ଦୁର୍ଗା ପେଣ୍ଡାଲରେ ବଳାତ୍କାର-ଭ୍ରୁଣ ହତ୍ୟାର ମେଢ, ପୂଜା ପାଉଛନ୍ତି ଦୁର୍ଗା ନୁହେଁ ଜଣେ ମହିଳା

କୋଲକତା,୨୧।୧୦: ନାରୀର ଅନ୍ୟ ଏକ ଅବତାର ଦୁର୍ଗା। ସେ ତା ସନ୍ତାନ ପାଇଁ କେତେବେଳେ ସ୍ନେହମୟୀ ଦେବୀ ପାଲଟେ ତ କେତେବେଳେ ସଂହାରକର୍ତ୍ତୀ। ନାରୀର ସେଇ ରୂପ ଜଗତଜନନୀ ଦୁର୍ଗା ଏହି ପାର୍ବଣ ଋତୁରେ ଧରାବତରଣ କରନ୍ତି। ସବୁ ମଣ୍ଡପରେ ଆଜି ଧୁମଧାମରେ ଚାଲିଛି ସପ୍ତମୀ ପୂଜା। ସବୁଠି ମାଆଙ୍କର ଆରଧନା । ଦେଶର ପ୍ରତିଟି କୋଣରେ ଥିବା ଭଳିକି ଭଳି ଦୁର୍ଗା ପେଣ୍ଡାଲରେ ଆଖି ଖୋସି ହେଲା ଭଳି କାରୁକାର୍ଯ୍ୟ ହୋଇଛି। କୋଲକତା ପ୍ରସିଦ୍ଧ ଦୁର୍ଗାପୂଜା ଦେଖିବାକୁ କେବଳ ଦେଶ ନୁହେଁ ସମଗ୍ର ବିଶ୍ୱରୁ ଲୋକମାନେ ଭିଡ ଜମେଇଥା’ନ୍ତି। ସଂସ୍କୃତିର ଝଲକ ସହିତ ଏକ ସାମାଜିକ ବାର୍ତ୍ତା ମଧ୍ୟ ପେଣ୍ଡାଲରେ ଲୁଚି ରହିଥାଏ। ତେବେ କୋଲକତାର ପୂଜା ମଣ୍ଡପ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସାମାଜିକ ବାର୍ତ୍ତା ଦେବା ସହ ପୂଜା କମିଟି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାନବ ଚାଲାଣ ତଥା କିଶୋରୀଙ୍କ ପ୍ରତି ହେଉଥିବା ଅପରାଧ ବୃଦ୍ଧି ପ୍ରସଙ୍ଗରେ ବିସ୍କୃତ ଭାବେ ଚମତ୍କାର ସୃଜନୀରେ ବର୍ଣ୍ଣନା କରାଯାଇଛି।

ନାରୀ କହିଲେ ଏକ ପରିବାରର ସମ୍ମାନ। ଏକ ସମାଜର ଦର୍ପଣ। ଏକ ଦେଶର ଆତ୍ମବିଶ୍ୱାସ। ସେଇଥିପାଇଁ ତ ନାରୀକୁ ଦେଶର ପ୍ରତିଛବି ରୂପେ ଗଣାଯାଇଥାଏ। କିନ୍ତୁ ସମାଜର ଏହି ସମ୍ମାନ ଏବେ ବିପଦବସ୍ଥାରେ। ଦିନକୁ ଦିନ ନାରୀ ନିର୍ଯାତନା, ବଳାତ୍କାର, କନ୍ୟା ଭ୍ରୁଣ ହତ୍ୟା ପରି ସମାଜରେ ବଢିବାରେ ଲାଗିଛି। ନା ଏଥିରେ ରୋକ୍‌ ଲାଗି ପାରୁଛି ନା କିଛି ପରିବର୍ତ୍ତନ ହେଉଛି। ତେବେ ଏହି ପ୍ରସଙ୍ଗକୁ ନେଇ କୋଲକତାର ବାଶୀବୋଷ ଲେନରେ ପ୍ରସ୍ତୁତ ହୋଇଛି ଚମତ୍କାର କଳାକୃତି। ଯେଉଁଠି ବିଶେଷ ଥିମ୍‌ ରହିଛି କିଶୋରୀଙ୍କୁ ଦିଆଯାଉଥିବା ନିର୍ଯାତନା।

 

 

View this post on Instagram

 

A post shared by Poonam Prasad (@_the_vivacious_)

_The_vivacious_ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୋଲକାତାର କାଶୀବୋଷ ଲେନର ଦୁର୍ଗା ପୂଜା ମଣ୍ଡପର ଝଲକ ଦେଖିବାକୁ ମିଳିଛି। ପେଣ୍ଡାଲରେ କିଶୋରୀମାନଙ୍କ ପ୍ରତି ହେଉଥିବା ଆପରାଧିକ ଘଟଣାର କାହାଣୀ ବର୍ଣ୍ଣନା ହୋଇଛି। ଖାସ୍‌ କରି ମଣ୍ଡପରେ ମା ଦୁର୍ଗାଙ୍କ ସହ ଜଣେ ମହିଳାଙ୍କୁ ପୂଜା କରାଯାଉଛି। ଏହି ବସ୍ମୟକର ମଣ୍ଡପ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

 

View this post on Instagram

 

A post shared by Sonzz👯👯 (@sonali_sarkar98)


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri