ଜିଆଇ ଟ୍ୟାଗ୍‌ ଦୌଡ଼ରେ କୁଚିଣ୍ଡା ଲଙ୍କା

ସମ୍ବଲପୁର, ୩୦।୯(ବ୍ୟୁରେ): ସମ୍ବଲପୁର ଜିଲା କୁଚିଣ୍ଡା ଲଙ୍କା ଜିଆଇ (ଜିଓଗ୍ରାଫିକାଲ ଇଣ୍ଡିକେଶନ) ଟ୍ୟାଗ୍‌ ଦୌଡ଼ରେ ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରେଢ଼ାଖୋଲ ଏନ୍‌ଏସିରେ ଏକ୍‌ଜିକ୍ୟୁଟିଭ୍‌ ଅଫିସର ଥିବା ଆଇଏଏସ୍‌ (ଶିକ୍ଷାନବିସ) ଆଶୁତୋଷ କୁଲକର୍ନି ନିଜସ୍ବ ଉଦ୍ୟମରେ ଜିଆଇ ଟ୍ୟାଗ୍‌ ପାଇଁ ଆବେଦନ କରିଛନ୍ତି। ପୂର୍ବରୁ କୁଚିଣ୍ଡା ଉପଖଣ୍ଡରେ ଉତ୍ପାଦିତ ଲଙ୍କାର ଆକାର, ଆକର୍ଷଣକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାର ଟ୍ରେଡରମାନେ ଏଠାକୁ କିଣିବାକୁ ଆସୁଥିଲେ। ଏବେ ଜିଆଇ ଟ୍ୟାଗ୍‌ ମିଳିଲେ ବଜାରରେ ଲଙ୍କାର ମାନ ଆହୁରି ବୃଦ୍ଧି ପାଇବ। ଏହା ଦ୍ୱାରା ଚାଷୀଙ୍କୁ ଉଚିତ ମୂଲ୍ୟ ମିଳିପାରିବ ବୋଲି ଆଶା କରାଯାଉଛି।
ଏ ସମ୍ପର୍କରେ ଓର୍‌ମାସ ଜିଲା ସଂଯୋଜକ ଶ୍ରୀମନ୍ତ ହୋତା କହିଛନ୍ତି, କୁଚିଣ୍ଡା ଅଞ୍ଚଳର ଚାଷୀମାନେ ମୁଖ୍ୟତଃ ଲଙ୍କାଚାଷ କରନ୍ତି। ରବି ଓ ଖରିଫ ସମୟରେ ପ୍ରାୟ ୭୮୪୫ ହେକ୍ଟର ଜମିରେ ଲଙ୍କା ଚାଷ ହୋଇଥାଏ। ୧୨ ହଜାର ଚାଷୀ ଲଙ୍କାଚାଷ କରି ରୋଜଗାର କରନ୍ତି। କୁଇଣ୍ଟାଲ ପିଛା ୩ ହଜାରରୁ ୩୫ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରନ୍ତି। ସ୍ବାବଲମ୍ବୀ ହୋଇ ଚାଷ ପରିମାଣ ବୃଦ୍ଧି କରିବା ପାଇଁ କିଛିବର୍ଷ ହେବ ଲଙ୍କା ଗୁଣ୍ଡ ତିଆରି କରିବା ପ୍ଲାଣ୍ଟ ନିର୍ମାଣ କରାଯାଇଛି। ଏସ୍‌ଏଚ୍‌ଜି ମହିଳାମାନେ ତାଲିମ ନେଇ ଲଙ୍କାଗୁଣ୍ଡ ତିଆରି କରୁଛନ୍ତି। ଏହାକୁ କୁଇଣ୍ଟାଲ ପିଛା ୧୫ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ପ୍ଲାଣ୍ଟ ହେବା ଫଳରେ ଚାଷୀମାନେ ଉଚିତ ଦର ପାଇପାରୁଛନ୍ତି। ଏବେ ଅଧିକ ବଜାର ସୁବିଧା ପାଇଁ ଜିଆଇ ଟ୍ୟାଗ୍‌ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିଲାଗି ଏକ ଏଜେନ୍ସିର ସହଯୋଗ ନିଆଯାଇଛି। ଏଜେନ୍ସି କର୍ମକର୍ତ୍ତା କୁଚିଣ୍ଡା ଲଙ୍କା ଚାଷ କିଭଳି ହେଉଛି, କେତେ ପରିବାର ନିୟୋଜିତ ଅଛନ୍ତି, କେବେଠାରୁ ଆରମ୍ଭ ହୋଇଛି, ଲଙ୍କାର ମାନ ଓ ବଜାରରେ ଚାହିଦା ପ୍ରଭୃତି ଦିଗରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଯଦି ଜିଆଇ ଟ୍ୟାଗ୍‌ ମିଳିଯାଏ ତା’ହେଲେ ଦେଶ ବାହାରେ ମଧ୍ୟ ବ୍ୟବସାୟ କରିହେବ। ଲଙ୍କାର ମାନ ବୃଦ୍ଧି ପାଇବ। ଚାଷୀମାନେ ଅଧିକ ମୂଲ୍ୟରେ ଲଙ୍କା ବିକ୍ରି କରିପାରିବେ ବୋଲି କହିଥିଲେ।
ଐତିହାସିକ ତଥ୍ୟ ଅନୁଯାୟୀ କୁଚିଣ୍ଡା ଅଞ୍ଚଳ ଅଣଜଳସେଚିତ। ଧାନ ଓ ଅନ୍ୟ ଫସଲ ପାଇଁ ଅଧିକ ପାଣିର ଆବଶ୍ୟକ ପଡିଥାଏ। ତେଣୁ ବାରମ୍ବାର ମରୁଡ଼ି ଓ ଜଳ ନିଅଣ୍ଟ ହୋଇ ଫସଲ ନଷ୍ଟ ହେଉଥିଲା। ୧୯୦୧ରେ ତତ୍‌କାଳୀନ ବାମଣ୍ଡା ରାଜା ବାସୁଦେବ ସୁଧଳ ଦେଓ ଚାଷୀ ଓ ଚାଷକୁ ନେଇ ଚିନ୍ତାରେ ପଡିଥିଲେ। ସେ ବିକଳ୍ପ ଚାଷ ପାଇଁ ଚିନ୍ତା କରିଥିଲେ। ସେ ସମୟରେ ଉନ୍ନତମାନର ଲଙ୍କା ବିହନ ଚାଷୀଙ୍କୁ ଯୋଗାଇ ଚାଷ କରିବା ପାଇଁ ପ୍ରବର୍ତ୍ତାଇଥିଲେ। ପ୍ରଥମେ ଦ୍ୱନ୍ଦ୍ୱରେ ଥିବା ଚାଷୀ ପରେ ଲଙ୍କା ଚାଷକୁ ପ୍ରାଧାନ୍ୟ ଦେଇଥିଲେ। ଜଳବାୟୁ ସହଯୋଗ ଓ ଚାଷୀଙ୍କ ପରିଶ୍ରମରେ ଏହି ଅଞ୍ଚଳ ଲଙ୍କା ଚାଷରେ ଏକ ନମ୍ବର ହୋଇପାରିଛି। ପ୍ରାୟ ୧୨୦ ବର୍ଷ ପରେ ଏହି ଅଞ୍ଚଳ ଲଙ୍କା ଚାଷରେ ରାଜ୍ୟ ଓ ଦେଶରେ ସୁନାମ ଅର୍ଜନ କରିଛି। ଏବେ ଜିଆଇ ଟ୍ୟାଗ୍‌ ମିଳିଲେ କୁଚିଣ୍ଡାର ଲଙ୍କା ଚାଷୀମାନଙ୍କର ସାମାଜିକ, ଆର୍ଥତ୍କ ଉନ୍ନତି ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri