Posted inଫୁରସତ

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ: ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି….

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ଖୁବ୍‌ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦିବାକୁ ଚେଷ୍ଟା କରନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ଓ ଦାୟିତ୍ୱବାନ୍‌ ସାଥୀ ହୋଇଥାନ୍ତି। ପ୍ରକୃତିକୁ ଭଲ ପାଇବା, ରୋମାଞ୍ଚକର ଯାତ୍ରାରେ ଯିବା ବି ଏମାନଙ୍କର ରୁଚି ରହିଥାଏ। ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତି ଶାନ୍ତ ଓ ଦୟାଳୁ ସ୍ବଭାବର ହୋଇଥାନ୍ତି। ଏପ୍ରିଲ୍‌ରେ ଯେଉଁମାନେ ଜନ୍ମ ସେମାନେ ସ୍ପଷ୍ଟବାଦୀ ଓ ଜିଦ୍‌ଖୋର ହୋଇଥାନ୍ତି। ମେ’ରେ ଜନ୍ମିତ ବ୍ୟକ୍ତି କଳାପ୍ରେମୀ ଆଉ ଚଞ୍ଚଳ ସ୍ବଭାବର ହୋଇଥିବାବେଳେ ଜୁନ୍‌ରେ ଜନ୍ମିତ ବ୍ୟକ୍ତି ସମ୍ବେଦନଶୀଳ ଏବଂ ରୋମାଣ୍ଟିକ୍‌ ସ୍ବଭାବର ହୋଇଥାନ୍ତି। ସାମାନ୍ୟ ଇର୍ଷାଳୁ ଭାବ ବି ଏମାନଙ୍କଠାରେ ଦେଖାଯାଇଥାଏ। ଜୁଲାଇରେ ଜନ୍ମିତ ବ୍ୟକ୍ତି ଟିକେ ରାଗୀ ସ୍ବଭାବର ହୋଇଥିଲେ ହେଁ, ପରୋପକାର କରିବାକୁ ପସନ୍ଦ କରିଥାନ୍ତି। ଅଗଷ୍ଟରେ ଜନ୍ମିତ ବ୍ୟକ୍ତି ଖୁବ୍‌ ପରିଶ୍ରମୀ ହୋଇଥାନ୍ତି, ସେଥିପାଇଁ ଏମାନଙ୍କ ପାଖରେ କେବେ ବି ଟଙ୍କାପଇସାର ଅଭାବ ଦେଖାଯାଏ ନାହିଁ। ବୁଦ୍ଧିମାନ ତଥା ଇଶ୍ୱରବିଶ୍ୱାସୀ ହୋଇଥାନ୍ତି ସେପ୍ଟେମ୍ବର ମାସରେ ଜନ୍ମିତ ବ୍ୟକ୍ତି। କିନ୍ତୁ ସାମାନ୍ୟ କଥାରେ ଏମାନେ ଉଦାସ ବି ହୋଇଯାନ୍ତି। ଅକ୍ଟୋବରରେ ଜନ୍ମିତ ବ୍ୟକ୍ତି କଳା ଓ ସାହିତ୍ୟପ୍ରେମୀ ହେବା ସହ ସାମାନ୍ୟ ଈର୍ଷାଳୁ ହୋଇଥାନ୍ତି। ନଭେମ୍ବରରେ ଜନ୍ମିତ ବ୍ୟକ୍ତି ଦୂରଦର୍ଶୀ, ସାହାସୀ ତଥା ଚାଲାକ୍‌ ସ୍ବଭାବର ହୋଇଥିଲେ ହେଁ ପ୍ରଶଂସାପ୍ରିୟ ହୋଇ ନଥାନ୍ତି। ଆଉ ଡିସେମ୍ବରରେ ଜନ୍ମିତ ବ୍ୟକ୍ତି ସୌଖୀନପ୍ରିୟ ହୋଇଥାନ୍ତି। ସବୁ କିଛି ଭଲ ତାଙ୍କର ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ବନ୍ଦ, ୨୭ କୋଟିରୁ ଅଧିକ ଥିଲେ ଫୋଲର୍ସ

ନୂଆଦିଲ୍ଲୀ,୩୦।୧: ବିଶ୍ୱର ଷ୍ଟାର କ୍ରିକେଟରମାନଙ୍କ ମଧ୍ୟରୁ ଜଣେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଗୁରୁବାର ବିଳମ୍ବିତ ରାତିରେ ହଠାତ୍ ନିଷ୍କ୍ରିୟ ହୋଇଯାଇଛି ।…

WPL: ଫାଇନାଲରେ ପହଞ୍ଚିଲା ଆର୍‌ସିବି

ଭଦୋଦରା,୨୯ା୧- ଚଳିତ ଓମେନ୍ସ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ରେ ଗୁରୁବାର ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଅତି ସହଜରେ ୮ ଉଇକେଟରେ ୟୁପି ଓ୍ବାରିଅର୍ସକୁ…

ବିବାହର ପ୍ରଲୋଭନ ଦେଖାଇ ସମ୍ପର୍କ: ଯୁବତୀ ଏବେ ୪ ମାସର ଗର୍ଭବତୀ

ଜୟପୁର, ୨୯।୧(ପବନ ପାଣିଗ୍ରାହୀ): ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ତାଙ୍କୁ ଗର୍ଭବତୀ ଓ ପରେ ପ୍ରତାରଣା କରିବା ଅଭିଯୋଗରେ ଜୟପୁର ମହିଳା ପୋଲିସ ଜଣେ ଯୁବକଙ୍କୁ ଗିରଫ…

ଅସଲି ଟ୍ରେଡିଂ କମ୍ପାନୀର ଫେକ୍‌ ଆପ୍‌, ହ୍ବାଟ୍ସଆପ୍‌ ଗ୍ରୁପ କରି ଲୁଟିଥିଲେ ୯୪.୬୨ ଲକ୍ଷ ଟଙ୍କା; ୩ ଯୁବକଙ୍କୁ ବାନ୍ଧିଲା…

ଦେବଗଡ, ୨୯ା୧ (ଶଶାଙ୍କ ଶେଖର ଝାଙ୍କର): ଅବସର ପ୍ରାପ୍ତ ଜଣେ ସରକାରୀ କର୍ମଚାରୀଙ୍କ ଠାରୁ ୯୪ ଲକ୍ଷ ୬୨ ହଜାର ୪୬୧ ଟଙ୍କା ସାଇବର ଠକେଇ ଅଭିଯୋଗରେ…

ମୋରମ ପାଇଁ ପାହାଡ଼ କାଟିଦେଲା ପୂର୍ତ୍ତ ବିଭାଗ, ବାରିଝୋଲା ଗ୍ରାମବାସୀ…

ରାୟଗଡ଼ା,୨୯।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମସ୍ଥିତ ପଦ୍ମାବତୀ ହରିକୁପା ପାହାଡ଼ରୁ ଚାଲିଛି ମୋରମ ଖନନ। ତେବେ ମୋରମ ଖନନ ଯୋଗୁ…

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଟଳିପଡ଼ିଲେ ଭକ୍ତ: ମହାପ୍ରଭୁଙ୍କ ଦର୍ଶନ ହେଲା…

ପୁରୀ,୨୯ା୧(ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କର ଉତ୍ତରଦ୍ୱାର ନିକଟ ପରିକ୍ରମା…

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri