କୋରାପୁଟ: ପ୍ରବଳ ବର୍ଷାରେ ୧୪ ଘର ଭାଙ୍ଗିଲା

କୋରାପୁଟ/ନନ୍ଦପୁର/ ଦଶମନ୍ତପୁର/ ଜୟପୁର, ୨୧ା୯(ଅମିତାଭ ବେହେରା/ ଶଙ୍କର ପୂଜାରୀ/ ଅରବିନ୍ଦ ନାୟକ/ ପବନ ପାଣିଗ୍ରାହୀ)
କୋରାପୁଟ ଜିଲାରେ ବୁଧବାର ୮୦୭.୪ ମି.ମି. ବର୍ଷା ହୋଇଥିବାବେଳେ ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୧୬୮ ମି.ମି.ବର୍ଷା ହୋଇଥିବା ବେଳେ କୋଟପାଡ ବ୍ଲକରେ ସର୍ବନିମ୍ନ ୪ ମି.ମି. ବର୍ଷା ହୋଇଥିବା ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବର୍ଷା ଯୋଗୁ ବୁଧବାର ସନ୍ଧ୍ୟା ସୁଦ୍ଧା ବ୍ଲକର ବିଭିନ୍ନ ସ୍ଥାନରେ ୧୪ଟି ଘର ଭାଙ୍ଗିଥିବା ଜଣାଯାଇଛି। କୋରାପୁଟ ସହର ଓ ବ୍ଳକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ୫ଟି ଘର ଭାଙ୍ଗିଥିବାବେଳେ ଅନ୍ୟାନ୍ୟ ସ୍ଥାନରେ ୯ଟି ଘର ଭାଙ୍ଗିଛି। ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହିଛି। ବର୍ଷା ଯୋଗୁ କୋରାପୁଟ ସହର ଦେଇ ବିଶାଖାପାଟଣା ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ରେଲୱେ ଓଭର ବ୍ରିଜ୍‌ ନିକଟରେ ୪ ଫୁଟ ପାଣି ପ୍ରବାହିତ ହେଉଛି। ଫଳରେ ଗାଡ଼ିମୋଟର ଚଳାଚଳରେ ଅସୁବିଧା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଖବର ଲେଖାହେବାଯାଏ ଜିଲାର ସବିଶେଷ କ୍ଷୟକ୍ଷତି ରିପୋର୍ଟ ହସ୍ତଗତ ହୋଇ ନ ଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାପଡିଛି। ଜିଲାର ନନ୍ଦପୁର ବ୍ଲକରେ ୧୩୭ ମି.ମି.ବର୍ଷା ହୋଇଥିବାବେଳେ ସେମିଳିଗୁଡ଼ା ବ୍ଲକରେ ୧୦୩ ମି.ମି., ଜୟପୁର ବ୍ଳକ ୧୦୦.୮ ମି.ମି., ଲମତାପୁଟ ୭୫.୨ ମି.ମି., ଦଶମନ୍ତପୁର ୭୧ ମି.ମି., ବୈପାରିଗୁଡ଼ା ୪୯ ମି.ମି., ବୋରିଗୁମ୍ମା ୩୫.୪ ମି.ମି., ପଟ୍ଟାଙ୍ଗି ୩୫.୨ ମି.ମି., ବନ୍ଧୁଗାଁ ୬ ମି.ମି., ଲକ୍ଷ୍ମୀପୁର ୫.୨ ମି.ମି. , କୁନ୍ଦୁରା ୧୩.୪ ମି.ମି., ନାରାୟଣପାଟଣା ୪.୨ ମି.ମି. ଓ କୋଟପାଡ ବ୍ଲକରେ ସର୍ବନିମ୍ନ ୪ ମି.ମି. ବର୍ଷା ହୋଇଛି।

ବର୍ଷା ପ୍ରଭାବରେ ନନ୍ଦପୁର ବ୍ଲକ ଦେଇ ଯାଇଥିବା ଜୟପୁର-ବିଶାଖାପାଟଣା ରାଜ୍ୟ ରାଜପଥର କାଣ୍ଟି ଗ୍ରାମ ପୋଲ ଉପରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଥୁବା,ସଗର, ଚାଟୁଆ-କୋନା, ହିକିମପୁଟ-ବିଶପୁର ଆର୍‌ଡି ରାସ୍ତା ସମେତ ଗୋଲୁର, କୁଲାରସିଂ ଆଦି ପଞ୍ଚାୟତର ବିଭିନ୍ନ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହୋଇ ଯାତାୟାତ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଧାନକ୍ଷେତରେ ବାଲି ଚରିଯିବା ଆଶଙ୍କା ପ୍ରକାଶ ପାଇଛି। ପାହାଡ ତଳ ଜମିରେ ଚାଷ ହୋଇଥିବା ମାଣ୍ଡିଆ, ଆଳୁ ଓ ଅଦା ଚାଷ କ୍ଷତିଗ୍ରସ୍ତ ହୋଇଛି। ଥୁବା, କୁଲାରସିଂ, ବାଇଲିଗୁଡା ଗ୍ରାମରେ ବର୍ଷାଜଳ କେତେଜଣ ଲୋକଙ୍କ ଘରେ ବର୍ଷାପାଣି ପଶିଥିବା ଜଣାପଡିଛି।

ଦଶମନ୍ତପୁର ବ୍ଲକରେ ଲଗାଣ ବର୍ଷା ଯୋଗୁ ଅନେକ ଲୋକଙ୍କ ଘର ଭିତରେ ପାଣି ପଶିଛି। ଫଳରେ ଗଚ୍ଛିତ ଥିବା ଖାଦ୍ୟଶସ୍ୟ ନଷ୍ଟ ହୋଇଛି। ଚଣାବାଡ଼ ପଞ୍ଚାୟତ ଏସ୍‌. ଡଣ୍ଡାବାଡ଼ ଗ୍ରାମର ଅରସି ଜାନି, କେଲୁ ମିଣିଆକା, କାଶୀ ମୁସକା, କଂସାରୀ ଦିଶାରି ଓ ଶିତ୍ରୁ ଦିଶାରିଙ୍କ ଘରେ ପାଣି ପଶି ଖାଦ୍ୟଶସ୍ୟ ନଷ୍ଟ କରିଥିବା ଜଣାପଡିଛି। ଦଶମନ୍ତପୁର ବ୍ଲକକୁ ସଂଯୋଗ କରୁଥିବା ପେଡିସିଲ ପୁରୁଣା ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ବର୍ଷାରେ ଯଦି ପୋଲି ଭୁଶୁଡି ପଡେ ତେବେ ଦଶମନ୍ତପୁର ବ୍ଲକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିବା ନେଇ ଆଶଙ୍କା ପ୍ରକାଶ ପାଇଛି।
ପ୍ରବଳ ବର୍ଷା ହେତୁ କୋରାପୁଟ ଜିଲାର ଜୟପୁର ଘାଟିରୁ ବୁଧବାର ପଥର ଖସିଛି। ତେବେ ପଥର ଖସିବା ସମୟରେ ଘାଟି ରାସ୍ତାରେ ଲୋକଙ୍କ ଯାତାୟାତ ନ ଥିବାରୁ କାହାର କିଛି କ୍ଷତି ହୋଇନାହିଁ। ଘାଟିରେ ସର୍ତକ ହୋଇ ଗାଡ଼ି ଚଲାଇବାକୁ ପ୍ରଶାସନ ପକ୍ଷରୁ ଅବଗତ କରାଯାଇଛି। ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ପଦକ୍ଷେପ ନେଇ ପଥର ହଟାଇ ଘାଟିରେ ଯାତାୟାତ ସ୍ବାଭାବିକ କରିବାକୁ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri