କୋରାପୁଟ,୨୬।୮(ଅମିତାଭ ବେହେରା): ଏଲି କ୍ଲବ ପକ୍ଷରୁ ଅୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତା ମିସ୍ ଟିନ୍ ଇଣ୍ଡିଆ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି କୋରାପୁଟର ଝିଅ ସୁଶ୍ରୀ ମୁଗ୍ଧଶ୍ରୀ ମିଳନିକା। ସୁଶ୍ରୀ ହେଇଛନ୍ତି ଜିଲ୍ଲା ପରିଷଦ କୋରାପୁଟରେ କାର୍ୟରତ ଥିବା ରଶ୍ମିତା ଦାସଙ୍କ ଝିଅ। ବର୍ତ୍ତମାନ ସେ ଗାନ୍ଧୀ ଇଞ୍ଜିନିୟରିଂ କଲେଜ ଭୁବନେଶରରେ ବି.ଟେକ ପାଠ ପଢୁଛନ୍ତି l
ଏଲି କ୍ଲବ ପକ୍ଷରୁ ଭୁବନେଶର ଆୟୋଜିତ ଟିନ୍ ମିସ୍ ଇଣ୍ଡିଆ ଅଡିସନରେ ସୁଶ୍ରୀ ଅଂଶ ଗ୍ରହଣ କରିଥିଲେ l ବର୍ତ୍ତମାନ ଫାଇନାଲ ରାଉଣ୍ଡରେ ୧୮ଜଣ ଝିଅଙ୍କ ମଧ୍ୟରେ ସୁଶ୍ରୀ ଓଡିଶାରୁ ଏକ ମାତ୍ର ପ୍ରତିଯୋଗୀ ଭାବେ ସ୍ଥାନ ପାଇଛନ୍ତି l


