Categories: ଖେଳ

୯୯ତମ ଟେଷ୍ଟରେ କୋହଲିଙ୍କ ଶତକ

କେପ ଟାଉନ୍‌,୧୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୯୯ତମ ଟେଷ୍ଟରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ୧୦୦ତମ ଶିକାର ପାଲଟିଥିଲେ ଦକ୍ଷିଣ ଆଫ୍ରିକାର ମଧ୍ୟକ୍ରମ ବ୍ୟାଟର ତେମ୍ବା ବଭୁମା। ପ୍ରଥମ ଇନିଂସର ୫୫ତମ ଓଭରର ୪ର୍ଥ ବଲରେ ମହମ୍ମଦ ଶାମିଙ୍କ ବଲକୁ ବଭୁମା ଡ୍ରାଇଭ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ବଲ ବ୍ୟାଟର ଏଜ ନେଇ ଚାଲି ଯାଇଥିଲା ଦ୍ୱିତୀୟ ସ୍ଲିପରେ ଛିଡ଼ା ହୋଇଥିବା କୋହଲିଙ୍କ ହାତକୁ।

ଅଧିନାୟକଙ୍କ ଏଭଳି ସଫଳତା ପାଇଁ ସୋସିଆଲ ମିଡିଆରେ ପ୍ରଶଂସକଙ୍କଠାରୁ ଶୁଭେଚ୍ଛାର ଶୁଅ ଛୁଟିଛି। ତେବେ ଟେଷ୍ଟ କ୍ରିକେଟରେ ୧୦୦ କ୍ୟାଚ୍‌ ନେଇ ରାହୁଲ ଡ୍ରାଭିଡ୍‌, ଭିଭିଏସ୍‌ ଲକ୍ଷ୍ମଣ, ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି କୋହଲି।

Share