Posted inଫୁରସତ

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ, ଚଳିତ ବର୍ଷର ଥିମ୍‌ ରହିଛି…

ପ୍ରତିବର୍ଷ ଏପ୍ରିଲ ୨୬ରେ ପାଳନ କରାଯାଉଛି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ(world intellectual property day)। ଏହା ୨୦୦୦ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲ୍ୟୁଆଇପିଓ) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସୃଜନଶୀଳତା ଏବଂ ନୂଆ ଭାବର ପ୍ରବର୍ତ୍ତନ (ଅଭିନବତ୍ୱ) ଦ୍ୱାରା ବିଶ୍ୱର ଅର୍ଥନୀତି ଓ ସମାଜର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଉଦ୍ଭାବକ ଓ ନବ ପ୍ରବର୍ତ୍ତକମାନଙ୍କ କୃତିକୁ ମନେ ପକାଇ ସମ୍ମାନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାରା ବିଶ୍ୱରେ ସୃଜନଶୀଳତା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହନ ଦେବାରେ ବୌଦ୍ଧିକ ସମ୍ପତ୍ତି ଅଧିକାରଗୁଡ଼ିକ ଯଥା ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ମାର୍କ ଏବଂ ଡିଜାଇନ୍‌ର ଭୂମିକା ଉପରେ ଏହି ଦିବସ ସଚେତନତା ସୃଷ୍ଟି କରିଥାଏ।

ଡବ୍ଲ୍ୟୁଆଇପିଓ ହେଉଛି ଜାତିସଂଘର ଏକ ପୁରୁଣା ଏଜେନ୍ସି। ଜାତିସଂଘର ୧୫ଟି ସ୍ବତନ୍ତ୍ର ଏଜେନ୍ସି ମଧ୍ୟରୁ ଏହା ଅନ୍ୟତମ। ଏହା ୧୪ ଜୁଲାଇ ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ସୁଇଜରଲାଣ୍ଡର ଜେନେଭାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଭାରତ ସମେତ ୧୯୩ ଦେଶ ଡବ୍ଲ୍ୟୁଆଇପିଓର ସଦସ୍ୟ ରହିଛନ୍ତି। ଡବ୍ଲ୍ୟୁଆଇପିଓ ଦ୍ୱାରା ପରିଚାଳିତ ଅନେକ ଚୁକ୍ତିର ଅଂଶୀଦାର ହୋଇଛି ଭାରତ। ୧୯୭୦ ଏପ୍ରିଲ ୨୬ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରଥମ ସମ୍ମେଳନ ହୋଇଥିଲା। ଉକ୍ତ ଦିନକୁ ହିଁ ବିଶ୍ୱ ବୌଦ୍ଧିକ ଦିବସ ଭାବେ ପାଳନ କରାଯାଉଛି। ସାରା ଦୁନିଆର ଲୋକଙ୍କ ସହ ଯୋଡ଼ିହେବାର ଏକ ଅନନ୍ୟ ଅବସର ପ୍ରଦାନ କରୁଛି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ। ଫଳରେ ବିଶ୍ୱ କଳା ପ୍ରତିଭା କ୍ଷେତ୍ରକୁ ବିକାଶ କରିବାରେ ବୌଦ୍ଧିକ ସମ୍ପତ୍ତି ଦିବସ କିଭଳି ସହାୟକ ହେଉଛି ଏବଂ ମାନବ ପ୍ରଗତିକୁ ଗତି ଦେଉଥିବା ବୈଷୟିକ ଅଭିନବତ୍ୱକୁ ସକ୍ଷମ ବନାଉଛି ତାହା ବୁଝିବା ସହଜ ହୋଇଥାଏ।

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସର ଏହି ବର୍ଷର ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସର ଥିମ୍‌ ବା ବିଷୟବସ୍ତୁ ହେଉଛି ‘ଆଇପି ଏବଂ ସଂଗୀତ: ଆଇପିର ତାଳ ଅନୁଭବ କରନ୍ତୁ”। ଏହି ବିଷୟଟି ସଙ୍ଗୀତକାର, ସଂଗୀତଜ୍ଞ ଏବଂ ଅନ୍ୟାନ୍ୟ ସଂଗୀତ ସ୍ରଷ୍ଟାଙ୍କ ସୃଷ୍ଟିକୁ ଆଇପି ଅଧିକାର କିପରି ସୁରକ୍ଷା ଦିଏ ତାହା ଉପରେ ଆଲୋକପାତ କରେ।

ଇତିହାସ: ସେପ୍ଟେମ୍ବର ୧୯୯୮ରେ ଡବ୍ଲ୍ୟୁଆଇପିଓର ସଦସ୍ୟ ରାଷ୍ଟ୍ରଗୁଡିକ ସମ୍ମେଳନକୁ ଦେଇଥିବା ବିବୃତ୍ତି ଅନୁଯାୟୀ, ନ୍ୟାଶନାଲ ଆଲଜେରିଆ ଇଣ୍ଡଷ୍ଟ୍ରିଆଲ ପ୍ରପର୍ଟି ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଏନ୍‌ଏପିଆଇ) ମହାନିର୍ଦ୍ଦେଶକ ୭ ଏପ୍ରିଲ ୭ ୧୯୯୯ରେ ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ବୌଦ୍ଧିକ ସମ୍ପତ୍ତିର ପୃଷ୍ଠପୋଷକମାନଙ୍କ ସଫଳତାକୁ ସାରା ବିଶ୍ୱକୁ ପରିଚୟ କରାଇବା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଢାଞ୍ଚା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନକୁ ଗୁରୁତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୯ ଅଗଷ୍ଟ ୧୯୯୯ରେ ଡବ୍ଲ୍ୟୁଆଇପିଓର ଚାଇନା ପ୍ରତିନିଧି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତାବ ଆଗତ କରିଥିଲେ। ଫଳରେ ୧ ଅକ୍ଟୋବର ୧୯୯୯ରେ ଡବ୍ଲ୍ୟୁଆଇପିଓର ଏକ ସାଧାରଣ ବୈଠକରେ ଏକ ବିଶେଷ ଦିବସକୁ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ରୂପେ ପାଳନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ଏହା ମାଧ୍ୟମରେ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା, ନିୟମାବଳୀ, ଅଧିକାର ବିଷୟରେ ଆଇନଗତ ସଚେତନତା ଏବଂ ଉଦ୍ଭାବନ କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri