ଧୂମଧାମରେ କୁଲାଡ ରଥଯାତ୍ରା ପାଳିତ: ଭକ୍ତଙ୍କ ସେବାରେ ବିଧାୟକ

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ କୁଲାଡରେ ଧୂମଧାମରେ ପାଳିତ ହୋଇଯାଇଛି ରଥଯାତ୍ରା। ଅପରାହ୍ନରେ ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ପ୍ରଶାନ୍ତ ଭଞ୍ଜ ଛେରା ପହଁରା କରିବା ପରେ ଭକ୍ତମାନେ ରଥକୁ ଟାଣିଥିଲେ। ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିବା ଜଣାପଡିଛି।

ଘୁମୁସରର ରାଜା ପ୍ରତାପ ଧନଞ୍ଜୟ ଭଞ୍ଜଙ୍କ ଦ୍ୱାରା ଷୋଡ଼ଶ ଶତାବ୍ଦୀରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲା। ଏହାପରେ ରାଜା କୃଷ୍ଠ ଭଞ୍ଜ ୧୭୫୪ରେ ଘୁମୁସରର ରାଜା ହେବାପରେ ରାଜପ୍ରସାଦକୁ ଲାଗି ଜଗନ୍ନାଥ ମନ୍ଦିର ର୍ନିମାଣକରି ଠାକୁରଙ୍କୁ ସ୍ଥାପନ କରିଥିଲେ। ସେହି ସମୟରୁ କୁଲାଡ ରଥଯାତ୍ରା ପାଳିତ ହୋଇଆସୁଛି। ଶହ ଶହ ବର୍ଷ ଧରି ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ରଥଯାତ୍ରା ପାଳିତ ହୋଇ ଆସୁଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ମନ୍ଦିର ପରିଚାଳନା ଦାୟିତ୍ୱ ଦେବୋତ୍ତର ବିଭାଗ ଅଧିନକୁ ଚାଲି ଆସିଥିଲା। ତେଣୁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ବର୍ତ୍ତମାନ ପରିଚାଳନା ଦାୟିତ୍ୱ ବୁଝୁଛି। ଭଞ୍ଜନଗର ତହସିଲଦାର ମନ୍ଦିରର ତଦାରଖ କରୁଛନ୍ତି।

ତେଣୁ ଆଜି ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହ ପାଳିତ ହେବ, ସେଥିପାଇଁ ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ଅତିରିକ୍ତ ତହସିଲଦାର ଅବିନାଶ ମହାର ପ୍ରମୁଖ ଉପସ୍ଥିତ ରହି ଯାତ୍ରାକୁ ତଦାରଖ କରୁଛନ୍ତି। ଆଇନଶୃଙ୍ଖଳା ଦାୟିତ୍ୱରେ
ଏସଡିପି ଓ ସୁଜିତ୍‌ ନାୟକ,ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଅଛନ୍ତି। ଅପରାହ୍ନରେ ଭଞ୍ଜ ରାଜବଂଶର ଉତ୍ତରାଧିକାରୀ ପ୍ରଶାନ୍ତ ଭଞ୍ଜ ଛେରା ପହଁରା କରିବା ପରେ ଭକ୍ତମାନେ ରଥକୁ ଟାଣିଥିଲେ।

ରଥଯାତ୍ରାରେ ହଜାର ହଜାର ଭକ୍ତ ଯୋଗଦେଇଥିବା ଜଣାପଡିଛି । ଏଥିସହ ଭଞ୍ଜନଗର ରଥାସହି, ଭେଜିପୁଟ, ବଡକୋଦଣ୍ଡା ପ୍ରମୁଖ ସ୍ଥାନରେ ରଥଯାତ୍ରା ପାଳିତ ହେଉଛି। ଅପରପକ୍ଷେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଆଜି ପୁରୀ ରଥଯାତ୍ରାରେ ଯୋଗଦେଇ ଭକ୍ତଙ୍କ ସେବା କରୁଛନ୍ତି। ତେଣୁ ସେ ପୁରୀ ମଣିରାମ ମଠରେ ଆଜକୁ ୪ ଦିନ ହେବ ଡେରା ପକାଇ ଅଛନ୍ତି। ଆଜି ତାଙ୍କ ତରଫରୁ ହଜାର ହଜାର ଭକ୍ତଙ୍କୁ ପକୁଡ଼ି, ଚଣା ତରକାରୀ, ପଣା ପ୍ରମୁଖ ବଣ୍ଟନ କରାଯାଇଥିଲା । ଏଥିପାଇଁ ଭଞ୍ଜନଗରରୁ ଅନେକ ସ୍ବେଛାସେବୀ ପୁରୀ ଯାଇ ଉକ୍ତ ସେବା କାର୍ଯ୍ୟରେ ଯୋଡ଼ି ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବତୀ, ଯୁବକଙ୍କ ଜୀବନ

ମୁନିଗୁଡ଼ା,୨୨।୩: ରାୟଗଡ଼ା ଜିଲା ବିଷମକଟକ ଥାନା ଚାଟିକଣାଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ଯୁବତୀ ଏବଂ ଯୁବକଙ୍କ ମୃତ୍ୟୁ ଘଟିଛି। ହେଲେ ସେମାନଙ୍କ ପରିଚୟ…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri