ଭାରତୀୟମାନଙ୍କ ଖାଦ୍ୟରେ ପନିପରିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ସକାଳ ଜଳଖିଆରୁ ରାତ୍ରି ଭୋଜନ ପର୍ଯ୍ୟନ୍ତ କୌଣସି ନା କୌଣସି ପ୍ରକାରର ପନିପରିବା ବ୍ୟବହାର କରାଯାଏ। ଏହି କାରଣରୁ ଭାରତରେ ୪୦ରୁ ଅଧିକ ପ୍ରକାରର ପନିପରିବା ଚାଷ କରାଯାଏ। ଯେଉଁଥିରେ ଆଳୁ, ଟମାଟୋ, ବନ୍ଧାକୋବି, ଫୁଲକୋବି, ବାଇଗଣ, କାଙ୍କଡ଼, ଭେଣ୍ଡି, ଜହ୍ନି, କଖାରୁ, ଗାଜର, ମଟର, କ୍ୟାପସିକମ୍, ପାଳଙ୍ଗ, ସୋୟାମେଥି, ବଥୁଆ, ସୋରିଷ ପତ୍ର ଆଦି ଅନ୍ତର୍ଭୁକ୍ତ। କିନ୍ତୁ ଆପଣ କ’ଣ ଜାଣନ୍ତି କି ପୃଥିବୀରେ ପ୍ରଥମେ କେଉଁ ପରିବା ଚାଷ ହୋଇଥିଲା? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…
ଯଦି ଆମେ ଆଜିର ସମୟରେ ଅଧିକାଂଶ ଲୋକଙ୍କ ପ୍ରିୟ ପନିପରିବା ବିଷୟରେ କଥା ହେବା, ତେବେ ତାହା ହେଉଛି ଆଳୁ। ଲୋକମାନେ ଆଳୁର ବିଭିନ୍ନ ଖାଦ୍ୟକୁ ବିଭିନ୍ନ ଉପାୟରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆଳୁ ପୃଥିବୀରେ ଚାଷ ହେଉଥିବା ପ୍ରଥମ ପରିବା ନୁହେଁ।
କୁହାଯାଏ, ପୃଥିବୀରେ ପ୍ରଥମ ଥର ପାଇଁ ମଟର ଚାଷ କରାଯାଇଥିଲା। ଏହା ଏସିଆରୁ ଆରମ୍ଭ ହୋଇଥିଲା। ଏହା ବିଶ୍ୱାସ କରାଯାଏ ଯେ, ଏହା ମଣିଷ ଦ୍ୱାରା ଚାଷ କରାଯାଇଥିବା ପ୍ରାରମ୍ଭିକ ପନିପରିବା ମଧ୍ୟରୁ ଗୋଟିଏ ଥିଲା।
ଏହାର ପ୍ରମାଣ ୭୦୦୦ ବର୍ଷ ପୂର୍ବେ ମିଳିଛି। ମଟରର ବୈଜ୍ଞାନିକ ନାମ ପିସୁମ ସାଟିଭମ। ଏହା ମୁଖ୍ୟତଃ ଉତ୍ତରପ୍ରଦେଶ ବିହାର ଏବଂ ମହାରାଷ୍ଟ୍ରରେ ଚାଷ କରାଯାଏ।
ଦାବି କରାଯାଏ, ମଟର ୧୦୦୦୦ ବର୍ଷ ପୂର୍ବେ ମଧ୍ୟପ୍ରାଚ୍ୟରେ ଚାଷ କରାଯାଉଥିଲା ଏବଂ ୪୦୦୦ ବର୍ଷ ପୂର୍ବେ ୟୁରୋପ ଏବଂ ପୂର୍ବ ଭାରତରେ ବିସ୍ତାରିତ ହେଉଥିଲା। ଏହି ସମୟରେ ଏହା ଚାଇନାରେ ମଧ୍ୟ ଆରମ୍ଭ ହୋଇଥିଲା।
ବିଶେଷ କଥା ହେଉଛି ୨୦୦୦ ଖ୍ରୀଷ୍ଟପୂର୍ବରେ, ହର୍ପାପା ସଂସ୍କୃତିରେ ମଟର ଚାଷ ବିଷୟରେ ସୂଚନା ମିଳିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ସେହି ଯୁଗରେ ଯଅ, ଗହମ, ମଟର, ବାଜରା, ସୋରିଷ, ତିଲ ଇତ୍ୟାଦି ମଧ୍ୟ ଚାଷ କରାଯାଉଥିଲା।
ମଟର ଏକ ପରିବା ଭାବରେ ଚମତ୍କାର। ଏହା ଏକ ଡାଲିଜାତୀୟ ଫସଲ ଏବଂ ଅନେକ ପନିପରିବା ସହିତ ଏହାର ମିଶ୍ରଣ ମଧ୍ୟ ଖାଦ୍ୟରେ ସ୍ବାଦ ଆଣିଥାଏ। ଶୀତ ଋତୁରେ ମଟର ବହୁତ ପସନ୍ଦ କରାଯାଏ। ଲୋକମାନେ ମଟର ପରଟା, ଆଳୁ ମଟର, ମଟର ଘୁଗନି ଇତ୍ୟାଦି ବହୁତ ସ୍ବାଦର ସହିତ ଖାଆନ୍ତି।
ମଟରରେ ଅନେକ ଉପକାରୀ ଗୁଣ ଭରି ରହିଛି। ଏଥିରେ ଭିଟାମିନ ଏ, ସି, ଡି ଏବଂ ଇ ରହିଛି, ଯାହା ଶରୀରରେ କ୍ୟାନ୍ସର କୋଷକୁ ବୃଦ୍ଧି ପାଇବାରୁ ରୋକିଥାଏ। ମଟରରେ କିଛି ପୋଷକତତ୍ତ୍ୱ ମଧ୍ୟ ଥାଏ ଯାହା ହାଡ଼କୁ ମଜବୁତ କରେ।


