ଗୁଜରାଟ ଚାମ୍ପିଅନ୍‌ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ

ଅହମ୍ମଦାବାଦ୍‌,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସମେତ ସମସ୍ତେ ଭାବପ୍ରବଣ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ଥର ପାଇଁ ଆଇପିଏଲରେ ଅଧିନାୟକତ୍ୱରେ ନିଜ ଜଲଓ୍ବା ଦେଖାଇ ଦଳକୁ ଚାମ୍ପିୟନ୍‌ କରାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା କିଛିଦିନ ହେବ ଆଘାତ ସହ ସଂଗ୍ରାମ କରୁଛନ୍ତି। ଏହି କାରଣରୁ ସେ ଭାରତୀୟ ଦଳରୁ ମଧ୍ୟ ବାଦ୍‌ ପଡିଛନ୍ତି। କିନ୍ତୁ ଆଇପିଏଲରେ ସେ ଦମ୍‌ଦାର ଭାବେ ଦଳକୁ ଫେରିଛନ୍ତି। ଦଳ ଚାମ୍ପିୟନ୍‌ ହେବାପରେ ହାର୍ଦ୍ଦିକ କହିଛନ୍ତି, ତାଙ୍କ ପରିବାର ହେଉଛି ତାଙ୍କର ଶକ୍ତି ଏବଂ ସେ କେବଳ ତାଙ୍କ ପରିବାରର ସମର୍ଥନ ହେତୁ ପ୍ରତ୍ୟାବର୍ତ୍ତନ କରିବାରେ ସକ୍ଷମ ହୋଇଥିଲେ। ନତାଶା ଅତ୍ୟନ୍ତ ଭାବପ୍ରବଣ ଏବଂ ମୁଁ ଭଲ କାମ କରୁଥିବାର ଦେଖି ତାଙ୍କୁ ବହୁତ ଖୁସି ଲାଗେ। ସେ ମୋ କ୍ୟାରିୟରରେ ଅନେକ ଉତ୍ଥାନ-ପତନ ଦେଖିଛନ୍ତି ଏବଂ ସେ ଜାଣନ୍ତି ମୁଁ କେତେ ପରିଶ୍ରମ କରିଛି। ମୋ ପରିବାର ମୋର ଶକ୍ତି। ମୋର ଭାଇ କ୍ରୁନାଲ, ଭାଉଜ ପଙ୍ଖୁରୀ, ସାନ ଭାଇ ବୈଭବ। ସମସ୍ତେ କଷ୍ଟ ସମୟରେ ମଧ୍ୟ ମୋତେ ମାନସିକ ଭାବେ ସାହାଯ୍ୟ କରିଥିଲେ। ଦଳ ଚାମ୍ପିୟନ୍‌ ହେବା ପରେ ଘରକୁ ଫୋନ କରିବାରୁ ଉଭୟ ଭାଇ ଓ ଭାଉଜ କାନ୍ଦିଥିଲେ। ଏମାନେ ଆନନ୍ଦର ଲୁହ ଥିଲା। ମୁଁ ଜାଣେ ଯେପର୍ଯ୍ୟନ୍ତ ମୋ ପଛରେ ଏପରି ଲୋକ ଅଛନ୍ତି, ମୁଁ ଭଲ ଖେଳିପାରିବି।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସ (ଆରଆର)କୁ ୭ ଉଇକେଟରେ ପରାସ୍ତ କରି ଗୁଜରାଟ ଆଇପିଏଲ ଟ୍ରଫି ଜିତିଛି। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ ଇତିହାସରେ ତୃତୀୟ ଅଧିନାୟକ ଭାବେ ଡେବ୍ୟୁ ସିଜନରେ ଆଇପିଏଲ ଟାଇଟଲ ଜିତିଛନ୍ତି। ସେନ ୱାର୍ନ ଏବଂ ରୋହିତ ଶର୍ମା ତାଙ୍କ ପୂର୍ବରୁ ଏହି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛନ୍ତି। ଗୁଜରାଟର ଟାଇଟଲ ଜିତିବା ପରେ, ପାଞ୍ଚ ବର୍ଷ ପରେ, ଆଇପିଏଲ ଏକ ନୂତନ ଚାମ୍ପିୟନ ପାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

୧୦ ଲକ୍ଷ ଟଙ୍କିଆ ଚେକ୍‌ ବାଣ୍ଟିଲେ ହାର୍ଦ୍ଦିକ ପାଣ୍ଡ୍ୟା: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା କେବଳ ତାଙ୍କ ଖେଳ ପାଇଁ ନୁହେଁ ବରଂ ତାଙ୍କ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଜଣାଶୁଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri