Posted inଖେଳ

କୋହଲିଙ୍କୁ ପରଷା ଯିବ ପସନ୍ଦର ଖାଦ୍ୟ, ମେନ୍ୟୁରେ ରହିଛି ଏହିସବୁ ଖାଦ୍ୟ

ନୂଆଦିଲ୍ଲୀ,୪।୭: ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ଜିତିବା ପରେ ଗୁରୁବାର ଭାରତ ଫେରିଛି। ଏଠାରୁ ରୋହିତ ବ୍ରିଗେଡ ଆଇଟିସି ମୌର୍ଯ୍ୟ (ITC Maurya) ହୋଟେଲରେ ପହଞ୍ଚିଥିଲେ। ଟିମ ଇଣ୍ଡିଆ ପାଇଁ ଏଠାରେ ଏକ ସ୍ବତନ୍ତ୍ର ଜଳଖିଆ ପ୍ରସ୍ତୁତ କରାଯାଇଛି। ଭାରତୀୟ କ୍ରିକେଟ ଦଳର ଖେଳାଳିଙ୍କୁ ଜଳଖିଆରେ ଚୋଲେ ଭଟୁରେ୍‌, ଲସି ଏବଂ ନିଜ ପସନ୍ଦର ଜଳଖିଆ ଦିଆଯିବ।
ଭାରତୀୟ କ୍ରିକେଟ ଦଳର ବିମାନ ସକାଳ ପ୍ରାୟ ୬ଟାରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା। ଦଳ ବିମାନବନ୍ଦରରୁ ବାହାରୁଥିବାବେଳେ ବାହାରେ ଠିଆ ହୋଇଥିବା ପ୍ରଶଂସକମାନେ ସୱାଗତ କରିଥିଲେ। ଦଳର ଅଧିନାୟକ ରୋହିତ ଶର୍ମା ବାହାରେ ଠିଆ ହୋଇଥିବା ପ୍ରଶଂସକଙ୍କୁ ଟ୍ରଫିର ଝଲକ ଦେଖାଇଥିଲେ। ବିମାନବନ୍ଦରରୁ ଏହି ଟିମ ହୋଟେଲରେ ପହଞ୍ଚିଛି। ଏଠାରେ ମଧ୍ୟ ତାଙ୍କୁ ଏକ ବଡ ସ୍ବାଗତ କରାଯାଇଥିଲା। ଟିମ ହୋଟେଲରେ କିଛି ଘଣ୍ଟା ବିଶ୍ରାମ ନେବେ।
ଆଇଟିସି ମୌର୍ଯ୍ୟ ହୋଟେଲରେ ଟିମ ଇଣ୍ଡିଆ ପାଇଁ ଏକ ସ୍ବତନ୍ତ୍ର ଜଳଖିଆ ପ୍ରସ୍ତୁତ କରାଯାଇଛି। ଖେଳାଳିଙ୍କ ପସନ୍ଦକୁ ମଧ୍ୟ ଧ୍ୟାନରେ ରଖାଯାଇଛି। ଆଇଟିସି ମୌର୍ଯ୍ୟର ରୋଷେୟା ଶିବନୀତ ପହୋଜା କହିଛନ୍ତି, ଦଳ ପାଇଁ ଆମେ ଏକ ସ୍ବତନ୍ତ୍ର ଜଳଖିଆ ପ୍ରସ୍ତୁତ କରିଛୁ। ଏଥିରେ ଚୋଲେ-ଭଟୁରେ୍‌ ଏବଂ ମିଲେଟସ ଅନ୍ତର୍ଭୁକ୍ତ କରାଯାଇଛି। ଏହାସହ ଟିମ ଇଣ୍ଡିଆ ପାଇଁ ମଧ୍ୟ ସ୍ବତନ୍ତ୍ର ଚକୋଲେଟ ପ୍ରସ୍ତୁତ କରିଛୁ।
ଟି-୨୦ ବିଶ୍ୱକପ ଟ୍ରଫି ସହ ଦିଲ୍ଲୀରେ ପହଞ୍ଚିଥିବା ଟିମ ଇଣ୍ଡିଆକୁ ଆଇଟିସି ମୌର୍ଯ୍ୟ ହୋଟେଲରେ ସ୍ବାଗତ କରାଯାଇଥିଲା। ଏଠାରେ ଟିମ ଇଣ୍ଡିଆ କେକ କାଟି ବିଜୟ ଉତ୍ସବ ପାଳନ କରିଥିଲା। ଟିମ ଇଣ୍ଡିଆର ସଫଳତା ଉପରେ ହୋଟେଲ ଦ୍ୱାରା ଏହି କେକ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷରେ ପଦାର୍ପଣ କଲା IPL: ଯେଉଁ ମଇଦାନରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ, ଆଜି ସେଠି ଲେଖାଯିବ ଇତିହାସ

ନୂଆଦିଲ୍ଲୀ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ ଆଜି ୧୮ ବର୍ଷ ପୂରଣ କରୁଛି। ଏହି ଲିଗ ଏପ୍ରିଲ ୧୮, ୨୦୦୮ରେ ଆରମ୍ଭ ହୋଇଥିଲା। ଲିଗ୍‌ର ପ୍ରଥମ ମ୍ୟାଚ ବେଙ୍ଗାଲୁରୁର…

ଘରେ ପଶି ନେଇଥିଲେ ନଗଦ ଟଙ୍କା,ସୁନା ଛାଡ଼ି ନଥିଲେ ବି ଲୁଗା: ଘଟଣାର ୪ ମାସ ପରେ ପର୍ଦ୍ଦାଫାଶ

ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ଗ୍ରାମର ଏନ. ରାଜିୟା ରେଡ୍ଡୀଙ୍କ ଘରେ ପଶି ନଗଦ ୬୦ ହଜାର ଟଙ୍କା,…

ଅତିରିକ୍ତ ଜିଲାପାଳ ତଦାରଖ କଲେ ଜନଗଣନା କାର୍ଯ୍ୟ: ଘର ଘର ବୁଲି କଲେ…

ଗଞ୍ଜାମ,୧୮।୪(ବିଦ୍ୟାଧର ସାହୁ ): ଜନଗଣନା ଚାଲିଥିବାବେଳେ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳରେ ମଧ୍ୟ ଏହା ଜାରି ରହିଛି l ଏଥିରେ ସ୍କୁଲ ଶିକ୍ଷୟିତ୍ରୀ/ଶିକ୍ଷକମାନେ ନିୟୋଜିତ ଅଛନ୍ତି। ଠିକ ଭାବେ…

ବନ୍ଦ ହୋଇଯିବ ହର୍ମୁଜ ପ୍ରଣାଳୀ? ଫେରିଗଲା ୨୧ ଜାହାଜ, ଇରାନ ଦେଲା ବଡ଼ ଓ୍ବାର୍ଣ୍ଣିଂ

ତେହରାନ,୧୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସମୟସୀମା ନିକଟତର ହେବା ସହିତ, ହର୍ମୁଜ ପ୍ରଣାଳୀକୁ ଘେରି ରହିଥିବା ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ…

କାମ କରୁଥିବା ବେଳେ ପଡ଼ିଲେ ତଳେ: ଅଂଶୁଘାତରେ  ମୃତ୍ୟୁ ସନ୍ଦେହ

ସମ୍ବଲପୁର,୧୮।୪(ପ୍ରମୋଦ ବହିଦାର): ସମ୍ବଲପୁର ସହର ସମେତ ସମଗ୍ର ଜିଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶନିବାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଅଂଶୁଘାତ ସନ୍ଦେହ କରାଯାଉଛି।…

ବନ୍ତରୁ ଉଦ୍ଧାର ହେଲା ଅତି ବିରଳ ସାପ: ଚିକିତ୍ସା ପାଇଁ ଯିବ ନନ୍ଦନକାନନ

ବନ୍ତ,୧୮।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ହରିଜନ ସାହିରୁ ଏକ ଅତି ବିରଳ ରଙ୍ଗର ସାପକୁ ଶୁକ୍ରବାର ଅପରାହ୍ନରେ ଉଦ୍ଧାର କରାଯାଇଛି। ହଳଦିଆ…

ଇରାନ ସହ କଥା ହେବା ମଧ୍ୟରେ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ ବୁଧବାର ସୁଦ୍ଧା ଡିଲ ନ ହେଲେ…

ଓ୍ବାଶିଂଟନ,୧୮।୪: ଇରାନ ସମ୍ପର୍କରେ ଏକ ପ୍ରମୁଖ ବିବୃତ୍ତି ଦେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ଯୁଦ୍ଧବିରତି ଅଧିକ ଦିନ ପର୍ଯ୍ୟନ୍ତ ରହିପାରିବ…

ପ୍ରାଇଭେଟ୍‌ ଚାକିରିଆଙ୍କ ପାଇଁ ଦୁଃଖ ଖବର! ନୂଆ ଲେବର କୋଡ୍‌ ଯୋଗୁ ଦରମାରୁ କଟିଯିବ ଏତେ ଟଙ୍କା…

ନୂଆଦିଲ୍ଲୀ,୧୮।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ ଲେବର କୋଡ୍ (New Labour Code) ଅଧୀନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ଅନେକ ନୂତନ ନିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri