କୋରାପୁଟରୁ ଆଉ ଏକ ମୁଣ୍ଡ ନେଲା କରୋନା : ୪୫ ନୂଆ ଆକ୍ରାନ୍ତ ଚିହ୍ନଟ

କୋରାପୁଟ,୪।୧୦(ସ୍ବ.ପ୍ର.): କୋରାପୁଟ ଜିଲାରୁ ରବିବାର ଆଉ ଏକ ମୁଣ୍ଡ ନେଇଛି କରୋନା। ଏହା ସହ ୪୫ ଜଣ ମଧ୍ୟ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ କରୋନା ମୃତ୍ୟୁ ସଂଖ୍ୟାା ୧୨କୁ ବୃଦ୍ଧି ପାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୪୧୬ରେ ପହଞ୍ଚିଛି। ଆଜିର ମୃତକ ୫୫ ବର୍ଷର ଜଣେ ମହିଳା ହୋଇଥିବା ଜଣାପଡ଼ିଛି । ସେହିଭଳି କରୋନା ସଂକ୍ରମିତ ୪୫ ଜଣଙ୍କ ମଧ୍ୟରୁ (ପୁରୁଷ ୩୧ ଓ ମହିଳା ୧୪) କ୍ୱାରାଣ୍ଟାଇନ ସେଣ୍ଟରରୁ ୪ ଜଣ, ପୁର୍ବରୁ ପଜିଟିଭ୍‌ଙ୍କ କଣ୍ଟାକ୍ଟରେ ଆସି ୨୧ ଜଣ ଓ ୨୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।