Posted inଖେଳ

କୋନାର୍ଡ ଜିତିଲେ ୧୬ତମ ଷ୍ଟେଜ୍‌

ପ୍ୟରିସ୍‌, ୧୪ା୭: ଅଷ୍ଟ୍ରିଆର ୨୯ ବର୍ଷୀୟ ପ୍ୟାଟ୍ରିକ୍‌ କୋନାର୍ଡ (ବୋରା-ହାନ୍ସଗ୍ରୋହେ) ଟୁର୍‌ ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ୧୬ତମ ଷ୍ଟେଜ୍‌ ବିଜେତା ହୋଇଛନ୍ତି। ଜଣେ ପ୍ରଫେସନାଲ ରାଇଡର ହିସାବରେ ଏହା ହେଉଛି ତାଙ୍କର ପ୍ରଥମ ଷ୍ଟେଜ୍‌ ବିଜୟ। ପାସ୍‌ ଡି’ ଲା କାସେଠାରୁ ସେଣ୍ଟ୍‌ ଗଡେନ୍ସ ପର୍ଯ୍ୟନ୍ତ ୧୬୯ କିଲୋମିଟର ବିଶିଷ୍ଟ ରେସ୍‌କୁ ସେ ୪ଘଣ୍ଟା ୧ ମିନିଟ୍‌ ୫୯ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କ ପଛକୁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ସୋନି କୋଲବ୍ରେଲି ଓ ମାଇକେଲ ମାଥ୍ୟୁସ୍‌ ରହିଥିଲେ। ପାଇରେନିଜ୍‌ (୨,୪୦୯ ମିଟର)ର ସର୍ବୋଚ୍ଚ ଗିରିପଥ ପୋର୍ଟ ଡି’ଏନଭାଲିରା ନିକଟବର୍ତ୍ତୀ ପାସ୍‌ ଡି’ ଲା କାସା ସାଇକେଲ ଚାଳକମାନଙ୍କର ବେଶ୍‌ ଜଣାଶୁଣା। ଏହି ଅଞ୍ଚଳରେ ୧୦ମ ଥର ଟୁର୍‌ ଡି ଫ୍ରାନ୍ସର ଏକ ଷ୍ଟେଜ୍‌ ଅନୁଷ୍ଠିତ ହୋଇଥିଲା। ଜେନେରାଲ କ୍ଲାସିଫିକେଶନ ଷ୍ଟାଣ୍ଡିଂରେ ସ୍ଲୋଭେନିଆର ଟାଡେଜ୍‌ ପୋଗାକାର (ଟିମ୍‌ ଏମିରେଟ୍ସ) ପ୍ରଥମ ସ୍ଥାନରେ ରହିଛନ୍ତି। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ କଲମ୍ବିଆର ରିଗୋବର୍ଟୋ ଉରାନ ଓ ଡେନମାର୍କର ଜୋନାସ ଭିଙ୍ଗେଗାର୍ଡ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୯।୩: ଭାରତର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁଣିଥରେ ତାଙ୍କ ବ୍ୟାଟ ସହିତ ଧମାଲ କରିଛନ୍ତି। IPL 2026 ର ଉଦଘାଟନୀ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର…

ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଝାଲିଆଗୋଛାକୁ ହରାଇଲା ହରିଗଡ଼

ଭଞ୍ଜନଗର,୨୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ନୁଆପଲ୍ଲୀଠାରେ ରବିବାରଠାରୁ ଆରମ୍ଭ ହୋଇଛି ମା’ ବଡ଼ରାଉଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଉଦ୍‌ଘାଟନୀ ମ୍ୟାଚ୍‌ ଝାଲିଆଗୋଛା ଓ ହରିଗଡ଼ ମଧ୍ୟରେ…

ଆଇପିଏଲ୍‌ ଆରମ୍ଭରୁ ବଡ଼ ବିବାଦ: RCB vs SRH ମ୍ୟାଚ୍‌ରେ ଏମିତି କ’ଣ ହେଲା ଯାହାକୁ ନେଇ ଏବେ ବଢୁଛି ହଙ୍ଗାମା…

ନୂଆଦିଲ୍ଲୀ,୨୯।୩: ଶନିବାରଠାରୁ ଆରମ୍ଭ ହୋଇଥିବା IPL 2026ର ଉଦ୍‌ଘାଟନୀ ମ୍ୟାଚ୍‌ ଯେତିକି ରୋମାଞ୍ଚକର ଥିଲା, ସେତିକି ବିବାଦୀୟ ମଧ୍ୟ ହୋଇପଡ଼ିଛି। RCB ଏବଂ SRH ମଧ୍ୟରେ ଖେଳାଯାଇଥିବା…

ବାଃରେ ପାକିସ୍ତାନ! ନସୀମ ଶାହଙ୍କୁ ଏକ କଠୋର ଦଣ୍ଡ ଦେବାକୁ ପ୍ରସ୍ତୁତ ଦେଶ

ଇସଲାମାବାଦ,୨୯।୩: ପାକିସ୍ତାନରେ, କେବେବି କ’ଣ ଘଟିବ ତାହା କେହି ପୂର୍ବାନୁମାନ କରିପାରିବେ ନାହିଁ। ଦେଶଟି ଅଜବ ନିଷ୍ପତ୍ତି ନେବା ଏବଂ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିବାରେ ଲିପ୍ତ ହେବା…

ପଡ଼ିଆରେ ଏମିତି କ’ଣ କଲେ ବିରାଟ ହସ ରୋକି ପାରିଲେନି ଅନୁଷ୍କା, କ୍ୟାମେରାରେ କଏଦ ହେଲା…

ନୂଆଦିଲ୍ଲୀ,୨୯।୩: କ୍ରିକେଟ ପଡ଼ିଆରେ ବିରାଟ କୋହଲିଙ୍କ ଚପଳତା ଏବଂ ଫଇଲ୍ଡିଂ ଦକ୍ଷତାକୁ ପ୍ରାୟତଃ ମାନଦଣ୍ଡ ଭାବରେ ଉଦ୍ଧୃତ କରାଯାଏ; ତଥାପି, IPL 2026 ର ପ୍ରଥମ ମ୍ୟାଚରେ,…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri