ପୁରୁଷୋତ୍ତମପୁର ଏନ୍‌ଏସି ଉପାଧ୍ୟକ୍ଷ ହେଲେ କୃଷ୍ଣଚନ୍ଦ୍ର

ପୁରୁଷୋତ୍ତମପୁର,୭।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିରେ ଗୁରୁବାର ଉପାଧ୍ୟକ୍ଷ ନିର୍ବାଚନ ଶେଷ ହୋଇଛି। ଏଥିରେ ମଧ୍ୟ ବିଜେଡି ବାଜିମାତ୍‌ ମାରିନେଇଛି। ୱାର୍ଡ ନଂ ୧୪ର ବିଜେଡି କାଉନସିଲର କୃଷ୍ଣଚନ୍ଦ୍ର ପଣ୍ଡା ଉପାଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ୱାର୍ଡ ନଂ ୧୪ର କାଉନସିଲର କୃଷ୍ଣ ଚନ୍ଦ୍ର ପଣ୍ଡା ବିଜେଡିରୁ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେଣୁ ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀ ଉପାଧ୍ୟକ୍ଷ ଭାବେ କୃଷ୍ଣଚନ୍ଦ୍ର ପଣ୍ଡାଙ୍କୁ ବିଜୟୀ ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ନିର୍ବାଚନ ଅଧିକାରୀ ତଥା ତହସିଲଦାର ନୀତିଶ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଓ ଅଧ୍ୟକ୍ଷା ପ୍ରିୟଙ୍କା ଗୌଡଙ୍କ ଉପସ୍ଥିତିରେ ୧୪ଟି ୱାର୍ଡ ବିଶିଷ୍ଟ ପୁରୁଷୋତ୍ତମପୁର ଏନ୍‌ଏସିର ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେଡି ଦଳ ପକ୍ଷରୁ ଏଜେଣ୍ଟ ଭାବେ ପ୍ରଭାତ କୁମାର ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଥିଲା। ସମସ୍ତ ୧୩ଟି ୱାର୍ଡର ନବ ନିର୍ବାଚିତ କାଉନସିଲରମାନେ ଯୋଗଦେଇଥିବା ବେଳେ ୱାର୍ଡ ନଂ ୧୪ର କାଉନସିଲର କୃଷ୍ଣ ଚନ୍ଦ୍ର ପଣ୍ଡା ବିଜେଡିରୁ ଜଣେ ମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହାକୁ ନେଇ ନିର୍ବାଚନ ଅଧିକାରୀ ଶ୍ରୀ ତ୍ରିପାଠୀ ଉପାଧ୍ୟକ୍ଷ ଭାବେ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ବିଜୟୀ ଘୋଷଣା କରିଛନ୍ତି। ସୂଚନା ମୁତାବକ, ପୌର ନିର୍ବାଚନରେ ଅଧ୍ୟକ୍ଷା ପଦବୀରେ ଏଠାରେ ବିଜେଡିର ପରାଜୟ ହୋଇଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ୧୪ଟି ୱାର୍ଡ ମଧ୍ୟରୁ ୱାର୍ଡ ନଂ ୮ରେ କେହି ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିବା ଯୋଗୁ ନିର୍ବାଚନ ହୋଇ ନ ଥିଲା। ଅନ୍ୟ ୧୩ଟି ୱାର୍ଡ ମଧ୍ୟରୁ ୩ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ୧୦ଟି ୱାର୍ଡରେ ବିଜେଡିର ପ୍ରାର୍ଥୀମାନେ ବିଜୟୀ ହୋଇଥିବା ଜଣାପଡ଼ିଛି।