Posted inଖେଳ

ବଦଳି ଗଲେଣି କୋହଲି

ନୂଆଦିଲ୍ଲୀ,୧।୨: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ଶତକ ହାସଲ କରିବାର ପ୍ରାୟ ୨ ବର୍ଷ ବିତିଯାଇଛି। ତାଙ୍କର ୭୧ ତମ ଅନ୍ତର୍ଜାତୀୟ ଶତକ କେବେ ହେବ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ୨୦୧୯ରେ ଇଡେନ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ଗୋଲାପୀ ବଲ ଟେଷ୍ଟ ମ୍ୟାଚ ସମୟରେ ତାଙ୍କର ଶେଷ ଶତକ ଆସିଥିଲା। କୋହଲିଙ୍କ ଫର୍ମକୁ ନେଇ ପୂର୍ବତନ କ୍ରିକେଟର୍‌ ଆକାଶ ଚୋପ୍ରା ନିଜ ମତ ରଖିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଖେଳିବା ଶୈଳୀ ବଦଳିଯାଇଛି। ବ୍ୟକ୍ତିଗତ ଦୃଷ୍ଟିକୋଣରୁ ୫୦ କୁ ୧୦୦ ର ପରିଣତ କରିବାକୁ ଚାହୁଁଥିଲେ ବିରାଟଙ୍କୁ କିଛି ଭଲ କରିବାକୁ ପଡିବ। ସେ ରନ ଦୃଷ୍ଟିରୁ ଖରାପ ଫର୍ମ ଦେଇ ଗତି କରୁନାହାଁନ୍ତି, କିନ୍ତୁ ବ୍ୟାଟିଂ ସମୟରେ ପୁରୁଣା ବିରାଟ କୋହଲିଙ୍କୁ ଆଉ ଦେଖିବାକୁ ମିଳୁନାହିଁ ବୋଲି ସେ କହିଛନ୍ତି।
ଚୋପ୍ରା ଆହୁରି କହିଛନ୍ତି, ବିରାଟ ପ୍ରଭାବିତ କରିବାକୁ ସକ୍ଷମ ନୁହଁନ୍ତି। ସେ ବିରୋଧୀ ଦଳର ବୋଲରଙ୍କ ଉପରେ ପ୍ରାଧାନ୍ୟ ଦେଉ ନାହାଁନ୍ତି। ଆମେ ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡଙ୍କୁ ଦେଖିଛୁ, ତାଙ୍କୁ ରନ ସ୍କୋର କରିଥିବା ଦେଖିଛୁ, କିନ୍ତୁ ସେ (ବିରାଟ କୋହଲି) ପୂର୍ବରୁ ବ୍ୟାଟିଂ କରିଥିବା ଭଳି ଦେଖାଯାଉନାହାଁନ୍ତି। ବିରାଟ ପ୍ରଥମ ଥର ପାଇଁ ‘ହିଟମ୍ୟାନ’ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳିବେ। ଏବେ ବିରାଟ ଏକ ଭିନ୍ନ ମାନସିକତା ରହିବା ଆବଶ୍ୟକ କାରଣ ତାଙ୍କ ଉପରେ ଆଉ ଅଧିନାୟକତ୍ୱର ଚାପ ନାହିଁ।
ସୂଚନାଯୋଗ୍ୟ,ଫେବୃୟାରୀ ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଆଗାମୀ ଘରୋଇ ସିରିଜରେ ପ୍ରଥମ ସୀମିତ ଓଭର ଅଧିନାୟକ ରୋହିତ ଶର୍ମାଙ୍କ ଅଧୀନରେ କୋହଲି ଖେଳିବେ।


Enter your email to get our daily news in your inbox.

All Right Reserved By Dharitri.Com

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

ନୂଆବର୍ଷରେ ମିଥୁନ ରାଶିରେ ଧନ ବର୍ଷା, ଶତ୍ରୁ ବନେଇବେ ସିଂହ ରାଶି; ୨୦୨୬ରେ ଧନୀ ହୋଇଯିବେ ଏହି ୫ରାଶି!

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନୂଆବର୍ଷ ୨୦୨୬ ଆରମ୍ଭରେ ଅନେକ ବଡ ଗ୍ରହ ଗୋଚର କରିବାକୁ ଯାଉଛନ୍ତି । ଏହାସହ, ଗୋଚର କରୁଥିବା ଏହି ଗ୍ରହମାନଙ୍କ ମଧ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri