ସଫଳ ମହିଳା ମାଛ ବ୍ୟବସାୟୀ କୁନ୍ତୁଳା

ଗଞ୍ଜାମ, ୩।୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ପୁରୁଣାବନ୍ଧ ଗ୍ରାମରେ ରୁହନ୍ତି କୁନ୍ତୁଳା ବେହେରା(୫୨)। ମାଛ ବେପାରୀ କୁନ୍ତୁଳା ଅପା ନାମରେ ସେ ପରିଚିତା। ତାଙ୍କ ଘର ସୋରଳ ଗ୍ରାମରେ। ସେଠାରେ ବାପାଙ୍କୁ ମାଛ ବ୍ୟବସାୟରେ ସହଯୋଗ କରୁ କରୁ ନିଜେ ପାଲଟିଗଲେ ଜଣେ ବେପାରୀ। ତାଙ୍କ ପରିବାର କହିଲେ ସ୍ବାମୀ କୃଷ୍ଣଚନ୍ଦ୍ର ବେହେରା ଓ ତିନି ପୁଅ। ମାଛ ବିକ୍ରି ପରେ ଯାହା ଲାଭ ମିଳେ ସେଥିରେ ପିଲାଙ୍କୁ ପଢ଼ାଇବା ସହ ପରିବାର ପ୍ରତିପୋଷଣ କରିଥାନ୍ତି। ଜଣେ ପୁଅ ଏବେ ସୈନ୍ୟବାହିନୀରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ଅଭାବ ନାହିଁ ତଥାପି ମାଛ ବେପାରରୁ ମୁହଁ ଫେରାଇ ନାହାନ୍ତି କୁନ୍ତୁଳା ଅପା। ଏହି ବ୍ୟବସାୟ ତାଙ୍କ ପରିଚୟ ସୃଷ୍ଟି କରିଛି ବୋଲି କୁହନ୍ତି ସେ। ସ୍ଥାନୀୟ ଜୟଶ୍ରୀ ଛକ ବସା ନିକଟ ରାସ୍ତାପାର୍ଶ୍ୱରେ ଛୋଟ ଚାଳିଆ କରି ବିଭିନ୍ନ ରକମର ମାଛ ବିକ୍ରି କରୁଛନ୍ତି। ରବିବାର, ମଙ୍ଗଳବାର, ବୁଧବାର ଓ ଶୁକ୍ରବାର ତାଙ୍କ ମାଛ ଦୋକାନରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥାଏ। ସେ ସର୍ବଦା ତଟକା ମାଛ ଆଣୁଥିବାରୁ ସମସ୍ତଙ୍କ ପସନ୍ଦ କୁନ୍ତୁଳା ଅପା। ସମୁଦ୍ରରୁ ଡଙ୍ଗା ଦ୍ୱାରା ମାଛ ମାରୁଥିବା ଲୋକଙ୍କଠାରୁ ମାଛ କିଣି ସେ ଏଠାରେ ବିକ୍ରି କରିଥାନ୍ତି। ବେଳେବେଳେ ସ୍ଥାନୀୟ ଅଞ୍ଚଳର ପୋଖରୀ ମାଛ ମଧ୍ୟ ବିକ୍ରି କରନ୍ତି। ଏଥିସହ ଛତ୍ରପୁର, ବ୍ରହ୍ମପୁର ଅଞ୍ଚଳର ଲୋକେ ବଡ଼ ବଡ଼ ଭୋଜି ପାଇଁ ମାଛ, ଚିଙ୍ଗୁଡ଼ି ଓ କଙ୍କଡ଼ା ଆଦି ତାଙ୍କଠାରୁ କିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ଓଡ଼ିଆ ଝିଅ ପ୍ରିୟାଂଶୀ

ଗଞ୍ଜାମ,୨୬ା୧୨(ବିଦ୍ୟାଧର ସାହୁ): ବିକଶିତ ଭାରତ ୟଙ୍ଗ୍‌ ଲିଡରସ ଡାଏଲଗ ୨୦୨୬ର ଷ୍ଟେଟ୍‌ ଚାମ୍ପିଅନ ଭାବେ ଗଞ୍ଜାମ ଜିଲା ହୁମା ଗ୍ରାମର ଓଡ଼ିଆ ଝିଅ ପ୍ରିୟାଂଶୀ ବିଶ୍ୱାଳ...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

‘ଦେଶ ପାଇଁ ବାଜପେୟୀଙ୍କ ଅବଦାନ ଅବିସ୍ମରଣୀୟ’

ଛତ୍ରପୁର,୨୫ା୧୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri