Posted inଖେଳ

ନିର୍ବନ୍ଧ କରି ଚର୍ଚ୍ଚାରେ କୁଲଦୀପ ଯାଦବ, ଜାଣନ୍ତୁ କିଏ ସେ ସୁନ୍ଦରୀ ଯିଏ…?

ନୂୂଆଦିଲ୍ଲୀ,୪।୬: ଚର୍ଚ୍ଚାରେ ଭାରତୀୟ ଦଳର ଅଭିଜ୍ଞ ସ୍ପିନର କୁଲଦୀପ ଯାଦବ। ନିକଟରେ ଶେଷ ହୋଇଥିବା IPL ୨୦୨୫ରେ ଆଖିଦୃଶିଆ ପ୍ରଦର୍ଶନ କରି ନ ଥିବା କୁଲଦୀପ ବ୍ୟକ୍ତିଗତ ଜୀବନରେ ଆଉ ପାଦେ ଆଗକୁ ବଢ଼ିଛନ୍ତି। ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କ ନିର୍ବନ୍ଧ ଶେଷ ହୋଇଛି। କୁଲଦୀପ ନିଜର ପିଲାଦିନର ବନ୍ଧୁ ବଂଶିକାଙ୍କୁ ବିବାହ କରିବାକୁ ଯାଉଛନ୍ତି।

କୁଲଦୀପ ଲକ୍ଷ୍ନୌରେ ବଂଶିକାଙ୍କ ସହିତ ନିର୍ବନ୍ଧ କରିଛନ୍ତି। ବଂଶିକା ବର୍ତ୍ତମାନ LICରେ କାର୍ଯ୍ୟରତ। ବଂଶିକା କୁଲଦୀପ ଯାଦବଙ୍କ ପିଲାଦିନର ବନ୍ଧୁ। ବଂଶିକା କାନପୁରର ବାସିନ୍ଦା। ରିଙ୍କୁ ସିଂହ ସମେତ ଅନେକ ଭାରତୀୟ ଖେଳାଳି ମଧ୍ୟ କୁଲଦୀପ ଯାଦବଙ୍କ ନିର୍ବନ୍ଧରେ ଯୋଗ ଦେଇଥିଲେ।

କୁଲଦୀପ ଯାଦବଙ୍କ ବିଷୟରେ କହିବାକୁ ଗଲେ, ତାଙ୍କର ଜନ୍ମ ୧୪ ଡିସେମ୍ବର ୧୯୯୪ ରେ ଉତ୍ତର ପ୍ରଦେଶର ଉନ୍ନାଉ ଜିଲାରେ ହୋଇଥିଲା। ଏହି ଉତ୍କୃଷ୍ଟ ସ୍ପିନର୍‌ ଟିମ ଇଣ୍ଡିଆ ପକ୍ଷରୁ ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆଗାମୀ ଦିନରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତ କରିିବ। ଏହି ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ଏବଂ କୁଲଦୀପ ଯାଦବଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। ସେ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ଭଲ ବୋଲିଂ କରିବାକୁ ଚାହିଁବେ । ତାଙ୍କ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଚାହିଁବେ।

ଦିଲ୍ଲୀ କ୍ୟାପିଟାଲ୍ସ ୧୪ଟି ଲିଗ୍‌ ମ୍ୟାଚ୍‌ ମଧ୍ୟରୁ ୭ଟିରେ ବିଜୟୀ ହୋଇଥିଲା। ସେମାନେ ୬ଟି ମ୍ୟାଚ ହାରିଥିଲେ। ଏହା ବ୍ୟତୀତ ଗୋଟିଏ ମ୍ୟାଚ ଡ୍ର ମଧ୍ୟ ହୋଇଥିଲା। ଦଳ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ସିଜିନ ଶେଷ କରିଥିଲା। କୁଲଦୀପ ଯାଦବଙ୍କ ପ୍ରଦର୍ଶନ ବିଷୟରେ କହିବାକୁ ଗଲେ, ସେ ୧୪ଟି ମ୍ୟାଚ ରେ ୨୪.୦୬ ହାରରେ ଏବଂ ୭.୦୭ ଇକୋନୋମିରେ ମୋଟ ୧୫ଟି ଉଇକେଟ ନେଇଥିଲେ।

କୁଲଦୀପ ଯାଦବ ଏପର୍ଯ୍ୟନ୍ତ ଭାରତ ପାଇଁ ମୋଟ ୧୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଯେଉଁଥିରେ ସେ ୫୬ଟି ୱିକେଟ ନେଇଛନ୍ତି। ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକତ୍ୱ କରିବେ ଯେତେବେଳେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ କରାଯାଇଛି। ଭାରତୀୟ ଖେଳାଳିମାନେ ଏହି ଟେଷ୍ଟ ସିରିଜ ପାଇଁ ଖୁବ ଶୀଘ୍ର ଅଭ୍ୟାସ ଆରମ୍ଭ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ପ୍ରେମିକାଙ୍କ ‘ବ୍ୟକ୍ତିଗତ ମୁହୂର୍ତ୍ତ’ ଭାଇରାଲ୍, ଓଡ଼ିଶାରେ ଥାଇ ମିଡିଆ ଉପରେ ବର୍ଷିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୯ା୧୨: ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ପ୍ରେମିକା ମହିକା ଶର୍ମାଙ୍କ ଭିଡିଓ ଏବଂ ଫଟୋ ଅନୁଚିତ ଆଙ୍ଗେଲ୍‌ରେ ଉଠାଇଥିବା ପାପାରାଜିଙ୍କ ଉପରେ...

ବାରବାଟୀ ମ୍ୟାଚ ଭିତରେ ବଡ଼ ଘୋଷଣା, ପୁଣି T20 ପାଇଁ ଟିମ୍‌ ଇଣ୍ଡିଆର ଟିମ୍‌ ଘୋଷଣା, ଦଳରେ ଅଛନ୍ତି…

ନୂଆଦିଲ୍ଲୀ,୯।୧୨: ବିଶ୍ୱ ଚାମ୍ପିଅନ ଟିମ ଇଣ୍ଡିଆ ଖୁବଶୀଘ୍ର ପଡ଼ିଆକୁ ଫେରିବାକୁ ଯାଉଛି। ପ୍ରଥମ ଥର ପାଇଁ ICC ମହିଳା ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳ...

India vs South Africa: ବାରବାଟୀରେ କେତେଥର ଜିତିଛି ଭାରତ? ଶୁଣିଲେ ତାଜୁବ ହେବେ

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

ପୁଣି ଭାଗ ଭାଗ ହୋଇଯିବ ପାକିସ୍ତାନ: ସ୍ୱତନ୍ତ୍ର ସିନ୍ଧୁଦେଶ ଦାବି କରାଚୀରେ ହିଂସା

ନୂଆଦିଲ୍ଲୀ,୮।୧୨: ୧୯୭୧ ମସିହାରେ ପୂର୍ବ ପାକିସ୍ତାନକୁ ହରାଇବା ପରେ ପାକିସ୍ତାନରେ ପୁଣି ଥରେ ପ୍ରାଦେଶିକ ବିଭାଜନ ନେଇ ଜୋରଦାର ଆଲୋଚନା ଚାଲିଛି। ଦେଶରେ ଉତ୍ତମ ଶାସନ...

ମାଲକାନଗିରିରେ ବଢ଼ିଲା ଇଣ୍ଟରନେଟ କଟକଣା

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri