ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ବିଭୂତି ଭୂଷଣ ପ୍ରଧାନ। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ଜିଲା ବିଜେଡି ସଭାପତି ଡା. ନୃସିଂହ ଚରଣ ସାହୁଙ୍କୁ ୩୨,୧୬୨ ଭୋଟରେ ହରାଇ ପ୍ରଥମ ଥର ବିଧାୟକ ହୋଇଛନ୍ତି। ମୋଟ ୧ଲକ୍ଷ ୭୬ହଜାର ୬୬୯ ଖଣ୍ଡ ଭୋଟରୁ ବିଭୂତି ୧ଲକ୍ଷ ୫୯୫ ଖଣ୍ଡ ଭୋଟ ପାଇଥିବା ବେଳେ ଡା. ସାହୁଙ୍କୁ ୬୮ହଜାର ୪୩୩ ଖଣ୍ଡ ଭୋଟ ମିଳିଥିଲା।
ବିଧାନସଭା ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ପଙ୍ଗାତିରା ଗ୍ରାମରେ ୧୭.୭.୧୯୬୭ରେ ବିଭୂତିଙ୍କ ଜନ୍ମ। ବାପା ସ୍ବର୍ଗତ ପଦ୍ମଚରଣ ପ୍ରଧାନ ଓ ମା’ ସ୍ବର୍ଗତ ସତ୍ୟଭାମା ପ୍ରଧାନଙ୍କର ଦୁଇ ଝିଅଙ୍କ ମଧ୍ୟରେ ବିଭୂତି ଏକମାତ୍ର ପୁତ୍ର। ବାପା ସ୍ବର୍ଗତ ପଦ୍ମଚରଣ ଜଣେ ଚାଷୀ ଥିଲେ। ବିଭୂତି ଚାଷକୁ ଅଧିକ ଗୁରୁତ୍ୱ ଦିଅନ୍ତି ା ତାଙ୍କର ମାଛଚାଷ ଓ ଏକ ବଗିଚା କରି ଆମ୍ବଚାଷ କରିଛନ୍ତି। ସେହିପରି ଟ୍ରକ୍‌ରେ ପରିବହନ ବ୍ୟବସାୟ ମଧ୍ୟ କରିଛନ୍ତି। ବିଭୂତିଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ.ଏଲ୍‌ଏଲ୍‌ବି। ରାଜନୀତିରେ ତାଙ୍କର ଉତ୍‌ଥାନ ଦେଖିଲେ ସେ ତାଳଚେର କଲେଜରେ ପଢ଼ିବା ବେଳେ ୧୯୮୩ରୁ ୧୯୮୭ ପର୍ଯ୍ୟନ୍ତ ଏବିଭିପିରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ। ୧୯୮୪ରେ ତାଙ୍କ ମାମୁ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ, ତତ୍କାଳୀନ ଦେବଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଭାଜପା ପ୍ରାର୍ଥୀ ଭାବେ ଲଢୁଥିବା ବେଳେ ସେତେବେଳେ ବିଭୁତି ଭାଜପାରେ କାର୍ଯ୍ୟ ଆରମ୍ଭ କରି ରାଜନୀତି ଆରମ୍ଭ କରିଥିଲେ। ତାଳଚେର କଲେଜରେ ବର୍ତ୍ତମାନର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଭାପତି ଥିବା ବେଳେ ବିଭୂତି ଛାତ୍ର ରାଜନୀତିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ରହି କାର୍ଯ୍ୟ କରୁଥିଲେ। ୧୯୮୬ରେ ସେ ଏବିଭିପିର ତାଳଚେରର କୋଷାଧ୍ୟକ୍ଷ ଥିଲେ। ୧୯୯୨ ମସିହାରେ ସେ ପଙ୍ଗାତିରା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଏହାପରେ ୧୯୯୫ରେ ସେ ପ୍ରଥମେ ପାଲଲହଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ହୋଇ ୮୫୦୦ ଖଣ୍ଡ ଭୋଟ ପାଇଥିଲେ। ୨୦୦୯ରେ ବିଧାନସଭା କ୍ଷେତ୍ର ବଦଳି ଥିଲା ଏବଂ ଢେଙ୍କାନାଳ ଜିଲାର ପରଜଙ୍ଗ ନୂତନ ବିଧାନସଭା କ୍ଷେତ୍ର ହୋଇଥିଲା। ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ସେ ଭାଜପା ପ୍ରାର୍ଥୀ ଭାବେ ପରଜଙ୍ଗ ବିଧାନସଭା ଆସନରୁ ଲଢି ପରାଜିତ ହୋଇଥିଲେ। ଏହାପରେ ୨୦୨୪ରେ ପରଜଙ୍ଗରୁ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇ ପ୍ରଥମଥର ବିଧାୟକ ହୋଇଛନ୍ତି ା ଏହାବ୍ୟତୀତ ସେ ଦୁଇଥର ଢେଙ୍କାନାଳ ଜିଲା ଭାଜପା ସଭାପତି, ରାଜ୍ୟ କୃଷକ ମୋର୍ଚ୍ଚାର ଜିଲା ସମ୍ପାଦକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଥିଲେ। ସେହିପରି ବର୍ତ୍ତମାନ ବିଧାନସଭା ଷ୍ଟାଣ୍ଡିଂ କମିଟିର ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଓ ଭିନ୍ନକ୍ଷମ ସଶକ୍ତୀକରଣର ସେ ଅଧ୍ୟକ୍ଷ ରହିଛନ୍ତି।
ବିଧାୟକ କୁହନ୍ତି: –
୨୦୦୯ରୁ ୨୦୧୯ ମଧ୍ୟରେ ବହୁ କମ୍‌ ଭୋଟରେ ହାରିଛି। ତେଣୁ ନିର୍ବାଚନ ମୋ ପାଇଁ କିଛି ନୂଆ କଥା ନୁହେଁ। ରାଜନୀତିରେ ହାରଜିତ୍‌ ରହିବ। ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହିଥିବା ବହୁ ସମସ୍ୟାର ସମାଧାନ କରିବା ମୂଳ ଲକ୍ଷ୍ୟ। ଜଣେ ଡାକ୍ତର ଏଠି ବିଧାୟକ ଥିଲେ। କିନ୍ତୁ ଏଠି ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। ଯେତିକି ସ୍ବାସ୍ଥ୍ୟକେନ୍ଦ୍ର ଅଛି, ସବୁଠି ଡାକ୍ତର ନିଯୁକ୍ତି ସାଙ୍ଗକୁ ବିଦ୍ୟାଳୟଗୁଡିକରେ ଶିକ୍ଷକ ପଦବୀ ପୂରଣ ପାଇଁ ଗୁରୁତ୍ୱ ଦିଆଯିବ। ଗମନାଗମନକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହି ନିର୍ବାଚନ ମଣ୍ଡଳୀର କଙ୍କଡ଼ାହାଡ଼ ବ୍ଲକ ଏକ ଆଦିବାସୀ ବହୁଳ ବ୍ଲକ ହୋଇଥିବାରୁ ଏହି ଅଞ୍ଚଳର ବିକାଶ ପ୍ରତି ଅଧିକ ଧ୍ୟାନ ଦିଆଯିିବ। କୁଆଳୋ ଅଷ୍ଟଶମ୍ଭୁ, ସରାଙ୍ଗ ଅନନ୍ତ ଶୟନ, ଦଦରାଘାଟି ଓ ଦଣ୍ଡାଧର ଜଳଭଣ୍ଡାର ଆଦିକୁ ନେଇ ଟୁରିଜିମ୍‌ କରିଡର କରିବା ପାଇଁ ଚିନ୍ତା ରହିଛ।
ରିପୋର୍ଟ : ରତନ ନାୟାର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri