ସବୁଜିମା ହେଲା କୁର୍ଲାଡୁଙ୍ଗରୀ ଲଣ୍ଡା ପାହାଡ଼

ସୁନ୍ଦରଗଡ,୨୬।୧୦(ଡି.ଏନ.ଏ.): ପ୍ରକୃତିଦତ୍ତ ବହୁମୂଲ୍ୟ ସମ୍ବଳ ହେଉଛି ଆମର ଜଙ୍ଗଲ ସମ୍ପଦ। ଆଦିବାସୀମାନେ ମୁଖ୍ୟତଃ ଏହି ଜଙ୍ଗଲ ସମ୍ପଦ ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି ା ତେବେ ଜଗତୀକରଣ, ଜନସଂଖ୍ୟା ବୃଦ୍ଧି, ଶିଳ୍ପାୟନ ଇତ୍ୟାଦି କାରଣ ଯୋଗୁ ଅଧିକାଂଶ ଜଙ୍ଗଲ ଏବେ ଧ୍ୱଂସାଭିମୁଖୀ। ଏହି ଜଙ୍ଗଲ ସମ୍ପଦର ସୁରକ୍ଷା ନିମନ୍ତେ ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରୟାସ କରାଯାଉଥିବା ବେଳେ କୁର୍ଲାଡୁଙ୍ଗରୀ ଲଣ୍ଡା ପାହାଡକୁ ଘଞ୍ଚ ଜଙ୍ଗଲପୂର୍ଣ୍ଣ ସବୁଜ ବନାନୀରେ ପରିଣତ କରି ଏକ ନିଆରା ଦୃଷ୍ଟାନ୍ତ ସୃଷ୍ଟି କରିଛି ସୁନ୍ଦରଗଡ ବନଖଣ୍ଡ ଅନ୍ତର୍ଗତ ଉଜ୍ଜଳପୁର ବନାଞ୍ଚଳର ସାଗରପାଲି ବନ ସୁରକ୍ଷା ସମିତି।
ବହୁ ବର୍ଷ ପୂର୍ବେ ବସତି ସ୍ଥାପନ ହୋଇଥିବା ସାଗରପାଲି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାଜସ୍ବ ଗ୍ରାମର ମାନ୍ୟତା ମିଳିନାହିଁ। ତେବେ ୧୯୫୬ ମସିହାରୁ ଗ୍ରାମରେ ଜଙ୍ଗଲ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇ ଗ୍ରାମ୍ୟସ୍ତରୀୟ କମିଟି ଗଠନ କରାଯାଇଥିଲା। ୧୯୭୫ ମସିହାରେ ଗ୍ରାମର ସାଗର ଯୁବକ ସଂଘର ସଭ୍ୟାସଭ୍ୟ ଜଙ୍ଗଲ କାଟିବା ନେଇ କଟକଣା ଜାରି କରି ଜଙ୍ଗଲ ସୁରକ୍ଷା ପାଇଁ ନିୟମାବଳୀ ପ୍ରସ୍ତୁତ କରିଥିଲେ। ୧୯୯୩-୯୪ ମସିହାରେ ସାଗରପାଲି ବନ ସୁରକ୍ଷା ସମିତି ଗଠନ କରାଯାଇ ସୁନ୍ଦରଗଡ ବନଖଣ୍ଡରେ ପଞ୍ଜୀକରଣ କରାଯାଇଥିଲା। ସେ ସମୟରେ ୧୨୧.୪୧ ହେକ୍ଟର ପରିମିତ ତଥା ଦୀର୍ଘ ୮.୪ କିଲୋମିଟର ଲମ୍ବର କୁର୍ଲାଡୁଙ୍ଗରୀ ପାହାଡ ଅବାଧ ଗଛକଟା ଯୋଗୁ ସମ୍ପୂର୍ଣ୍ଣ ଭାବରେ ଲଣ୍ଡା ହୋଇ ଯାଇଥିଲା। ସାଗରପାଲି ଗ୍ରାମବାସୀଙ୍କ ସାମୁହିକ ଏକତା, ସହଭାଗିତା, ଶ୍ରମଦାନ, ବୃକ୍ଷରୋପଣ, ଠେଙ୍ଗାପାଳି ବ୍ୟବସ୍ଥା ତଥା ଜଙ୍ଗଲ ବିଭାଗର ସହାୟତା ଦ୍ୱାରା ଆଜି ଏହି କୁର୍ଲାଡୁଙ୍ଗରୀ ପାହାଡର ପୁନଃରୁଦ୍ଧାର ସମ୍ଭବପର ହୋଇଛି। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ନିମନ୍ତେ ଗ୍ରାମର ଯୁବଗୋଷ୍ଠୀଙ୍କୁ ନେଇ ଏକ ସ୍ବତନ୍ତ୍ର ନିଆଁଲିଭା ଦଳ ଗଠନ କରାଯାଇଛି। ବନ ସୁରକ୍ଷା ସମିତି ତରଫରୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଗୋପାଳନ, ଜିଆଖତ, ମାଣ୍ଡିଆ ଚାଷ, ହଳଦୀ ଚାଷ, ଛତୁଚାଷ ଇତ୍ୟାଦି ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ କରାଯାଇ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଯାଇଛି। ବର୍ତ୍ତମାନ ଏହି ପାହାଡ ଶାଳ, ପିଆଶାଳ, ମହୁଲ, ଚାର, ନିମ୍ବ, ସୁନାରୀ ଇତ୍ୟାଦି ଗଛ ତଥା ହରିଡା, ବାହାଡା, ଅଁଳା, ବାସଙ୍ଗ, ଆକାଣ୍ଡବିନ୍ଧି, ଶତାବରୀ, ଭୂଇଁନିମ୍ବ ଓ ବଜ୍ରମୂଳି ପରି ଔଷଧୀୟ ବୃକ୍ଷରାଜିରେ ପରିପୂର୍ଣ୍ଣ ହୋଇଛି ା ଏହାଛଡା ବାର୍‌ହା, ହନୁ ମାଙ୍କଡ, ଠେକୁଆ, ଝିଙ୍କ, ବିଲୁଆ ପରି ବନ୍ୟଜନ୍ତୁ ତଥା ବିଭିନ୍ନ ପ୍ରଜାତିର ସରୀସୃପଙ୍କ ଆଶ୍ରୟସ୍ଥଳୀ ପାଲଟିଛି ା କହିବାକୁ ଗଲେ କୁର୍ଲାଡୁଙ୍ଗୁରି ପାହାଡ ଜଙ୍ଗଲ ସୁରକ୍ଷାର ଏକ ସଫଳ କାହାଣୀର ବାର୍ତ୍ତା ବହନ କରୁଛି । ନୂଆ କିଛି କରିବାର ପ୍ରୟାସ, ନୂଆ ଆଶା ଓ ବିଶ୍ୱାସ, ନୂତନ ଜୀବିକାର ସନ୍ଧାନ ତଥା ଗୋଷ୍ଠୀ ଏକତା ଓ ସହଭାଗିତା ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଦ୍ୱାରା ସାଗରପାଲି ବନ ସୁରକ୍ଷା ସମିତି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ା ଏପରି କି ଅନ୍ୟ ବନ ସୁରକ୍ଷା ସମିତି ପାଇଁ ପ୍ରେରଣାର ଉତ୍ସ ପାଲଟିଛି ବୋଲି ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ଆକ୍ରମଣ: ୨ ଭାଇ ଗିରଫ, ଜାମିନ ଆବେଦନ ଖାରଜ ହେବାରୁ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମରେ ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ରକରି ପାରିବାରିକ ହିଂସା ଘଟଣାରେ କେ.ନୂଆଗାଁ ଥାନା ନୂଆପଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri