Posted inଫୁରସତ

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ: ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି….

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ଖୁବ୍‌ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦିବାକୁ ଚେଷ୍ଟା କରନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ଓ ଦାୟିତ୍ୱବାନ୍‌ ସାଥୀ ହୋଇଥାନ୍ତି। ପ୍ରକୃତିକୁ ଭଲ ପାଇବା, ରୋମାଞ୍ଚକର ଯାତ୍ରାରେ ଯିବା ବି ଏମାନଙ୍କର ରୁଚି ରହିଥାଏ। ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତି ଶାନ୍ତ ଓ ଦୟାଳୁ ସ୍ବଭାବର ହୋଇଥାନ୍ତି। ଏପ୍ରିଲ୍‌ରେ ଯେଉଁମାନେ ଜନ୍ମ ସେମାନେ ସ୍ପଷ୍ଟବାଦୀ ଓ ଜିଦ୍‌ଖୋର ହୋଇଥାନ୍ତି। ମେ’ରେ ଜନ୍ମିତ ବ୍ୟକ୍ତି କଳାପ୍ରେମୀ ଆଉ ଚଞ୍ଚଳ ସ୍ବଭାବର ହୋଇଥିବାବେଳେ ଜୁନ୍‌ରେ ଜନ୍ମିତ ବ୍ୟକ୍ତି ସମ୍ବେଦନଶୀଳ ଏବଂ ରୋମାଣ୍ଟିକ୍‌ ସ୍ବଭାବର ହୋଇଥାନ୍ତି। ସାମାନ୍ୟ ଇର୍ଷାଳୁ ଭାବ ବି ଏମାନଙ୍କଠାରେ ଦେଖାଯାଇଥାଏ। ଜୁଲାଇରେ ଜନ୍ମିତ ବ୍ୟକ୍ତି ଟିକେ ରାଗୀ ସ୍ବଭାବର ହୋଇଥିଲେ ହେଁ, ପରୋପକାର କରିବାକୁ ପସନ୍ଦ କରିଥାନ୍ତି। ଅଗଷ୍ଟରେ ଜନ୍ମିତ ବ୍ୟକ୍ତି ଖୁବ୍‌ ପରିଶ୍ରମୀ ହୋଇଥାନ୍ତି, ସେଥିପାଇଁ ଏମାନଙ୍କ ପାଖରେ କେବେ ବି ଟଙ୍କାପଇସାର ଅଭାବ ଦେଖାଯାଏ ନାହିଁ। ବୁଦ୍ଧିମାନ ତଥା ଇଶ୍ୱରବିଶ୍ୱାସୀ ହୋଇଥାନ୍ତି ସେପ୍ଟେମ୍ବର ମାସରେ ଜନ୍ମିତ ବ୍ୟକ୍ତି। କିନ୍ତୁ ସାମାନ୍ୟ କଥାରେ ଏମାନେ ଉଦାସ ବି ହୋଇଯାନ୍ତି। ଅକ୍ଟୋବରରେ ଜନ୍ମିତ ବ୍ୟକ୍ତି କଳା ଓ ସାହିତ୍ୟପ୍ରେମୀ ହେବା ସହ ସାମାନ୍ୟ ଈର୍ଷାଳୁ ହୋଇଥାନ୍ତି। ନଭେମ୍ବରରେ ଜନ୍ମିତ ବ୍ୟକ୍ତି ଦୂରଦର୍ଶୀ, ସାହାସୀ ତଥା ଚାଲାକ୍‌ ସ୍ବଭାବର ହୋଇଥିଲେ ହେଁ ପ୍ରଶଂସାପ୍ରିୟ ହୋଇ ନଥାନ୍ତି। ଆଉ ଡିସେମ୍ବରରେ ଜନ୍ମିତ ବ୍ୟକ୍ତି ସୌଖୀନପ୍ରିୟ ହୋଇଥାନ୍ତି। ସବୁ କିଛି ଭଲ ତାଙ୍କର ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀପ ରାୟ ମୋତେ ଫୋନ କରିଥିଲେ, କିନ୍ତୁ ମୁଁ…ମତଦାନ ପୂର୍ବରୁ ବଡ଼ କଥା କହିଦେଲେ ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଚାଲିଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଭୋଟିଂ ପ୍ରକ୍ରିୟା ଜାରି ରହିଛି। ଅପରାହ୍ଣ ୪ଟା ଯାଏ ମତଦାନ ଚାଲିବ।…

ଷ୍ଟ୍ରେଟ ଅଫ ହର୍ମୁଜରେ ଜାହାଜଗୁଡ଼ିକୁ ସୁରକ୍ଷା ଦେବ ଆମେରିକା? ଘୋଷଣା କରିବେ ଟ୍ରମ୍ପ? ଚାଲିଛି ବଡ଼ ଯାଜନା…

ଓ୍ବାଶିଂଟନ,୧୬।୩: ଆମେରିକା ଖୁବ ଶୀଘ୍ର ହର୍ମୁଜ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଏକ ଅନ୍ତର୍ଜାତୀୟ ମେଣ୍ଟ ଘୋଷଣା କରିପାରେ। ପ୍ରମୁଖ ବିଶ୍ୱ ରାଷ୍ଟ୍ରଗୁଡ଼ିକର ସହଯୋଗରେ ଗଠିତ, ଏହି…

କାହାକୁ ଭୋଟ ଦେଲେ ବିଜେଡିରୁ ନିଲମ୍ବିତ ବିଧାୟକ ସନାତନ ମହାକୁଡ଼: ନିଜେ କଲେ ବଡ଼ ଖୁଲାସା

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

ଟ୍ରମ୍ପଙ୍କ ଇସାରାରେ ନାଚିବ ଚାଇନା? ବଡ଼ ବିବୃତ୍ତି ଜାରି – ଷ୍ଟ୍ରେଟ ଅଫ ହର୍ମୁଜ ଦଖଲ କରିବାକୁ ଧମକ; ଘଟିବ କିଛି ବଡ଼ ଘଟଣା…

ଓ୍ବାଶିଂଟନ,୧୬।୩: ଫାଇନାନ୍ସିଆଲ ଟାଇମ୍ସ (FT) ସହିତ ଏକ ସାକ୍ଷାତକାରରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ଉପରେ ସିଧାସଳଖ ଚାପ ପକାଇଛନ୍ତି। ସେ କହିଛନ୍ତି ଯେ ଷ୍ଟ୍ରେଟ…

ପାରାଦୀପରୁ ଫେରିଲେ ବିଧାୟକ: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି। ବିଧାନସଭା ୫୪ ନଂ ପ୍ରକୋଷ୍ଠରେ ଚାଲିଛି ଭୋଟିଂ। ଅପରାହ୍ଣ ୪ଟା ଯାଏ ଚାଲିବ ମତଦାନ। ୫ଟାରେ…

IPL 2026 ବଡ଼ ଧମାକା କରିବେ ବୈଭବ ସୂର୍ଯ୍ୟବଂଶୀ! ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୬।୩: ଭାରତୀୟ କ୍ରିକେଟର ଉଦୀୟମାନ ଯୁବ ତାରକାଙ୍କ ମଧ୍ୟରୁ ଜଣେ ବୈଭବ ସୂର୍ଯ୍ୟବଂଶୀ ଏବେ ଏକ ପ୍ରମୁଖ ଲକ୍ଷ୍ୟ ସହିତ 2026 IPL ସିଜିନରେ ଆରମ୍ଭ କରିବାକୁ…

ଅସ୍ବାଭାବିକ ଋତୁ ପରିବର୍ତ୍ତନ ଜୀବଜଗତର ଆଚରଣ ବଦଳାଉଛି

ଓ୍ବାଶିଂଟନ୍‌ ,୧୬ା୩: ଜଳବାୟୁ ପରିବର୍ତ୍ତନ ଏବେ ବିଶ୍ୱ ସମାଜ ପାଇଁ ସବୁଠୁ ଚିନ୍ତାଜନକ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନର ଦୀର୍ଘସୂତ୍ରୀ ପ୍ରଭାବ ମାନବ ସମାଜ ପାଇଁ କେତେ ଅନିଷ୍ଟକର,…

ଆରାବଳୀ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ,୧୬ା୩(ପି.ଟି.): ଆରାବଳୀ ପର୍ବତମାଳାର ସାର୍ବଜନିକ ସଂଜ୍ଞା ନିର୍ଦ୍ଧାରଣ ପାଇଁ ୧୦ ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ବିଶେଷଜ୍ଞ କମିଟି ଗଠନ ନିମନ୍ତେ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି ଦେଇଥିବା ପ୍ରସ୍ତାବ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri