ଦାରିଙ୍ଗବାଡି,୧୦।୧(ଅରୁଣ ସାହୁ):ଶୀତ ମହୋତ୍ସବର ଦିତୀୟ ସନ୍ଧ୍ୟାରେ ଦର୍ଶକ ସଙ୍ଗୀତ,ନୃତ୍ୟ, ଓଡିଶୀ, ମାଲଖମ୍ବ ଆଦିର ମଜା ନେଲେ। ଦିତୀୟ ସଂନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ରହିଥିଲା କୁଲଦୀପ ପଟ୍ଟନାୟକଙ୍କ ସଙ୍ଗୀତ। ଦର୍ଶକ ତାଙ୍କ ସଙ୍ଗୀତ ରେ ଝୁମିଥିଲେ ପ୍ରାୟ ୧ ଘଣ୍ଟା ଧରି ସେ ନିଜ ସଂଗୀତରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ସେହିପରି ସାମରିକ ଶିକ୍ଷା ତଥା ମାଲଖମ୍ବକୁ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ପୁରୀରୁ ଶ୍ରେୟା ପଣ୍ଡାଙ୍କଦକ ଏହି ମାଲଖମ୍ବ ରେ ବିଭିନ୍ନ ପ୍ରକାର କଳା ଓ କୁସ୍ତି ପ୍ରଦର୍ଶନ କରିଥିଲେ ଗୋଟିଏ ଖମ୍ବ ରେ ଏହି କୁସ୍ତି କୁ ପ୍ରଦର୍ଶନ କରାଯାଉଥିବା ବେକେ ଏହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ସେହିପରି ସମ୍ବଲପୁରୀ ଓ ରାଜସ୍ଥାନ ନୃତ୍ୟ ମଧ୍ୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା।
Dharitri – Odisha’s No.1 Odia Daily


