କେପି ଶର୍ମା ଓଲି ହେବେ ପ୍ରଧାନମନ୍ତ୍ରୀ! ନେପାଳି କଂଗ୍ରେସର ମିଳିଲା ସମର୍ଥନ

କାଠମାଣ୍ଡୁ,୧୨।୭: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କ ସରକାର ପତନ ହୋଇଛନ୍ତି। ଶୁକ୍ରବାର ପ୍ରଚଣ୍ଡ ସରକାର ସଂସଦରେ ଟ୍ରଷ୍ଟ ଭୋଟ ଜିତିପାରି ନାହାଁନ୍ତି। ସୂଚନାଯୋଗ୍ୟ, ନେପାଳ କମ୍ୟୁନିଷ୍ଟ ପାର୍ଟି-ୟୁନିଫାଏଡ ମାର୍କ୍ସବାଦୀ ଲେନିନିଷ୍ଟ (ସିପିଏନ-ୟୁଏମଏଲ) ପ୍ରଚଣ୍ଡ ସରକାରରୁ ତା’ର ସମର୍ଥନ ପ୍ରତ୍ୟାହାର କରିନେଇଛି।

କେପି ଶର୍ମା ଓଲି ନେପାଳର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଓଲିଙ୍କ ନେତୃତ୍ୱାଧୀନ ସିପିଏନ-ୟୁଏମଏଲ ନେପାଳୀ କଂଗ୍ରେସ ସହିତ ସରକାର ଗଠନ କରିବାକୁ ଘୋଷଣା କରିଛି। ସଂସଦରେ ନେପାଳୀ କଂଗ୍ରେସର ସର୍ବାଧିକ ୮୯ଟି ସିଟ ରହିଛି। ଗତ ସପ୍ତାହରେ, ନେପାଳୀ କଂଗ୍ରେସ ସହିତ ଶାସନ କ୍ଷମତା ବଣ୍ଟନ ଚୁକ୍ତି ସ୍ବାକ୍ଷର କରିବା ପରେ ଓଲି ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଥିଲେ।
ନେପାଳର ୨୭୫ସଦସ୍ୟ ବିଶିଷ୍ଟ ପ୍ରତିନିଧି ସଭାରେ ୬୯ ବର୍ଷିୟ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ୬୩ ଭୋଟ ପାଇଛନ୍ତି। ଏହି ପ୍ରସ୍ତାବ ବିରୋଧରେ ୧୯୪ ଭୋଟ ଦିଆଯାଇଥିଲା। ସୂଚନାଯୋଗ୍ୟ, ନେପାଳରେ ଟ୍ରଷ୍ଟ ଭୋଟ ଜିତିବା ପାଇଁ ଅତି କମରେ ୧୩୮ ଭୋଟ ଆବଶ୍ୟକ। ପ୍ରଚଣ୍ଡ ୨୫ ଡିସେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପରେ ତାଙ୍କ ସରକାର ଚାରିଥର ଟ୍ରଷ୍ଟ ଭୋଟର ସମ୍ମୁଖୀନ ହୋଇଛନ୍ତି।
ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା ଓଲିଙ୍କୁ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଭାବରେ ସମର୍ଥନ କରିସାରିଛନ୍ତି। ସଂସଦରେ ନେପାଳୀ କଂଗ୍ରେସର ୮୯ ଟି ଆସନ ରହିଛି। ଯେଉଁଠାରେ CPN-UML ନିକଟରେ ୭୮ଟି ସିଟ ଅଛି। ଯଦି ଉଭୟ ଦଳର ଆସନ ମିଳିତ ହୁଏ ତେବେ ଏହି ସଂଖ୍ୟା ୧୬୭ରେ ପହଞ୍ଚିବ । ତେବେ ନିମ୍ନ ଗୃହରେ ସଂଖ୍ୟାଗରିଷ୍ଠତା ପାଇଁ ୧୩୮ଟି ସିଟ ଆବଶ୍ୟକ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri