କୁସୁମା ବଙ୍ଗଳାର ତଦନ୍ତ ହେବ

ଯାଜପୁର,୪ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲା ବିଶିଷ୍ଟ ୯ଟି କଟେଜ ନିର୍ମାଣର ରହସ୍ୟକୁ ନେଇ ଚର୍ଚ୍ଚା ବଢିବାରେ ଲାଗିଛି। ବୁଧବାର ଯାଜପୁର ଜିଲାପାଳ ନିଖିଲ ପବନ କଲ୍ୟାଣ ଏହି କାର୍ଯ୍ୟର ସ୍ବଚ୍ଛତା ଓ ବୈଧତାର ତଦନ୍ତ କରାଯିବ ବୋଲି ସୂଚନା ଦେବା ପରେ ବିବାଦ ଆରମ୍ଭ ହୋଇଛି। ପ୍ରଶାସନିକ ତଦନ୍ତରେ ସ୍ବଚ୍ଛତା ରହିଲେ ଶିଶୁ ଉଦ୍ୟାନକୁ ଭାଙ୍ଗି କାହିଁକି ବିପୁଳ ଟଙ୍କାରେ ଆଲିସାନ୍‌ ବଙ୍ଗଳା ନିର୍ମାଣ ହେଲା, ଜନସାଧାରଣଙ୍କ ପାଇଁ ତାହା କାହିଁକି ବ୍ୟବହାର କରା ଗଲା ନାହିଁ, ଇତିମଧ୍ୟରେ ସେଠାରେ କ’ଣ ଚାଲିଥିଲା ଆଦି ପ୍ରଶ୍ନ ଉଙ୍କି ମାରିଛି। ଏପରିକି କୌଣସି ସରକାରୀ ଅଧିକାରୀ ଏହି ଆଲିସାନ ବଙ୍ଗଳା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ଦେଇପାରୁନାହାନ୍ତି। ଅନ୍ୟପକ୍ଷେ ଭାଜପା ଓ କଂଗ୍ରେସ ନେତୃବର୍ଗ ସରକାରୀ ଅର୍ଥରେ ଆଲିସାନ ବଙ୍ଗଳା ନିର୍ମାଣ କରି ଏଠାରେ ମଉଜ ମଜଲିସ ଚାଲିଥିଲା ବୋଲି ଅଭିଯୋଗ କରିଛନ୍ତି ା
ସୂଚନାଯୋଗ୍ୟ, ୧୧ା୮ା୨୦୧୬ରେ କୁସୁମା ପୋଖରୀ ପରିସରରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ ପାଇଁ କଟକ ଜନସ୍ବାସ୍ଥ୍ୟ ବିଭାଗର ତକତ୍ାଳୀନ ଅଧୀକ୍ଷଣ ଯନ୍ତ୍ରୀ ବି.କେ. ସେନାପତି ୨୩ ଲକ୍ଷ ୧୯ ହଜାର ୫୦୦ ଟଙ୍କା ମଞ୍ଜୁର କରିଥିଲେ। ଏଥିପାଇଁ ସେ ପତ୍ରସଂଖ୍ୟା ୨୩୦୬/୧୧ା୮ା୨୦୧୬ରେ ଯାଜପୁର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ସେହିପରି ୨୩୦୫ ପତ୍ରସଂଖ୍ୟାରେ କୁସୁମା ପରିସରରେ ଏକ ପବ୍ଲିକ ଟଏଲେଟ ନିର୍ମାଣ କରିବାକୁ ୨୧ ଲକ୍ଷ ୮୫ ହଜାର ଟଙ୍କା ମଞ୍ଜୁର କରିଥିଲେ। ଏହାବାଦ ୧୨ା୧ା୨୦୧୭ରେ ଇଡ୍‌କୋ ପକ୍ଷରୁ ଡିଭିଜନାଲ ହେଡ ରାଜକିଶୋର ନାୟକ କୁସୁମା ପୋଖରୀ ନିକଟରେ ଏକ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ବ୍ୟୟ ଅଟକଳ ପ୍ରସ୍ତୁତ କରି ଇଡ୍‌କୋର ଚିଫ୍‌ ଜେନେରାଲ ମ୍ୟାନେଜରଙ୍କୁ ପତ୍ର ଲେଖିଥିଲେ। କୁସୁମା ପୋଖରୀ ନିର୍ମାଣ ଶେଷ ହେବା ପରେ ସେଠାରେ ପାଣି ଫୁଆରା ଲଗେଇବାକୁ ୬ କୋଟି ୬୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ଭାବେ ବିଭିନ୍ନ ସମୟରେ ବିପୁଳ ଅର୍ଥ ଏଥିରେ ବିନିଯୋଗ ହୋଇଛି। ଯଦି ଏଠାରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ନିର୍ମାଣ ହେଲା ତେବେ ଜିଲା କ୍ରୀଡା ବିଭାଗକୁ କାହିଁକି ହସ୍ତାନ୍ତର କରାଗଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ଏ ସଂକ୍ରାନ୍ତରେ ଜିଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁଙ୍କୁ ପଚାରିବାରୁ ସେ କହିଛନ୍ତି,କୁସୁମା ପୋଖରୀରେ ସ୍ପୋଟର୍‌ସ କମ୍ପ୍ଲେକ୍ସ ଥିବା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। ତାଙ୍କ ଅଧୀନରେ ସେଭଳି କିଛି ନାହିଁ ବୋଲି କହିଛନ୍ତି। ଜିଲା ଭାଜପା ସାଧାରଣ ସମ୍ପାଦକ ସୁଦୀପ୍ତ କୁମାର ପଣ୍ଡା କୁହନ୍ତି, କୁସୁମା ପରିସରରେ ସରକାରୀ ଅର୍ଥରେ ବେଆଇନ ନିର୍ମାଣ କରାଯାଇ ଅନୈତିକ ବ୍ୟବହାର କରାଯାଉଥିଲା। ନିଜର ବ୍ୟକ୍ତିଗତ ସୁଖ ପାଇଁ ଏଭଳି ରଙ୍ଗଶାଳା ନିର୍ମାଣ କରିବା ଅତ୍ୟନ୍ତ ନିନ୍ଦନୀୟ। ସାଧାରଣ ଲୋକ କୁସୁମା ପୋଖରୀ ପ୍ରବେଶ ପାଇଁ ଦେୟ ଦେଉଥିବାବେଳେ ବଡବଡିଆମାନେ ସେଠାରେ ମଉଜ ମଜଲିସ କରୁଥିଲେ। ପୂର୍ବତନ ଏମ୍‌ପି ତଥା କଂଗ୍ରେସ ନେତା ଅଞ୍ଚଳ ଦାସ କହିଛନ୍ତି, ଭୁବନେଶ୍ୱରରେ ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଯେଭଳି ସରକାରୀ ଜମିରେ ମନମାନି କରିଥିଲେ ଅନୁରୂପ ଭାବେ କୁସୁମାରେ ଘଟିଛି। ଏହାର ବିଚାର ବିଭାଗୀୟ କିମ୍ବା ସିବିଆଇ ତଦନ୍ତର ଆବଶ୍ୟକତା ରହିଛି। ବିଜେଡି ଜିଲା ସଭାପତି ସରୋଜ କୁମାର ମହାପାତ୍ର କୁହନ୍ତି, ନିର୍ମାଣର ଆରମ୍ଭରୁ କୁସୁମା ବିରୋଧରେ କେତେଜଣ ଲୋକ ଲାଗିଛନ୍ତି। ବବିଙ୍କ ଉଦ୍ୟମରେ ଯାଜପୁରର ସର୍ବାଙ୍ଗୀନ ବିକାଶ ହୋଇପାରିଛି। ଯାଜପୁର ସହରରେ କୌଣସି ଅତିଥିଶାଳା ନାହିଁ। ତେଣୁ ଏକ ଅତିଥିଶାଳା ନିର୍ମାଣ କରିବାରେ କ’ଣ ଅସୁବିଧା ରହିଲା ବୋଲି ସେ ପ୍ରଶ୍ନ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri