ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ସାରା

ମୁମ୍ବାଇ: ବଲିଉଡ ନାୟିକା ସାରା ଅଲି ଖାଁ ତାଙ୍କ ମନ କଥା ଖୋଲି କହିଛନ୍ତି । ନିକଟରେ କରନ ଜୋହରଙ୍କ ଶୋ କଫି ୱିଥ କରନ ସିଜନ ୭ରେ ସାରା ଓ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ । ଏହାର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଓ ରଣବୀର ସିଂ ଆସିଥିବା ବେଳେ ଏହା ସବୁ ସିଜନର ରେକର୍ଡ ଭାଙ୍ଗିଥିଲା । ଏବେ ବଲିଉଡର ବେଷ୍ଟ ଫ୍ରେଣ୍ଡ ସାରା-ଜାହ୍ନବୀ ଦର୍ଶକଙ୍କୁ ଆକର୍ଷିତ କରିବେ ବୋଲି କୁହାଯାଉଛି । ଏପିସୋଡର ଟ୍ରେଲର କରନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ କରନ ସାରା ଓ ଜାହ୍ନବିଙ୍କ ସହ ମସ୍ତି କରୁଥିବା ଦେଖାଯାଇଛି ।
ଏଥିରେ ଉଭୟ ଷ୍ଟାରକିଡ ବହୁତ କଥା କଥା ହୋଇଥିବା ବେଳେ କରନଙ୍କ ଏକ ପ୍ରଶ୍ନରେ ସାରା ଯେଉଁ ଉତ୍ତର ଦେଇଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି । କରନ କହିଛନ୍ତି ସାରା ଏବେ କାହାକୁ ଡେଟ କରିବାକୁ ପସନ୍ଦ କରିବେ । ଏହି ପ୍ରଶ୍ନର ଉତ୍ତର ଦେବାକୁ ପ୍ରଥମେ ସାରା ଅରାଜି ହୋଇଥିବା ବେଳେ ପରେ ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଶୁଣିବାକୁ ମିଳିଥିଲା କି ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ କରିସାରିଛନ୍ତି ବୋଲି କରନ ଜୋହର କହିବା ପରେ ସାରା ସାମାନ୍ୟ ରାଗି ଯାଇଥିଲେ । କାହିଁକିନା ସେ ତାଙ୍କ ରିଲେସନଶିପକୁ ଅଫିସିଆଲ କରିବାକୁ ଚାହୁଁ ନ ଥିଲେ । ଏହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ ବୋଲି ସେ କହିଥିଲେ ।
ଏଥର ଜାହ୍ନବୀ ଓ ସାରାଙ୍କ ସହ କଫି ୱିଥ କରନ ଜୁଲାଇ ୧୪ରେ ଡିଜନି ପ୍ଲସ ହଟଷ୍ଟାରରେ ପ୍ରସାରିତ ହେବାକୁ ଯାଉଛି । ଏହି ଏପିସୋଡରେ ବହୁ କଥା ଖୋଲି କଥା ହୋଇଛନ୍ତି ସାରା-ଜାହ୍ନବୀ ।

Share