ବନ୍ଧୁ ହେବ ତ ଏମିତି; ଚହଲ ଜିତନ୍ତୁ ବୋଲି କହି ଚର୍ଚ୍ଚାରେ କୁଲଦୀପ

ମୁମ୍ବାଇ,୨୯।୪: ଚଳିତ ବର୍ଷ ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଟୁର୍ନାମେଣ୍ଟ ‘ଆଇସିସି ଟି୨୦ ବିଶ୍ୱକପ୍‌’ର ଆୟୋଜନ ହେବାକୁ ଯାଉଛି। ଏବେ ଆଇପିଏଲ୍‌ ଚାଲିଥିବାରୁ ସମସ୍ତ ଦେଶର ନଜର ନିଜ ନିଜ ଖେଳାଳିଙ୍କ ଉପରେ ରହିଛି। ଏହି କ୍ରମରେ ଭାରତୀୟ କ୍ରିକେଟ ଟିମ୍‌ରେ ସ୍ଥାନ ପାଇବା ଲାଗି ପ୍ରତିଯୋଗିତା ତିବ୍ର ହୋଇଛି। ଏହି ଦୌଡ଼ରେ ସ୍ପିନର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କ ଯୋଡ଼ି ନିଶ୍ଚିତ ଭାବେ ଦଳରେ ସାମିଲ ହେବେ ବୋଲି ଆଶା କରାଯାଉଛି।

ଏକ ସମୟ ଥିଲା କୁଲଦୀପ-ଚହଲଙ୍କ ଯୋଡ଼ି ଅନ୍ତରାଷ୍ଟ୍ରୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ଏଥିନେଇ ଏହି ଯୋଡ଼ିକୁ ‘କୁଲ୍‌ଚା’ ନାମ ଦିଆଯାଇଥିଲା। ହେଲେ କ୍ରିକେଟ ଅନିଶ୍ଚିତତାର ଖେଳ ହୋଇଥିବା ଯୋଗୁ ଉଭୟଙ୍କ ପ୍ରଦର୍ଶନ ଧିରେ ଧିରେ ଖରାପ ହୋଇଥିଲା। ପରିଣାମ ସ୍ବରୂପ ସେମାନେ ଦଳରୁ ବାହାର ହୋଇଥିଲେ। ହେଲେ ନିଜର ନିଷ୍ଠା ବଳରେ ସେମାନେ ପୁଣିଥରେ ନିଜକୁ ପ୍ରମାଣିତ କରିଛନ୍ତି। ଆଇପିଏଲ୍‌-୨୦୨୨ରେ ଦୁଇ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି। ଏଯାବତ ଟୁର୍ନାମେଣ୍ଟରେ ସେମାନେ ସର୍ବାଧିକ ଉଇକେଟ ନେଇଥିବା ବୋଲର ତାଲିକା ଶୀର୍ଷରେ ଅଛନ୍ତି। ଚହଲ ୮ ମ୍ୟାଚ୍‌ରେ ୧୮ ଉଇକେଟ ନେଇ ପ୍ରଥମରେ ଥିବା ବେଳେ କୁଲଦୀପ ୮ ମ୍ୟାଚ୍‌ରେ ୧୭ ଉଇକେଟ ନେଇ ଦ୍ୱିତୀୟରେ ଅଛନ୍ତି।

ବାସ୍ତବରେ ଦେଖିଲେ ଚହଲ-କୁଲଦୀପ ପରସ୍ପରର ଭଲ ବନ୍ଧୁ। ଆଇପିଏଲ୍‌ରେ ସେମାନଙ୍କ ବନ୍ଧୁତ୍ୱର ଏକ ଝଲକ ଦେଖିବାକୁ ମିଳିଛି। ଗୁରୁବାର କୋଲକାତା ବିପକ୍ଷରେ ଦିିଲ୍ଲୀ ଜିତିଥିବା ବେଳେ କୁଲଦୀପଙ୍କୁ ମ୍ୟାନ୍‌ ଅଫ୍‌ ମ୍ୟାଚ୍‌ ପୁରସ୍କାର ମିଳିଥିଲା। ସେତେବେଳେ ‘ପର୍ପଲ କ୍ୟାପ୍‌’ର ଦୌଡ଼କୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ କୁଲଦୀପ କହିଥିଲେ, ମୋର ଏବଂ ଚହଲଙ୍କ ମଧ୍ୟରେ କୌଣସି ପ୍ରତିସ୍ପର୍ଦ୍ଧା ନାହିଁ। ସେ ମୋତେ ଲଗାତାର ଭାବେ ପ୍ରୋତ୍ସାହିତ କରନ୍ତି। ସେ ମୋ’ ବଡ଼ ଭାଇ ପରି। ଯେତେବେଳେ ମୁଁ ଆହତ ହୋଇଥିଲି ସେ ମୋ ସହ ଥିଲେ। ମୁଁ ଚାହୁଁଛି ଚହଲ ହିଁ ପର୍ପଲ କ୍ୟାପ୍‌ ବିଜେତା ହୁଅନ୍ତୁ। କାରଣ ବିଗତ ୪ ବର୍ଷ ମଧ୍ୟରେ ସେ ଦମ୍‌ଦାର ବୋଲିଂ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri