ଜାଣନ୍ତି କି ପୃଥିବୀକୁ ପ୍ରଥମେ କେଉଁ ପରିବା ଆସିଥିଲା, ଏହା କ୍ୟାନସର ପରି ମାରାତ୍ମକ ରୋଗ ରୋକିବାରେ ହୁଏ ସହାୟକ

ଭାରତୀୟମାନଙ୍କ ଖାଦ୍ୟରେ ପନିପରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସକାଳ ଜଳଖିଆରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରର ପନିପରିବା ବ୍ୟବହାର କରାଯାଏ। ଏହି କାରଣରୁ ଭାରତରେ ୪୦ରୁ ଅଧିକ ପ୍ରକାରର ପନିପରିବା ଚାଷ କରାଯାଏ। ଯେଉଁଥିରେ ଆଳୁ, ଟମାଟୋ, ବନ୍ଧାକୋବି, ଫୁଲକୋବି, ବାଇଗଣ, କାଙ୍କଡ଼, ଭେଣ୍ଡି, ଜହ୍ନି, କଖାରୁ, ଗାଜର, ମଟର, କ୍ୟାପସିକମ୍‌, ପାଳଙ୍ଗ, ସୋୟାମେଥି, ବଥୁଆ, ସୋରିଷ ପତ୍ର ଆଦି ଅନ୍ତର୍ଭୁକ୍ତ। କିନ୍ତୁ ଆପଣ କ’ଣ ଜାଣନ୍ତି କି ପୃଥିବୀରେ ପ୍ରଥମେ କେଉଁ ପରିବା ଚାଷ ହୋଇଥିଲା? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଯଦି ଆମେ ଆଜିର ସମୟରେ ଅଧିକାଂଶ ଲୋକଙ୍କ ପ୍ରିୟ ପନିପରିବା ବିଷୟରେ କଥା ହେବା, ତେବେ ତାହା ହେଉଛି ଆଳୁ। ଲୋକମାନେ ଆଳୁର ବିଭିନ୍ନ ଖାଦ୍ୟକୁ ବିଭିନ୍ନ ଉପାୟରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆଳୁ ପୃଥିବୀରେ ଚାଷ ହେଉଥିବା ପ୍ରଥମ ପରିବା ନୁହେଁ।

କୁହାଯାଏ, ପୃଥିବୀରେ ପ୍ରଥମ ଥର ପାଇଁ ମଟର ଚାଷ କରାଯାଇଥିଲା। ଏହା ଏସିଆରୁ ଆରମ୍ଭ ହୋଇଥିଲା। ଏହା ବିଶ୍ୱାସ କରାଯାଏ ଯେ, ଏହା ମଣିଷ ଦ୍ୱାରା ଚାଷ କରାଯାଇଥିବା ପ୍ରାରମ୍ଭିକ ପନିପରିବା ମଧ୍ୟରୁ ଗୋଟିଏ ଥିଲା।

ଏହାର ପ୍ରମାଣ ୭୦୦୦ ବର୍ଷ ପୂର୍ବେ ମିଳିଛି। ମଟରର ବୈଜ୍ଞାନିକ ନାମ ପିସୁମ ସାଟିଭମ। ଏହା ମୁଖ୍ୟତଃ ଉତ୍ତରପ୍ରଦେଶ ବିହାର ଏବଂ ମହାରାଷ୍ଟ୍ରରେ ଚାଷ କରାଯାଏ।

ଦାବି କରାଯାଏ, ମଟର ୧୦୦୦୦ ବର୍ଷ ପୂର୍ବେ ମଧ୍ୟପ୍ରାଚ୍ୟରେ ଚାଷ କରାଯାଉଥିଲା ଏବଂ ୪୦୦୦ ବର୍ଷ ପୂର୍ବେ ୟୁରୋପ ଏବଂ ପୂର୍ବ ଭାରତରେ ବିସ୍ତାରିତ ହେଉଥିଲା। ଏହି ସମୟରେ ଏହା ଚାଇନାରେ ମଧ୍ୟ ଆରମ୍ଭ ହୋଇଥିଲା।

ବିଶେଷ କଥା ହେଉଛି ୨୦୦୦ ଖ୍ରୀଷ୍ଟପୂର୍ବରେ, ହର୍‌ପାପା ସଂସ୍କୃତିରେ ମଟର ଚାଷ ବିଷୟରେ ସୂଚନା ମିଳିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ସେହି ଯୁଗରେ ଯଅ, ଗହମ, ମଟର, ବାଜରା, ସୋରିଷ, ତିଲ ଇତ୍ୟାଦି ମଧ୍ୟ ଚାଷ କରାଯାଉଥିଲା।

ମଟର ଏକ ପରିବା ଭାବରେ ଚମତ୍କାର। ଏହା ଏକ ଡାଲିଜାତୀୟ ଫସଲ ଏବଂ ଅନେକ ପନିପରିବା ସହିତ ଏହାର ମିଶ୍ରଣ ମଧ୍ୟ ଖାଦ୍ୟରେ ସ୍ବାଦ ଆଣିଥାଏ। ଶୀତ ଋତୁରେ ମଟର ବହୁତ ପସନ୍ଦ କରାଯାଏ। ଲୋକମାନେ ମଟର ପରଟା, ଆଳୁ ମଟର, ମଟର ଘୁଗନି ଇତ୍ୟାଦି ବହୁତ ସ୍ବାଦର ସହିତ ଖାଆନ୍ତି।

ମଟରରେ ଅନେକ ଉପକାରୀ ଗୁଣ ଭରି ରହିଛି। ଏଥିରେ ଭିଟାମିନ ଏ, ସି, ଡି ଏବଂ ଇ ରହିଛି, ଯାହା ଶରୀରରେ କ୍ୟାନ୍‌ସର କୋଷକୁ ବୃଦ୍ଧି ପାଇବାରୁ ରୋକିଥାଏ। ମଟରରେ କିଛି ପୋଷକତତ୍ତ୍ୱ ମଧ୍ୟ ଥାଏ ଯାହା ହାଡ଼କୁ ମଜବୁତ କରେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓଙ୍କ ଆତ୍ମସମର୍ପଣ

ମାଲକାନଗିରି,୨୪।୩(ଦୁର୍ଯ୍ୟୋଧନ ପାତ୍ର): ମାଓବାଦୀ ସଙ୍ଗଠନକୁ ଏକ ବଡ଼ ଝଟ୍‌କା ଲାଗିଛି। ମୋଷ୍ଟ ୱାଣ୍ଟେଡ ଟପ୍‌ ମାଓବାଦୀ ନେତା ପାପା ରାଓ ମଙ୍ଗଳବାର ଛତିଶଗଡ଼ ବିଜାପୁର ପୋଲିସ ନିକଟରେ…

ମାନସିକ ବିକୃତ ମସ୍ତିଷ୍କ ମହିଳା ଗର୍ଭବତୀ ଅଭିଯୁକ୍ତଙ୍କ ଗିରଫ ଦାବିରେ ଫାଣ୍ଡିରେ ଗ୍ରାମବାସୀଙ୍କ ହୋ ହାଲା

ଗଞ୍ଜାମ, ୨୪।୩(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନାର ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମାନସିକ ବିକୃତ ମହିଳା…

ଯୁଦ୍ଧ ଶେଷ କରିବାକୁ ରାଜି ହେଲେ ଇରାନର ସର୍ବୋଚ୍ଚ ନେତା! କହିଦେଲେ ଏମିତି…ସାରା ବିଶ୍ୱରେ ଚହଳ

ଓ୍ବାଶିଂଟନ୍‌,୨୪।୩: ଆଜି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ୨୫ତମ ଦିନ। ଉଭୟ ପକ୍ଷ ଦ୍ରୁତ ଆକ୍ରମଣ ଜାରି ରଖିଥିବାବେଳେ ଯୁଦ୍ଧ ଶେଷ କରିବା…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

୧୪.୨ କିଲୋଗ୍ରାମ ବଦଳରେ ମିଳିବ ୧୦ କିଲୋଗ୍ରାମ ଗ୍ୟାସ! ସରକାର ଦେଲେ ବଡ଼ ଅପଡେଟ୍‌

  ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ସିଧାସଳଖ ପ୍ରଭାବ ଏବେ ଭାରତର ଶକ୍ତି ସୁରକ୍ଷା ଉପରେ ପଡୁଛି। ଅଶୋଧିତ ତୈଳ ଏବଂ ଏଲପିଜିର ନିରବଚ୍ଛିନ୍ନ ଯୋଗାଣ ବାଧାପ୍ରାପ୍ତ…

ରାତିରେ ଘରକୁ ଫେରିଲେନି ସ୍ବାମୀ, ସକାଳୁ ରକ୍ତାକ୍ତ ମୃତଦେହ….

ଜଗନ୍ନାଥ ପ୍ରସାଦ,୨୪।୩(ବିଭୁ ପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢିଆ ପଲ୍ଲୀ ପଞ୍ଚାୟତ ଗୁପ୍ତ ପଲ୍ଲୀରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

୭.୬ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ: ସୁନାମି ଚେତାବନୀ ଜାରି

ନୂଆଦିଲ୍ଲୀ,୨୪।୩: ଓସେନିଆର ଟୋଙ୍ଗା ଅଞ୍ଚଳ ନିକଟରେ ନିଆଫୁରେ ଏକ ଶକ୍ତିଶାଳୀ ୭.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ଆମେରିକାର ଭୂତତ୍ତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri