Posted inଖେଳ

ନିର୍ବନ୍ଧ କରି ଚର୍ଚ୍ଚାରେ କୁଲଦୀପ ଯାଦବ, ଜାଣନ୍ତୁ କିଏ ସେ ସୁନ୍ଦରୀ ଯିଏ…?

ନୂୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ଭାରତୀୟ ଦଳର ଅଭିଜ୍ଞ ସ୍ପିନର କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା IPL ୨୦୨୫ରେ ଆଖିଦୃଶିଆ ପ୍ରଦର୍ଶନ କରି ନ ଥିବା କୁଲଦୀପ ବ୍ୟକ୍ତିଗତ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କ ନିର୍ବନ୍ଧ ଶେଷ ହୋଇଛି। କୁଲଦୀପ ନିଜର ପିଲାଦିନର ବନ୍ଧୁ ବଂଶିକାଙ୍କୁ ବିବାହ କରିବାକୁ ଯାଉଛନ୍ତି।

କୁଲଦୀପ ଲକ୍ଷ୍ନୌରେ ବଂଶିକାଙ୍କ ସହିତ ନିର୍ବନ୍ଧ କରିଛନ୍ତି। ବଂଶିକା ବର୍ତ୍ତମାନ LICରେ କାର୍ଯ୍ୟରତ। ବଂଶିକା କୁଲଦୀପ ଯାଦବଙ୍କ ପିଲାଦିନର ବନ୍ଧୁ। ବଂଶିକା କାନପୁରର ବାସିନ୍ଦା। ରିଙ୍କୁ ସିଂହ ସମେତ ଅନେକ ଭାରତୀୟ ଖେଳାଳି ମଧ୍ୟ କୁଲଦୀପ ଯାଦବଙ୍କ ନିର୍ବନ୍ଧରେ ଯୋଗ ଦେଇଥିଲେ।

କୁଲଦୀପ ଯାଦବଙ୍କ ବିଷୟରେ କହିବାକୁ ଗଲେ, ତାଙ୍କର ଜନ୍ମ ୧୪ ଡିସେମ୍ବର ୧୯୯୪ ରେ ଉତ୍ତର ପ୍ରଦେଶର ଉନ୍ନାଉ ଜିଲାରେ ହୋଇଥିଲା। ଏହି ଉତ୍କୃଷ୍ଟ ସ୍ପିନର୍‌ ଟିମ ଇଣ୍ଡିଆ ପକ୍ଷରୁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିିବ। ଏହି ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ଏବଂ କୁଲଦୀପ ଯାଦବଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭଲ ବୋଲିଂ କରିବାକୁ ଚାହିଁବେ । ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହିଁବେ।

ଦିଲ୍ଲୀ କ୍ୟାପିଟାଲ୍ସ ୧୪ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୭ଟିରେ ବିଜୟୀ ହୋଇଥିଲା। ସେମାନେ ୬ଟି ମ୍ୟାଚ ହାରିଥିଲେ। ଏହା ବ୍ୟତୀତ ଗୋଟିଏ ମ୍ୟାଚ ଡ୍ର ମଧ୍ୟ ହୋଇଥିଲା। ଦଳ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ସିଜିନ ଶେଷ କରିଥିଲା। କୁଲଦୀପ ଯାଦବଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ, ସେ ୧୪ଟି ମ୍ୟାଚ ରେ ୨୪.୦୬ ହାରରେ ଏବଂ ୭.୦୭ ଇକୋନୋମିରେ ମୋଟ ୧୫ଟି ଉଇକେଟ ନେଇଥିଲେ।

କୁଲଦୀପ ଯାଦବ ଏପର୍ଯ୍ୟନ୍ତ ଭାରତ ପାଇଁ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୫୬ଟି ୱିକେଟ ନେଇଛନ୍ତି। ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ କରିବେ ଯେତେବେଳେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି। ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ସିରିଜ ପାଇଁ ଖୁବ ଶୀଘ୍ର ଅଭ୍ୟାସ ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri