Categories: ବାଣିଜ୍ୟ

କୁହଲ୍‌ ଷ୍ଟାଇଲିଶ୍‌ ଫ୍ୟାନ୍‌ ଉନ୍ମୋଚିତ

ନୂଆଦିଲ୍ଲୀ,୨୧।୧: ଦେଶର ପ୍ରମୁଖ ଘରୋଇ କମ୍ପାନୀ କେଣ୍ଟ ଆର୍‌ଓ ସିଷ୍ଟମ୍ସ ଲିମିଟେଡ୍‌ର ନୂତନ ଉତ୍ପାଦ କୁହଲ୍‌ ଷ୍ଟାଇଲିଶ ଫ୍ୟାନ୍‌ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏପରିକି ବିଏଲ୍‌ଡିସି ସିଲିଂ ଫ୍ୟାନ୍‌ ବ୍ରାଣ୍ଡ୍‌ ଅଧୀନରେ କୁହଲ୍‌ ଷ୍ଟାଇଲିଶ ଫ୍ୟାନ୍ସ ବ୍ରାଣ୍ଡ୍‌ର ବଜାର ପ୍ରବେଶ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶ୍ରୀ ରବିଶଙ୍କର ଏବଂ ବରିଷ୍ଠ ଅଭିନେତ୍ରୀ ହେମା ମାଳିନୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏ ସମ୍ପର୍କରେ କୁହଲ୍‌ ଷ୍ଟାଇଲିଶ ଫ୍ୟାନ୍ସର ବରିଷ୍ଠ ଅଧିକାରୀ ତଥା କେଣ୍ଟ ଆର୍‌ଓର ସିଏମ୍‌ଡି ଡ. ମହେଶ ଗୁପ୍ତା କହିଛନ୍ତି, ଏହି ନୂତନ ଉତ୍ପାଦ ଦେଶର ଅନ୍ୟ ସିଲିଂ ଫ୍ୟାନ୍‌ ବ୍ରାଣ୍ଡ୍‌ ତୁଳନାରେ ଭିନ୍ନ ଏବଂ ଗୁଣାତ୍ମକ ହୋଇଥିବା ବେଳେ ପରିବେଶ ଉପଯୋଗୀ ଓ ବିଦ୍ୟୁତ୍‌ ଶକ୍ତି ସଂରକ୍ଷିତ ଉତ୍ପାଦ ଭାବେ ବେଶ୍‌ ପରିଚିତ। ଏପରିକି ଏହାର ପରିଚାଳନାରେ ୬୫%ର ବିଦ୍ୟୁତ୍‌ ଶକ୍ତି ସଞ୍ଚୟ ହୋଇଥାଏ। ଏଥିରେ ଅନେକ ବୈଶିଷ୍ଟ୍ୟ ରହିଥିବା ବେଳେ ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହା ନିର୍ମାଣ କରାଯାଇଛି ବୋଲି ଗୁପ୍ତା ମତପ୍ରକାଶ କରିଥିଲେ।

Share