Posted inଜାତୀୟ

କୋଟାରେ ଲଜ୍ଜା: ନିଟ୍‌ ପରିକ୍ଷାର୍ଥୀଙ୍କୁ ମଦ ପିଆଇ ବଳତ୍କାର କଲେ ହଷ୍ଟେଲ କର୍ମଚାରୀ

କୋଟା,୧୪।୧୦: କୋଚିଂ ସିଟି କୋଟାରେ କୋଚିଂ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ସହରକୁ ବଦନାମ କରୁଥିବାବେଳେ ଏବେ ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। କୋଟାରେ ନିଟ୍‌ ପ୍ରସ୍ତୁତି କରୁଥିବା ବିହାରର ଜଣେ ୧୫ ବର୍ଷୀୟ କୋଚିଂ ଛାତ୍ରୀଙ୍କୁ ବଳାତ୍କାର କରାଯାଇଛି। ଖୋଦ୍‌ ହଷ୍ଟେଲର କର୍ମଚାରୀ ଛାତ୍ରୀଙ୍କୁ ବଳାତ୍କାର କରିଥିବା ଜଣାପଡିଛି। ଏହି ମାମଲା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଅଭିଯୁକ୍ତ ହଷ୍ଟେଲ କର୍ମଚାରୀ ତଥା ହଷ୍ଟେଲ ମୁଖ୍ୟଙ୍କୁ ଗିରଫ କରିଛି।

ପୋଲିସର ସୂଚନାନୁସାରେ, କୋଟାରେ ରହି କୋଚିଂ ନେଉଥିବା ନାବାଳିକା ଛାତ୍ରୀ ଜବାହର ନଗର ପୋଲିସ ଷ୍ଟେସନରେ ବଳାତ୍କାର ରିପୋର୍ଟ ଦାଖଲ କରିଛନ୍ତି। ପୀଡିତାଙ୍କ କହିବାନୁସାରେ, ହଷ୍ଟେଲ ମେସରେ କାମ କରୁଥିବା ଧୀରଜ ଭିଲ ତାଙ୍କୁ ବଳାତ୍କାର କରିଥିଲେ। ଯେତେବେଳେ ସେ ହଷ୍ଟେଲ ମୁଖ୍ୟ କୁଲଦୀପ ବାଜପେୟୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ସେ ତାଙ୍କୁ ଚାପ ପକାଇବା ସହ ଫଟୋ ଏବଂ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ।

ପୀଡିତା ଆହୁରି କହିଛନ୍ତି, ଅଭିଯୁକ୍ତ ତାଙ୍କୁ ଫେବୃଆରୀ ୨୦୨୩ରେ ସାକ୍ଷାତ କରିବାକୁ ଡାକିଥିଲେ। ପରେ ସେ ତାଙ୍କୁ ମଦ୍ୟପାନ କରାଇ ବଳାତ୍କାର କରିଥିଲେ। ଏହା ପରେ ସେ ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କଲେ। ଅଭିଯୁକ୍ତ ଧୀରଜ ଭିଲ ପିପାଲଦା ଅଞ୍ଚଳର ବାସିନ୍ଦା। ସେ ବର୍ତ୍ତମାନ କୋଟାର ବାଲାଜୀ ନଗର ଅଞ୍ଚଳରେ ରୁହୁଛନ୍ତି। ହଷ୍ଟେଲ ମୁଖ୍ୟ ମଧ୍ୟପ୍ରଦେଶ ଗୱାଲିଅରର ବାସିନ୍ଦା। ସେ କୋଟାରେ ଏହି ହଷ୍ଟେଲ ପରିଚାଳନା କରନ୍ତି।

ପୀଡିତା ଜବାହର ନଗର ପୋଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ପୋଲିସ ତତ୍‌କ୍ଷଣାତ ଆକ୍ସନ ନେଇଛି। କିଛି ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତ ମେସ କର୍ମଚାରୀ ଧୀରଜ ଭିଲ ଏବଂ ସହଯୋଗୀ ହଷ୍ଟେଲ ମୁଖ୍ୟ କୁଲଦୀପ ବାଜପେୟୀଙ୍କୁ ଗିରଫ କରିଛି। ତେବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ ଯେ କୋଟାରେ ଗତ ଏକ ବର୍ଷ ମଧ୍ୟରେ ଅନେକ କୋଚିଂ ଛାତ୍ର ମାନସିକ ଚାପରେ ରହି ଆତ୍ମହତ୍ୟା କରୁଛନ୍ତି। ଏଥିସହ ଜଣେ ନାବାଳିକା କୋଚିଂ ଛାତ୍ରୀ ସନ୍ତାନ ଜନ୍ମ ଦେଇଥିବାର ଖବର ସାମ୍ନାକୁ ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri