ପାଦତଳୁ ମାଟି ଖସିଯିବା ଜାଣି ହିଂସାକୁ ଆପଣାଇଛି ବିଜେଡି: ଭାଜପା

ଭୁବନେଶ୍ୱର, ୨୧।୫(ସୁନିତ୍‌ ମିଶ୍ର):ବିଜେଡିର ପାଦ ତଳୁ ମାଟି ଖସିଯିବା ଜାଣି ହିଂସାକୁ ଆଦରି ନେଇଛନ୍ତି। ନିର୍ବାଚନ ପୂର୍ବରୁ ବିଜେଡିର ଗୁମାସ୍ତା ରାଜ୍ୟସାରା ବୁଲି ଲୋକଙ୍କ ସମସ୍ୟା ବୁଝିବାର ନାଟକ କରିଥିଲେ। କିନ୍ତୁ ଗୁମାସ୍ତାଙ୍କ ନାଟକକୁ ଓଡ଼ିଶାବାସୀ ବୁଝି ବିଜେଡିକୁ ପ୍ରତ୍ୟାଖ୍ୟାନ କରୁଥିବାରୁ ବିଜେଡି ରକ୍ତମୁଖା ହୋଇ ହତ୍ୟା କରୁଛି ବୋଲି ଭାଜପା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଖବରଦାତା ସମ୍ମିଳନୀରେ ସମୀର କହିଛନ୍ତି
ବିଜେଡି ହାରିବାକୁ ସହଜେ ଗ୍ରହଣ କରିପାରୁନି, ଏଥିଲାଗି ନିଜ ହିତାହିତ ଜ୍ଞାନ ହରାଇବସିଛି। ରବିବାର ରାତିରେ ବିଜେଡି କର୍ମକର୍ତ୍ତାମାନେ ବରଗଡ଼ ବିଧାନସଭା ସରସରା ଗଁାର ୧୨୮ ଓ ୧୨୯ ନମ୍ବର ବୁଥ୍‌ରେ ଟଙ୍କା ବାଣ୍ଟୁଥିଲେ। ଲୋକମାନେ ସେହି ଟଙ୍କାକୁ ନ ନେଇ ଫେରାଇବା ସହ ପ୍ରତିବାଦ କଲେ। ଏହି ଦୁଇ ବୁଥ୍‌ର ୩ ଶହ ମିଟର ଦୂରରେ ବିଜେଡିର ଅଶୋକ ମହାନନ୍ଦ ଭାଜପା କାର୍ଯ୍ୟକର୍ତ୍ତା ବିଶ୍ୱନାଥ ମିର୍ଦ୍ଧାଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଛନ୍ତି ବୋଲି ସମୀର କହିଛନ୍ତି।
ବିଜେଡିକୁ ଟଙ୍କା ଫେରାଇବା ଓ ସେହି ଦଳକୁ ଲୋକେ ଭୋଟ ନ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିବା ପରେ ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଭଟଲି ନିର୍ବାଚନମଣ୍ଡଳୀର ସୁଶାନ୍ତ ସିଂଙ୍କ ପ୍ରରୋଚନାରେ ପେସାଦାର ଅପରାଧୀଙ୍କୁ ଲଗାଇ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ବିଗତ ଦିନରେ ବୁଣାକାରଙ୍କ ସମସ୍ୟା ସମାଧାନ ଲାଗି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆସିଥିବାବେଳେ ତାଙ୍କ ଉପରକୁ ଟେକାପଥର ମାଡ଼ କରାଯିବା ସହ ଗାଡ଼ିକୁ ଭାଙ୍ଗି ଦିଆଯାଇଥିଲା। ଏସବୁ ପଛରେ ବିଜେଡି ନେତାଙ୍କ ହାତ ରହିଥିଲା ବୋଲି ସମୀର ହକିଛନ୍ତି। ଏବେ ଯେଉଁମାନେ ଅଧିକ ଭୋଟରେ ଜିତିବେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ପରିଚୟ କରାଇବୁ ବୋଲି ଏମାନେ ପ୍ରତିଶ୍ରୁତି ଦେଉଛନ୍ତି। ସେହିପରି ବିଜେଡିର ପୂର୍ବତନ ସରପଞ୍ଚ ଭାଜପା କାର୍ଯ୍ୟକର୍ତ୍ତା ବିଶ୍ୱନାଥ ମିର୍ଦ୍ଧାଙ୍କ ହତ୍ୟା ବିଷୟକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବ୍ୟକ୍ତିଗତ ଶତ୍ରୁତା କହି ହତ୍ୟାକାରୀଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି ବୋଲି ସମୀର ଅଭିଯୋଗ କରିଛନ୍ତି। କିଛି ମୁଷ୍ଟିମେୟ ଜିଲାପାଳ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି। ବିଜେଡି ହାରିବ ବୋଲି ଜାଣିବା ପରେ ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ତୁରୁମୁ ପଞ୍ଚାୟତ ବେରୁଆବାଡି ଗ୍ରାମର ୪୭ନଂ ବୁଥରେ ନିର୍ବାଚନ ହିଂସା ଘଟାଇଛି ବୋଲି ସମୀର ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026 Mini Auction: ୩୫୦ରୁ ଅଧିକ ଖେଳାଳି, ୭୭ସ୍ଲଟ, KKR-CSK ନିକଟରେ ସବୁଠାରୁ ବଡ଼ ବଜେଟ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର ଡିସେମ୍ବର ୧୬, ୨୦୨୫ରେ ଆବୁଧାବିର ଏତିହାଦ ଆରେନାରେ ଅପରାହ୍ନ ୨ଟା ୩୦ ସମୟରେ ହେବାକୁ ଥିବା ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ପାଇଁ...

IPL 2026 ନିଲାମିର ଠିକ ପୂର୍ବରୁ BCCI କଲା ଫାଇନାଲ ଲିଷ୍ଟ, ସାମିଲ କଲା ଏହି ୧୯ ଖେଳାଳିଙ୍କୁ

ନୂଆଦିଲ୍ଲୀ,୧୬।୧୨: ମଙ୍ଗଳବାର IPL 2026 ନିଲାମ, ବା ମିନି-ନିଲାମ, ବହୁତ ରୋମାଞ୍ଚକର ହେବାକୁ ଯାଉଛି। କୋଲକାତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପର କିଙ୍ଗସର ମିଳିତ...

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

VIDEO: ଆତଙ୍କବାଦୀଙ୍କୁ କାବୁ କରିଥିବା ଅହମ୍ମଦଙ୍କୁ ‘ଅଷ୍ଟ୍ରେଲିଆର ପ୍ରକୃତ ହିରୋ’ ବୋଲି କହିଲେ ପ୍ରଧାନମନ୍ତ୍ରୀ ଆଲବାନିଜ୍‌

ସିଡନୀ,୧୬।୧୨: ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଗୁଳିକାଣ୍ଡ ଘଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୪୦ରୁ ଅଧିକ ଆହତ ହୋଇଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି...

ଜେଲ ଯିବେ ୧୯୯୬ ବିଶ୍ୱ କପ ବିଜେତା, ଭାରତର ପଡ଼ୋଶୀ ଦେଶ କରିବ…

କଲମ୍ବୋ,୧୬।୧୨: ସୋମବାର ଏକ କୋର୍ଟକୁ ସୂଚନା ଦିଆଯାଇଛି ଯେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଶ୍ୱକପ ବିଜୟୀ କ୍ରିକେଟ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ତାଙ୍କ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ଛତୁଚାଷ ଦେଇଛି ପରିଚୟ: ଆତ୍ମନିର୍ଭର ସହ ୧୫ ପରିବାର ଚଳାଉଛନ୍ତି ଦୀନେଶ

ଅତାବିରା, ୧୬ା୧୨(ଯୁଧିଷ୍ଠିର ମହାପାତ୍ର):ଛତୁ କିଲୋ ପିଛା ଶହ ଶହ ଟଙ୍କାରେ ବିକ୍ରି କରି ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରିପାରିବା ସହ ଅନ୍ୟ ୨୭ ଜଣ...

ପବିତ୍ର ଧନୁ ସଂକ୍ରାନ୍ତି, ଆଜିିଠୁ ଶ୍ରୀଜୀଉଙ୍କୁ ପହିଲି ଭୋଗ ଲାଗି

ପୁରୀ,୧୬ା୧୨(ଅଜିତ୍‌ କୁମାର ମହାନ୍ତି): ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମଙ୍ଗଳବାର ଧନୁସଂକ୍ରାନ୍ତିରେ ମହାପ୍ରଭୁଙ୍କ ପହିଲିଭୋଗ ନୀତି ଅନୁଷ୍ଠିତ ହୋଇଛି। ପହିଲିଭୋଗ ନୀତି ଧନୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri