Posted inଫୁରସତ

Viral Video: ମହାକୁମ୍ଭରେ ଚର୍ଚ୍ଚିତ ଲଭଷ୍ଟୋରୀ, ଅଘୋରୀ ବାବାଙ୍କ ପ୍ରେମରେ ପଡିଲେ ଋଷୀୟ ମହିଳା, କରିଲେ ଏମିତି…

ମହାକୁମ୍ଭ ୨୦୨୫ରେ ଅଜବ ଏବଂ ଅନନ୍ୟ କାହାଣୀ ସାମ୍ନାକୁ ଆସୁଛି। ଆଇଆଇଟି ବାବାଙ୍କଠାରୁ ମୋନାଲିସା ପର୍ଯ୍ୟନ୍ତ, ଅନେକ ଚର୍ଚ୍ଚିତ ବିଷୟ ସୋସିଆଲ ମିଡିଆରେ ଦୃଷ୍ଟି ଆକର୍ଷଣ କରିଥିଲା। ଏହି ସମୟରେ ବିବାହର ଅନେକ ଖବର ମଧ୍ୟ ଭାଇରାଲ ହୋଇଥିଲା। ପ୍ରଥମେ ଜଣେ ଗ୍ରୀକ ଝିଅ ଏବଂ ଜଣେ ଦିଲ୍ଲୀ ପୁଅର ବିବାହ ଖବର ଚର୍ଚ୍ଚାରେ ଥିଲା । ଆଉ ଏବେ ମହାକୁମ୍ଭ ପରିଦର୍ଶନ କରିବାକୁ ଆସିଥିବା ଜଣେ ଋଷୀୟ ମହିଳା ଜଣେ ଅଘୋରୀ ବାବାଙ୍କ ପ୍ରେମରେ ପଡିଥିବା ଖବର ଚର୍ଚ୍ଚାରେ। ଦୁହେଁ ମହାକୁମ୍ଭରେ ବିବାହ କରିଥିବା ଜଣାପଡିଛି ଏବଂ ସେମାନଙ୍କର ଅନନ୍ୟ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ଜଣେ ବ୍ୟକ୍ତି ଜଣେ ରୁଷୀୟ ମହିଳାଙ୍କ ସାକ୍ଷାତକାର ନେଉଥିବାର ଦେଖାଯାଉଛି। ସେମହିଳାଙ୍କୁ ପଚରାଯାଇଥିଲା, ଆପଣ ହିନ୍ଦୁ ଧର୍ମକୁ ପସନ୍ଦ କରନ୍ତି? ଏଥିରେ ସେି ହସି ହସି ଉତ୍ତର ଦେଲେ ଯେ ସେ ଭଗବାନ ଗଣେଶଙ୍କର ଜଣେ ଭକ୍ତ। ସେହି ସମୟରେ ଯେତେବେଳେ ସେହି ବ୍ୟକ୍ତି ଅଘୋରୀ ବାବାଙ୍କୁ ପଚାରିଲେ ଯେ ଏହି ମହିଳା ଜଣଙ୍କ ତାଙ୍କ ତପସ୍ୟାରେ ବିରକ୍ତି ସୃଷ୍ଟି କରୁଛି କି? ବାବା ଲାଜରେ ହସିଲେ। ଏହି ସୁନ୍ଦର ଏବଂ ଅନନ୍ୟ ମୁହୂର୍ତ୍ତଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଲୋକମାନେ ଏହି ଅନନ୍ୟ ପ୍ରେମ କାହାଣୀ ଉପରେ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି।

ଏହି ଭିଡିଓଟି Instagram ରେ @rue_xyz ନାମକ ଏକ ପେଜରୁ ଶେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭିୟୁ ପାଇସାରିଲାଣି। ଅନେକ ଲୋକ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ଏବେ ଆମକୁ ମଧ୍ୟ ବାବା ହେବାକୁ ପଡିବ। ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ବାବାଙ୍କୁ ତାଙ୍କ ତପସ୍ୟାର ଫଳ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri