Posted inଜାତୀୟ

ୟୁକ୍ରେନ୍‌ ଫେରନ୍ତା ପିଲାଙ୍କ କ୍ରୋକ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୭।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଭାରତ ଦୃଢ଼ ବିରୋଧ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର ପାର୍ଲାମେଣ୍ଟରେ କହିଛନ୍ତି। ନୂଆଦିଲ୍ଲୀ ଶାନ୍ତି ପକ୍ଷ ନେବା ସହ ତୁରନ୍ତ ହିଂସା ବନ୍ଦ ହେବା ଚାହେଁ। ରକ୍ତପାତ ଏବଂ ନିରୀହ ଲୋକଙ୍କ ଜୀବନ ନେବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ। ବୁଚା ସହରରେ ନିରୀହ ଲୋକଙ୍କୁ ହତ୍ୟା ଘଟଣାକୁ ଭାରତ ଦୃଢ଼ ନିନ୍ଦା କରୁଛି ବୋଲି ଜୟଶଙ୍କର କହିଥିଲେ।
ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନ୍‌ରୁ ଫେରାଇ ଅଣାଯାଇଥିବା ଛାତ୍ରୀଛାତ୍ରଙ୍କ ପାଠପଢ଼ା ଜାରି ରଖିବା ଲାଗି କେନ୍ଦ୍ର ସରକାର ୟୁକ୍ରେନ୍‌ର ପଡୋଶୀ ହଙ୍ଗେରି, ରୋମାନିଆ, କାଜାକିସ୍ତାନ ଓ ପୋଲାଣ୍ଡ ସହ କଥାବାର୍ତ୍ତା ଜାରି ରଖିଛି। ଲୋକ ସଭାରେ ୟୁକ୍ରେନ୍‌ ସ୍ଥିତି ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଜୟଶଙ୍କର କହିଥିଲେ, ଡାକ୍ତରୀ ଛାତ୍ରୀଛାତ୍ରଙ୍କ ପରବର୍ତ୍ତୀ ଶିକ୍ଷାବର୍ଷ ଲାଗି ବାଧ୍ୟତାମୂଳକ କ୍ରୋକ୍‌ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଷଷ୍ଠ ବର୍ଷ ସେମାନଙ୍କୁ କ୍ରୋକ୍‌-୨ ପରୀକ୍ଷା ବିନା ଡିଗ୍ରୀ ପ୍ରଦାନ କରାଯିବ ବୋଲି ୟୁକ୍ରେନ୍‌ ସରକାର ନିଷ୍ପତ୍ତି ନେଇଥିବା ଜୟଶଙ୍କର ଗୃହକୁ କହିଛନ୍ତି। ୟୁକ୍ରେନ୍‌ ଫେରନ୍ତା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ପାଠପଢ଼ା ସମ୍ପୂର୍ଣ୍ଣ କରାଇବା ଲାଗି ହଙ୍ଗେରି ଏହାର ବିଶ୍ୱବିଦ୍ୟାଳୟରେ ସୁଯୋଗ ଦେବ ବୋଲି କହିଛି। ସେହିପରି ରୋମାନିଆ, ପୋଲାଣ୍ଡ, କାଜାକିସ୍ତାନ ମଧ୍ୟ ଅନୁରୂପ ପ୍ରତିଶ୍ରୁତି ଦେଇଛନ୍ତି। ଏହିସବୁ ଦେଶରେ ସମାନ ଶିକ୍ଷାବ୍ୟବସ୍ଥା ରହିଥିବା ବହିର୍ବ୍ୟାପାର ମନ୍ତ୍ରୀ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ନୀଳଗିରି ଚାଷର ଜାଲ: କମ୍ପାନୀ ଲାଭରେ, ବିପଦରେ ପରିବେଶ!

ଥୁଆମୂଳ ରାମପୁର, ୧୦।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ଅଞ୍ଚଳରେ ଦିନକୁ ଦିନ ନୀଳଗିରି (Eucalyptus) ଚାଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଚାଷକୁ…

ଓଡିଶାର କଶ୍ମୀର ବୁଲିଲେ ଉପମୁଖ୍ୟମନ୍ତ୍ରୀ: ବଡ଼ଧରଣର ଘୋଷଣାକୁ ଅପେକ୍ଷା

ଦାରିଙ୍ଗବାଡି, ୧୦।୨ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଗସ୍ତରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡା ଗସ୍ତ କରିଛନ୍ତି। ସେ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ରାତି ଅଧରେ ପଡ଼ୋଶୀ ଘରେ ନିଆଁ ଲଗାଇ…

ଖଇରା,୧୦।୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ମୁଣିଦା ଗାଁର ନିରଞ୍ଜନ ପାଢୀଙ୍କର ୩ ବଖରା ଘର ପୋଡି ନଷ୍ଟ ହୋଇ ଯାଇଛି । ତେବେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ କାହିଁକି ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୦।୨: ICC ପୁରୁଷ T20 ବିଶ୍ୱକପ 2026 ର ସବୁଠାରୁ ବଡ଼ ମ୍ୟାଚ, ଭାରତ ବନାମ ପାକିସ୍ତାନ, ନେଇ ସୃଷ୍ଟି ହୋଇଥିବା ବିବାଦର ଏବେ ଅନ୍ତ ଘଟିଛି।…

ହାଇୱେରେ ଏକୁଟିଆ ଦେଖି ଲୁଟୁଥିଲେ, ଚାରି ଲୁଟେରାଙ୍କ ସହ ଛଅ ବାଇକ ଜବତ କଲା ପୁଇଁନ୍ତଲା ପୋଲିସ

ବଲାଙ୍ଗୀର,୧୦।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁନ୍ତଲା ପୋଲିସକୁ ପୁଣି ମିଳିଛି ସଫଳତା । ପୁଣି ଏକ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳତା ହୋଇଛି ପୋଲିସ…

ଭାରତ ପରେ ଏହି ଦେଶ ପାଇଁ ଟାରିଫ କମ୍‌ କଲେ ଟ୍ରମ୍ପ, କିଛି ଉତ୍ପାଦନ ହେଲା ଡ୍ୟୁଟି ଫ୍ରି

ଓ୍ବାଶିଂଟନ,୧୦।୨: ଭାରତ ପରେ, ଆମେରିକା ଏବଂ ବାଂଲାଦେଶ ମଧ୍ୟରେ ଏକ ନୂତନ ବାଣିଜ୍ୟ ଚୁକ୍ତିନାମା ହୋଇଛି, ଯାହା ଅଧୀନରେ ଆମେରିକା ମଧ୍ୟ ବାଂଲାଦେଶୀ ଉତ୍ପାଦ ଉପରେ ଶୁଳ୍କ…

୫୦ ଲକ୍ଷ ଟଙ୍କାର ଚାକିରି ଛାଡିଲେ, ଏବେ ମୋମୋ ବିକ୍ରି କରି ରୋଜଗାର କରୁଛନ୍ତି ୫ କୋଟି, ଏହି ବ୍ୟକ୍ତିଙ୍କ କାହାଣୀ…

ନୂଆଦିଲ୍ଲୀ,୧୦।୨: ଗୁରଗାଓଁର ଜଣେ ଯୁବ ଉଦ୍ୟୋଗୀ ସାକେତ ସୌରଭଙ୍କ କାହାଣୀ ଆଜିକାଲି ସୋସିଆଲ ମିଡିଆରେ ର୍ଚ୍ଚାରେ ଅଛି। ସାକେତ ୨୦୨୩ରେ ତାଙ୍କର ବାର୍ଷିକ ୫୨ ଲକ୍ଷ ଲାଭଜନକ…

ପ୍ରେମକୁ ମଜଭୁତ କରିବ ଟେଡି ଡେ’

ଭୁବନେଶ୍ୱର,୧୦ା୨(ସୌମ୍ୟରଞ୍ଜନ ରାଉତ):ଭାଲେଣ୍ଟାଇନ୍ସ ସପ୍ତାହର ତୃତୀୟ ଦିବସ ସୋମବାର ଚକୋଲେଟ୍‌ ଡେ’ରେ ପ୍ରେମୀଯୁଗଳ ପରସ୍ପରକୁ ଚକୋଲେଟ ଦେଇ ସମ୍ପର୍କରେ ମଧୁରତା ବୃଦ୍ଧି କରିଥିଲେ। ମଙ୍ଗଳବାର ଚତୁର୍ଥ ଦିବସକୁ ଟେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri