ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ

ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍‌’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍‌ ଚାଲିଥିବାରୁ ସମସ୍ତ ଦେଶର ନଜର ନିଜ ନିଜ ଖେଳାଳିଙ୍କ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ରେ ସ୍ଥାନ ପାଇବା ଲାଗି ପ୍ରତିଯୋଗିତା ତିବ୍ର ହୋଇଛି। ଏହି ଦୌଡ଼ରେ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଯୋଡ଼ି ନିଶ୍ଚିତ ଭାବେ ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଛି।

ଏକ ସମୟ ଥିଲା କୁଲଦୀପ-ଚହଲଙ୍କ ଯୋଡ଼ି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ଏଥିନେଇ ଏହି ଯୋଡ଼ିକୁ ‘କୁଲ୍‌ଚା’ ନାମ ଦିଆଯାଇଥିଲା। ହେଲେ କ୍ରିକେଟ ଅନିଶ୍ଚିତତାର ଖେଳ ହୋଇଥିବା ଯୋଗୁ ଉଭୟଙ୍କ ପ୍ରଦର୍ଶନ ଧିରେ ଧିରେ ଖରାପ ହୋଇଥିଲା। ପରିଣାମ ସ୍ବରୂପ ସେମାନେ ଦଳରୁ ବାହାର ହୋଇଥିଲେ। ହେଲେ ନିଜର ନିଷ୍ଠା ବଳରେ ସେମାନେ ପୁଣିଥରେ ନିଜକୁ ପ୍ରମାଣିତ କରିଛନ୍ତି। ଆଇପିଏଲ୍‌-୨୦୨୨ରେ ଦୁଇ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି। ଏଯାବତ ଟୁର୍ନାମେଣ୍ଟରେ ସେମାନେ ସର୍ବାଧିକ ଉଇକେଟ ନେଇଥିବା ବୋଲର ତାଲିକା ଶୀର୍ଷରେ ଅଛନ୍ତି। ଚହଲ ୮ ମ୍ୟାଚ୍‌ରେ ୧୮ ଉଇକେଟ ନେଇ ପ୍ରଥମରେ ଥିବା ବେଳେ କୁଲଦୀପ ୮ ମ୍ୟାଚ୍‌ରେ ୧୭ ଉଇକେଟ ନେଇ ଦ୍ୱିତୀୟରେ ଅଛନ୍ତି।

ବାସ୍ତବରେ ଦେଖିଲେ ଚହଲ-କୁଲଦୀପ ପରସ୍ପରର ଭଲ ବନ୍ଧୁ। ଆଇପିଏଲ୍‌ରେ ସେମାନଙ୍କ ବନ୍ଧୁତ୍ୱର ଏକ ଝଲକ ଦେଖିବାକୁ ମିଳିଛି। ଗୁରୁବାର କୋଲକାତା ବିପକ୍ଷରେ ଦିିଲ୍ଲୀ ଜିତିଥିବା ବେଳେ କୁଲଦୀପଙ୍କୁ ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ ପୁରସ୍କାର ମିଳିଥିଲା। ସେତେବେଳେ ‘ପର୍ପଲ କ୍ୟାପ୍‌’ର ଦୌଡ଼କୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ କୁଲଦୀପ କହିଥିଲେ, ମୋର ଏବଂ ଚହଲଙ୍କ ମଧ୍ୟରେ କୌଣସି ପ୍ରତିସ୍ପର୍ଦ୍ଧା ନାହିଁ। ସେ ମୋତେ ଲଗାତାର ଭାବେ ପ୍ରୋତ୍ସାହିତ କରନ୍ତି। ସେ ମୋ’ ବଡ଼ ଭାଇ ପରି। ଯେତେବେଳେ ମୁଁ ଆହତ ହୋଇଥିଲି ସେ ମୋ ସହ ଥିଲେ। ମୁଁ ଚାହୁଁଛି ଚହଲ ହିଁ ପର୍ପଲ କ୍ୟାପ୍‌ ବିଜେତା ହୁଅନ୍ତୁ। କାରଣ ବିଗତ ୪ ବର୍ଷ ମଧ୍ୟରେ ସେ ଦମ୍‌ଦାର ବୋଲିଂ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri