ହୋଟେଲରେ ବଡ଼ଧରଣର ଅଗ୍ନିକାଣ୍ଡ: ୯ ମୃତ

କୋଲକାତା, ୧୯।୯: କୋଲକାତାରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ନ୍ୟୁ ମାର୍କେଟ ଅଞ୍ଚଳର ଫ୍ରି ସ୍କୁଲ ଷ୍ଟ୍ରିଟ୍‌ରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଆହତ ହୋଇଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ହୋଟେଲ ଭିତରେ ୯ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଫାୟାର ବ୍ରିଗେଡ ଏବଂ ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ନିଆଁକୁ ନିୟନ୍ତ୍ରଣକୁ ଅଣାଯାଇଛି। ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Odisha’s No.1 Odia Daily

Share
Tags: Firekolkata