କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ କୋରାପୁଟ ଉପଖଣ୍ଡର ଥିବା ୩ ନିର୍ବାଚନ ମଣ୍ଡଳୀ ଯଥା କୋରାପୁଟ ନିମନ୍ତେ ୨ ଜଣ, ପଟାଙ୍ଗି ନିମନ୍ତେ ୪ ଜଣ ଓ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରେ ୩ ଜଣ ଏପରିକି ସର୍ବମୋଟ୍‌ ୯ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛ।

ମିଳିଥିବ ସୂଚନାନୁଯାୟୀ, ବୁଧବାର କୋରାପୁଟ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ କାଳୀରାମ ମାଝି ତାଙ୍କର ନାମାଙ୍କନପତ୍ର ଜିଲାପାଳ ଭି.କୀର୍ତ୍ତି ଭାସନଙ୍କ ନିକଟରେ ଦାଖଲ କରିଥିବାବେଳେ ପରେ ଏହି ଆସନରେ ୨ ସ୍ବାଧୀନ ପ୍ରାର୍ଥୀ ଲାସୁ ହନ୍ତାଳ ଓ ବନମାଳୀ ମାଝି ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ବୁଧବାର କୋରାପୁଟ ଉପଖଣ୍ଡ ଅନ୍ତର୍ଗତ କୋରାପୁଟ ନିର୍ବାଚନ ମଣ୍ଡଳୀରେ ଭାଜପା ପ୍ରାର୍ଥୀ ରଘୁରାମ ମାଛ ଏବଂ ବିଏସ୍‌ପି ପ୍ରାର୍ଥୀ ସଞ୍ଜୀବ କୁମାର ନାୟକ କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କ ନିକଟରେ ନାମାଙ୍କନପତ୍ର ଦାଖଳ କରିଥିବାବେଳେ ଲକ୍ଷ୍ମୀପୁର ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ କୈଳାସ କୁଲେସିକା ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ଭାବେ ହବିକା ରବି ଓ ନରି ହିକ୍‌କା ଏପରିକି ମୋଟ୍‌ ୩ ଜଣ ଅତିରିକ୍ତ ଜିଲାପାଳ ଲଗ୍ନଜିତ ରାଉତଙ୍କ ନିକଟରେ ପ୍ରାର୍ଥତ୍ପତ୍ର ଦାଖଲ କରିଥିବା ଜିଲା ପ୍ରଶାସନ ପକ୍ଷରୁ ଜଣାଯାଇଛି। ସେହିପରି ପଟାଙ୍ଗି ବିଧାନସଭା ଆସନ ପାଇଁ ଭାଜପା ପ୍ରାର୍ଥୀ ଚୈତନ୍ୟ ନନ୍ଦିବାଲିଙ୍କ ସମେତ ଅଲ୍‌ ଇଣ୍ଡିଆ ଫର୍‌ଓ୍ବାର୍ଡ ବ୍ଲକର ପ୍ରାର୍ଥୀ ସ୍ନେହପାତ୍ର ସାଅନ୍ତା, ସ୍ବାଧୀନ ପ୍ରାର୍ଥୀ ଭାବେ ଗଙ୍ଗାମା ମାଝି ଓ କୃଷ୍ଣଚନ୍ଦ୍ର ଜାନି ମୋଟ୍‌ ୪ ଜଣ ପ୍ରାର୍ଥୀ ସହକାରୀ ଉପଜିଲାପାଳ ଏସ୍‌ ବାଘଙ୍କ ନିକଟରେ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଥିବା ଜିଲାପ୍ରଶାସନ ପକ୍ଷରୁ ଜଣାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri