Posted inଖେଳ

ଚମକିଲା କେ.ଏସ ଭରତଙ୍କ ଭାଗ୍ୟ

ନୂଆଦିଲ୍ଲୀ,୧୪।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଉଇକେଟ କିପର ବ୍ୟାଟ୍ସମ୍ୟାନ କେ.ଏସ ଭରତଙ୍କ ଭାଗ୍ୟ ଉଜ୍ଜ୍ୱଳ ଦେଖାଯାଉଛି। ଭାରତର ପ୍ଲେଇଙ୍ଗ-୧୧ରେ ସାମିଲ ପାଇଁ କେ.ଏସ ଭରତଙ୍କ ପାଇଁ ରାସ୍ତା ଖୋଲାଯାଇଛି। ବାସ୍ତବରେ ଦଳ ପରିଚାଳନା ସ୍ପଷ୍ଟ କରିଛି ଯେ, ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କେଏଲ ରାହୁଲ ଉଇକେଟ କିପର ଭୂମିକା ତୁଲାଇବେ ନାହିଁ। ଏଭଳି ପରିସ୍ଥିତିରେ ପ୍ରଥମ ଦୁଇଟି ଟେଷ୍ଟରେ ଭରତଙ୍କ ଖେଳିବା ନିଶ୍ଚିତ ହୋଇଛି।
ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ କେ.ଏସ ଭରତ। ରିଷଭ ପନ୍ତଙ୍କ ଆଘାତ ହେତୁ କେ.ଏସ ଭରତ ଦଳରେ ସ୍ଥାନ ପାଇ ୫ଟି ଟେଷ୍ଟ ଖେଳିବାର ସୁଯୋଗ ପାଇଲେ। ତେବେ ଭରତ ୫ଟି ମ୍ୟାଚରେ ମାତ୍ର ୧୨୯ ରନ ସ୍କୋର କରିପାରିଥିଲେ। ଫଳରେ ସେ ଟିମ ଇଣ୍ଡିଆରୁ ବାଦ୍‌ ପଡ଼ିଥିଲେ।
ଗତ ବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜରେ ଇଶାନ କିଶନଙ୍କୁ ଭରତଙ୍କ ସ୍ଥାନରେ ଟେଷ୍ଟ ଦଳରେ ସାମିଲ କରାଯାଇଥିଲା। କିଶାନ ଦୁଇଟି ଟେଷ୍ଟରେ ଖେଳିବାର ସୁଯୋଗ ପାଇଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ଟିମ ଇଣ୍ଡିଆର ରଣନୀତିରେ ପରିବର୍ତ୍ତନ ଆସିଥିଲା ଏବଂ କେ.ଏଲ ରାହୁଲ ପ୍ରଥମ ଥର ପାଇଁ ଉଇକେଟ କିପର ଭୂମିକା ଗ୍ରହଣ କରିଥିଲେ। ସିରିଜରେ ବ୍ୟାଟ୍ସମ୍ୟାନଙ୍କ ସହ ରାହୁଲ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତାଙ୍କର ଉଇକେଟ କିପିଂ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
ଭାରତୀୟ ମାଟିରେ ଉଇକେଟ କିପିଂ ଆହୁରି ଚ୍ୟାଲେଞ୍ଜ ହେବାକୁ ଯାଉଛି। ସ୍ପିନରମାନେ ଏଠାରେ ସାହାଯ୍ୟ ପାଆନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆ ତିନି ସ୍ପିନରଙ୍କ ସହ ଖେଳୁଥିବା ଦେଖିବାକୁ ମିଳିବ। ଏଭଳି ପରିସ୍ଥିତିରେ ଦଳ ଜଣେ ଭଲ ଉଇକେଟ କିପର ଆବଶ୍ୟକ କରେ। ଯଦି ଭରତ ପ୍ରଥମ ଦୁଇଟି ଟେଷ୍ଟରେ ଭଲ ପ୍ରଦର୍ଶନ କରନ୍ତି, ତେବେ ସିରିଜର ଅବଶିଷ୍ଟ ତିନୋଟି ମ୍ୟାଚ ପାଇଁ ତାଙ୍କୁ ଏକ ସ୍ଥାନ ସୁରକ୍ଷିତ କରିବାର ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri