁରାଟିକୁ ଛାଡି ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଘଟଣା ସ୍ଥଳରେ ଆର.ଉଦୟଗିରି ବନପାଳ ପି.ଭେଙ୍କଟରାବଣା, ଫରେଷ୍ଟଗାର୍ଡ ମଜେସ ଶବରଙ୍କ ସମେତ ବନ କର୍ମଚରୀ ଉପସ୍ଥିତ ଥିଲେ।