ନୂଆଦିଲ୍ଲୀ,୧୨ା୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି) ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା ରବିବାର ମୁମ୍ୱାଇ ବିପକ୍ଷରେ ୭୩ ରନର ମ୍ୟାଚ୍ ବିଜୟୀ ଇନିଂସ ଖେଳି ଦଳକୁ ଜିତାଇବା ପରେ ନିଜ କ୍ଷତ ଚିହ୍ନ ଦେଖାଇଛନ୍ତି।
ରାୟପୁରର ଚ୍ୟାଲେଞ୍ଜିଂ ପିଚ୍ରେ ୧୬୭ ରନର କଷ୍ଟକର ଟାର୍ଗେଟକୁ ଆର୍ସିବି ପିଛା କରୁଥିବା ବେଳେ ସିନିୟର ପାଣ୍ଡ୍ୟା ତାଙ୍କ କ୍ୟାରିୟରର ଅନ୍ୟତମ ଶ୍ରେଷ୍ଠ ଇନିଂସ ଖେଳିଥିଲେ। କ୍ରାମ୍ପ୍ସ କାରଣରୁ ପ୍ରବଳ ଯନ୍ତ୍ରଣା ସତ୍ତ୍ୱେ ସେ ୪୬ ବଲର ସମ୍ମୁଖୀନ ହୋଇ ୪ ଚୌକା ଓ ୫ ଛକା ସହିତ ୭୩ ରନ କରିଥିଲେ।
ମ୍ୟାଚ୍ ପରେ ସେ ଇନ୍ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ତାଙ୍କ ପେଟରେ ହୋଇଥିବା କ୍ଷତଚିହ୍ନକୁ ପ୍ରଦର୍ଶିତ କରୁଛନ୍ତି। ଏହାର କ୍ୟାପଶନରେ ‘କିଛି କ୍ଷତ ଚିହ୍ନ ପ୍ରମାଣ ଯେ, ଏହା ପାଇଁ ଲଢ଼ିବା ଯଥାର୍ଥ ଥିଲା’ ବୋଲି ସେ ଉଲ୍ଲେଖ କରିଛନ୍ତି।