Posted inଜାତୀୟ

କୁରେଭର ଏୟାର ଷ୍ଟ୍ରିପ୍‌ ଚାଇନାର ମୁକାବିଲା ପାଇଁ ହେବ ଗୁରୁତ୍ୱପୂର୍ଣ୍ଣ…

ଲକ୍ଷ୍ନୌ,୧୬।୧୧: ଚାଇନାର ମୁକାବିଲା କରିବା ପାଇଁ ଉତ୍ତରପ୍ରଦେଶର କୁରେଭର ଏୟାରଷ୍ଟ୍ରିପ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଯୋଜନାବଦ୍ଧ ଭାବେ ବାୟୁସେନା ଏଭଳି କରିଛି। ଜରୁରୀକାଳୀନ ସ୍ଥିତିରେ ଏହାରେ ଯୁଦ୍ଧ ବିମାନ ଅବତରଣ କରିପାରିବ। ଏଠାରେ ଅବତରଣ କରିଥିବା ଯୁଦ୍ଧବିମାନ କିମ୍ବା ପରିବହନ ବିମାନକୁ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇପାରିବ।

ଚାଇନା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ଠାରେ ନୂତନ ବିମାନବନ୍ଦର ନିର୍ମାଣ ଜାରି ରଖିଛି। ଫଳରେ ୩.୪୮୮ କିଲୋମିଟର ଏଲ୍‌ଏସିରେ ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି। ଏପରିସ୍ଥଳେ ପୂର୍ବାଞ୍ଚଳ ଏକ୍ସପ୍ରେସ୍‌ ଓ୍ବେର ୩.୩ କିଲୋମିଟର ଲମ୍ବା ରନୱେ ଯୁଦ୍ଧ ବିମାନ ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଏହାକୁ ସ୍ବତନ୍ତ୍ର ଭାବେ ଡିଜାଇନ କରାଯାଇଛି।

ଏ ସମ୍ପର୍କରେ ଅବସରପ୍ରାପ୍ତ ଏୟାର ଚିଫ ମାର୍ଶଲ ଏସ୍‌. କୃଷ୍ଣସ୍ବାମୀଙ୍କ ଅନୁଯାୟୀ, ଉତ୍ତରପ୍ରଦେଶ ରାଜପଥରେ ନୂତନ ଭାବେ ନିର୍ମାଣ ହୋଇଥିବା ଏୟାରଷ୍ଟ୍ରିପ ଗୁଡିକ ଭାରତୀୟ ବାୟୁସେନା ଯୋଜନାର ଏକ ଅଂଶ । ଯାହାକି ମିରାଜ -୨୦୦ ଏଚ ଭଳି ଯୁଦ୍ଧବିମାନର ଓଜନକୁ ନିୟନ୍ତ୍ରଣ କରିବା ପାଇଁ ଏବଂ ସି-୧୩୦ ଜେ ହରକ୍ୟୁଲେସ ଭଳି ପରିବହନ ବିମାନକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଛି।

୧୯୬୫ ଏବଂ ୧୯୭୧ ଯୁଦ୍ଧ ସମୟରେ, ପାକିସ୍ତାନ ବାୟୁସେନା ବିମାନ ଦ୍ୱାରା ଏୟାର ବେସ୍‌ରେ ବୋମା ବିସ୍ଫୋରଣ ଯୋଗୁ ଯୁଦ୍ଧ ବିମାନ ନଷ୍ଟ ହୋଇଯାଇଥିଲା। ସେହି ଅଭିଜ୍ଞତାରୁ ଶିକ୍ଷା ଗ୍ରହଣ କରି ବାୟୁସେନା ଏହି ନିର୍ଦ୍ଦିଷ୍ଟ ଏୟାରଷ୍ଟ୍ରିପଗୁଡ଼ିକୁ ରାଜପଥରେ ଅସ୍ଥାୟୀ ଲାଇଟ, ମୋବାଇଲ ଏୟାର ଟ୍ରାଫିକ ଯୋଗାଯୋଗ, ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଲୋଡ କରିବା ଲାଗି ବ୍ୟବହୃତ କରି ପାରିବ।

ବାୟୁସେନା ଏହାର କାର୍ଯ୍ୟକ୍ଷମ ଯୋଜନାଗୁଡିକ ଉପରେ କଡ଼ା ଆଭିମୁଖ୍ୟ ରଖିଛି।ଉତ୍ତରପ୍ରଦେଶରେ ନିର୍ମିତ ଦୁଇଟି ଏୟାରଷ୍ଟ୍ରିପ ଏୟାରବେସ ନିକଟରେ ଅଛି ଯାହା ଦ୍ୱାରା ଯୁଦ୍ଧବିମାନ ଅବତରଣ କିମ୍ବା ପରିବହନ ବିମାନକୁ ଇନ୍ଧନ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇପାରିବ। ବହୁ ଭାରତୀୟ ଏୟାରବେସରେ ଗୋଟିଏ ଗୋଟିଏ ଏୟାରଷ୍ଟ୍ରିପ ଥିବାରୁ ରାଜପଥରେ ଥିବା ଏୟାରଷ୍ଟ୍ରିପଗୁଡ଼ିକ ବିମାନବନ୍ଦରର ଭୂମିକା ଗ୍ରହଣ କରିପାରିବ।

ସେହିପରି ଏୟାରବେସ୍‌ରେ ଶତ୍ରୁ ପକ୍ଷ ବୋମାମାଡ଼ କଲେ ଏହି ଏୟାରଷ୍ଟ୍ରିପ୍‌ ଗୁଡ଼ିକ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହେବ। କୁରେଭର ଏୟାରଷ୍ଟ୍ରିପ ନିକଟରେ କାନପୁର, ବରେଲି ଏବଂ ଗୋରଖପୁର ଆଦି ଏୟାରବେସ ରହିଛି। ଏସବୁ ଏୟାରବେସ୍‌ ଉତ୍ତର ପଡୋଶୀ ଦେଶର ନିକଟରେ ରହିଛି।

ଏଲ୍‌ଏସିର ନିକଟବର୍ତ୍ତୀ କାଶଗର, ହଟାନ, ଦାମକ୍ସଙ୍ଗ, ଲାସା, ଶିଗାଟସେ, ନଗରୀ-ଗାର ଗୁନ୍ସା, ବାଙ୍ଗଡା ଏବଂ ନିଏନମଗଚି ଆଦି ଠାରେ ଚାଇନାର ପିଏଲଏ ପକ୍ଷରୁ ନୂତନ ବିମାନ ବନ୍ଦର ଏବଂ ଯୁଦ୍ଧବିମାନ ପାଇଁ ଭୂତଳ ଆଶ୍ରୟସ୍ଥଳ ନିର୍ମାଣ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ଏୟାରଷ୍ଟ୍ରିପ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ତାଶିକୋରଗାନ, ପୁରଙ୍ଗ, ଟିଙ୍ଗ୍ରି ଏବଂ ଲୁଣ୍ଟସେରେ ମଧ୍ୟ ପିଏଲଏ ଏଭଳି ବନ୍ଦର ନିର୍ମାଣ କରୁଛି। ତେବେ ଏୟାରଷ୍ଟ୍ରିପ୍‌ ଭାରତୀୟ ବାୟୁସେନା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ପ୍ରଥମ ଦେଶ ଭାବେ ସୋସିଆଲ ମିଡିଆ ବ୍ୟାନ କଲା ଅଷ୍ଟ୍ରେଲିଆ, ଏତିକି ବର୍ଷରୁ କମ୍ ପିଲା…

ନୂଆଦିଲ୍ଲୀ,୯।୧୨: ପିଲାମାନଙ୍କୁ ସୋସିଆଲ ମିଡିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଅଷ୍ଟ୍ରେଲିଆ ଏକ ଐତିହାସିକ ପଦକ୍ଷେପ ନେଇଛି। ବୁଧବାର ମଧ୍ୟରାତ୍ରିରୁ ଅଷ୍ଟ୍ରେଲିଆ ୧୬ ବର୍ଷରୁ କମ୍...

ବାରବାଟୀରେ ଭାରତର ବଡ଼ ବିଜୟ! ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ହରାଇଲା ‘ସୂର୍ଯ୍ୟ’ ଟିମ୍

କଟକ,୯।୧୨: ମଙ୍ଗଳବାର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚରେ ଭାରତୀୟ କ୍ରିକେଟ୍ ଟିମ୍ ଦକ୍ଷିଣ ଆଫ୍ରିକାକୁ ୧୦୧ ରନର...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri