କୋଦୁଓବେରେଣୀ-ଭାପୁର ରାସ୍ତା ଶୋଚନୀୟ

ଖୋର୍ଦ୍ଧା,୨୪ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅଧୀନ କୋଦୁଓବେରେଣୀଠାରୁ ନୟାଗଡ଼ ଜିଲା ଭାପୁର (ବାଇପାସ୍‌)କୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପ୍ରାୟ ୧୦ କିମିର ଏହି ରାସ୍ତା ଖଣ୍ଡପଡ଼ା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ତେବେ କୋଦୁଓ ବେରେଣୀଠାରୁ ସାଗର ଗାଁ ପର୍ଯ୍ୟନ୍ତ ଥିବା ରାସ୍ତା ଖୋର୍ଦ୍ଧା ଜିଲା ପ୍ରଶାସନ ଅଧୀନରେ ଆସୁଛି।
ବାଘମାରୀ ପଟୁ ଦଶପଲ୍ଲା ଓ ଭାପୁର ଯିବା ପାଇଁ ମୁଖ୍ୟ ସଂଯୋଗ ରାସ୍ତା ହୋଇଥିବାରୁ ଏହା ଉପରେ ଶତାଧିକ ଲୋକ ନିର୍ଭର କରୁଛନ୍ତି। ଦୈନିକ ଉକ୍ତ ରାସ୍ତା ଦେଇ ବହୁ ଦୁଇ ଓ ଚାରି ଚକିଆ ଯାନ ଚଳାଚଳ କରୁଛି। ତେବେ କୋଦୁଓବେରେଣୀଠାରୁ ୧କିମି ପର୍ଯ୍ୟନ୍ତ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛିି। ଠାଏ ଠାଏ ବଡ଼ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଛି। ଅସରାଏ ବର୍ଷାହେଲେ ଖାଲଗୁଡ଼ିକରେ ପାଣି ଜମିରହୁଛି। ଭାରିଯାନ ଚକ ଦବିଯାଇ ଘଣ୍ଟା ଘଣ୍ଟା ଅଟକି ରହୁଛି। ଫଳରେ ଲୋକେ ଯାତାୟାତ ଲାଗି ହଇରାଣ ହେଉଛନ୍ତି। ଏହାସତ୍ତ୍ୱେ ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ପଦକ୍ଷେପ ନେଉନାହିଁ। ଶୁକ୍ରବାର ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ ସମସ୍ୟା ଜଣାଇଛନ୍ତି।
ଏହି ରାସ୍ତା ପାର୍ଶ୍ୱରେ କଳାପଥର-ଧଳାପଥର ବଜାର ରହିଛି। ଏହା ଏକ ପ୍ରମୁଖ ବଜାର ହୋଇଥିବାରୁ ରାତିପାହିଲେ ଆଖପାଖ ଅଞ୍ଚଳର ଲୋକେ ଏଠାକୁ ଆସିଥା’ନ୍ତି। ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇଥିବାରୁ ସେମାନଙ୍କୁ ହଇରାଣ ହେବାକୁ ପଡ଼ିଥାଏ। ଏହି ସମସ୍ୟା ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗିରହିଛି। ଉକ୍ତ ରାସ୍ତା ଦେଇ କେବଳ ସ୍ଥାନୀୟ ବାସିନ୍ଦା ନୁହନ୍ତି, ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଯାତାୟାତ କରୁଛନ୍ତି। ବୋଲଗଡ଼ ବ୍ଲକର ଠଣାପଲ୍ଲୀ ମେଗା ୱାଟର ପ୍ରକଳ୍ପ ପରିଦର୍ଶନରେ ଯିବା ପାଇଁ ଜିଲାସ୍ତରୀୟ ଅଧିକାରୀମାନେ ଏହି ରାସ୍ତା ଉପରେ ନିର୍ଭର କରିଥା’ନ୍ତି। ତେବେ ରାସ୍ତା ସମସ୍ୟା ପ୍ରତି ଅଧିକାରୀମାନଙ୍କର କିପରି ନଜର ପଡୁନାହିଁ ତାହା ପ୍ରଶ୍ନବାଚୀ ହୋଇଛି। ରାସ୍ତା ମରାମତି ଲାଗି ପ୍ରଶାସନ ନିକଟରେ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ନିରାଶ ହେବାକୁ ପଡ଼ିଛି। ଅପରପକ୍ଷେ ଖାଲଖମାରେ ପରିପୂର୍ଣ୍ଣ ହୋଇଥିବା ରାସ୍ତାଟି ଉକ୍ତ ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ସ୍ଥିତିବାନ୍‌ ଜମି ବୋଲି ସେ ଦାବି କରିଆସୁଛନ୍ତି। ଏପରିକି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ବିଭିନ୍ନ ସମୟରେ ଖଣ୍ଡପଡ଼ା ଡିଭିଜନ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି। ତେବେ ଉକ୍ତ ଜମି ସେଥିରେ ବାଧକ ସାଜୁଛି। ରାସ୍ତା ପ୍ରାରମ୍ଭରେ ଏକ ଘରୋଇ ଜମି ରହିଥିବା ସମ୍ପର୍କରେ ବିଭାଗୀୟ ଅଧିକାରୀ କିପରି ଜାଣିପାରୁନାହାନ୍ତି ତାହା ସନ୍ଦେହଘେରକୁ ଆସୁଛି। ରାସ୍ତା ସମସ୍ୟା ପାଇଁ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଅଞ୍ଚଳବାସୀ ଦାୟୀ କରିଛନ୍ତି।
ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌ କରି ତୁରନ୍ତ ରାସ୍ତା ମରାମତି ପାଇଁ ନିବେଦନ କରିଛନ୍ତି। ସେ ବିଧାୟକ ଥିବାବେଳେ ୨୦୧୮-୧୯ରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ରାସ୍ତାର ମରାମତି ଆବଶ୍ୟକ ଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉନାହିଁ। ବର୍ଷାଦିନ ଆସିଯାଇଛି। ତୁରନ୍ତ ରାସ୍ତା ନିର୍ମାଣ କରା ନ ଗଲେ ଲୋକେ ହଇରାଣ ହେବେ। ଏଥିପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି ପଟ୍ଟନାୟକ କହିଛନ୍ତି। ଏ ସମ୍ପର୍କରେ ଖୋର୍ଦ୍ଧା ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ କହିଛନ୍ତି, ପୂର୍ତ୍ତ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri