Posted inଫୁରସତ

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ, ଚଳିତ ବର୍ଷର ଥିମ୍‌ ରହିଛି…

ପ୍ରତିବର୍ଷ ଏପ୍ରିଲ ୨୬ରେ ପାଳନ କରାଯାଉଛି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ(world intellectual property day)। ଏହା ୨୦୦୦ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନ (ଡବ୍ଲ୍ୟୁଆଇପିଓ) ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସୃଜନଶୀଳତା ଏବଂ ନୂଆ ଭାବର ପ୍ରବର୍ତ୍ତନ (ଅଭିନବତ୍ୱ) ଦ୍ୱାରା ବିଶ୍ୱର ଅର୍ଥନୀତି ଓ ସମାଜର ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ଉଦ୍ଭାବକ ଓ ନବ ପ୍ରବର୍ତ୍ତକମାନଙ୍କ କୃତିକୁ ମନେ ପକାଇ ସମ୍ମାନ ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ସାରା ବିଶ୍ୱରେ ସୃଜନଶୀଳତା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହନ ଦେବାରେ ବୌଦ୍ଧିକ ସମ୍ପତ୍ତି ଅଧିକାରଗୁଡ଼ିକ ଯଥା ପେଟେଣ୍ଟ, କପିରାଇଟ୍‌, ଟ୍ରେଡ୍‌ ମାର୍କ ଏବଂ ଡିଜାଇନ୍‌ର ଭୂମିକା ଉପରେ ଏହି ଦିବସ ସଚେତନତା ସୃଷ୍ଟି କରିଥାଏ।

ଡବ୍ଲ୍ୟୁଆଇପିଓ ହେଉଛି ଜାତିସଂଘର ଏକ ପୁରୁଣା ଏଜେନ୍ସି। ଜାତିସଂଘର ୧୫ଟି ସ୍ବତନ୍ତ୍ର ଏଜେନ୍ସି ମଧ୍ୟରୁ ଏହା ଅନ୍ୟତମ। ଏହା ୧୪ ଜୁଲାଇ ୧୯୬୭ରେ ପ୍ରତିଷ୍ଠା ହୋଇଥିଲା। ସୁଇଜରଲାଣ୍ଡର ଜେନେଭାରେ ଏହାର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଭାରତ ସମେତ ୧୯୩ ଦେଶ ଡବ୍ଲ୍ୟୁଆଇପିଓର ସଦସ୍ୟ ରହିଛନ୍ତି। ଡବ୍ଲ୍ୟୁଆଇପିଓ ଦ୍ୱାରା ପରିଚାଳିତ ଅନେକ ଚୁକ୍ତିର ଅଂଶୀଦାର ହୋଇଛି ଭାରତ। ୧୯୭୦ ଏପ୍ରିଲ ୨୬ରେ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ସଂଗଠନର ପ୍ରଥମ ସମ୍ମେଳନ ହୋଇଥିଲା। ଉକ୍ତ ଦିନକୁ ହିଁ ବିଶ୍ୱ ବୌଦ୍ଧିକ ଦିବସ ଭାବେ ପାଳନ କରାଯାଉଛି। ସାରା ଦୁନିଆର ଲୋକଙ୍କ ସହ ଯୋଡ଼ିହେବାର ଏକ ଅନନ୍ୟ ଅବସର ପ୍ରଦାନ କରୁଛି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ। ଫଳରେ ବିଶ୍ୱ କଳା ପ୍ରତିଭା କ୍ଷେତ୍ରକୁ ବିକାଶ କରିବାରେ ବୌଦ୍ଧିକ ସମ୍ପତ୍ତି ଦିବସ କିଭଳି ସହାୟକ ହେଉଛି ଏବଂ ମାନବ ପ୍ରଗତିକୁ ଗତି ଦେଉଥିବା ବୈଷୟିକ ଅଭିନବତ୍ୱକୁ ସକ୍ଷମ ବନାଉଛି ତାହା ବୁଝିବା ସହଜ ହୋଇଥାଏ।

ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସର ଏହି ବର୍ଷର ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସର ଥିମ୍‌ ବା ବିଷୟବସ୍ତୁ ହେଉଛି ‘ଆଇପି ଏବଂ ସଂଗୀତ: ଆଇପିର ତାଳ ଅନୁଭବ କରନ୍ତୁ”। ଏହି ବିଷୟଟି ସଙ୍ଗୀତକାର, ସଂଗୀତଜ୍ଞ ଏବଂ ଅନ୍ୟାନ୍ୟ ସଂଗୀତ ସ୍ରଷ୍ଟାଙ୍କ ସୃଷ୍ଟିକୁ ଆଇପି ଅଧିକାର କିପରି ସୁରକ୍ଷା ଦିଏ ତାହା ଉପରେ ଆଲୋକପାତ କରେ।

ଇତିହାସ: ସେପ୍ଟେମ୍ବର ୧୯୯୮ରେ ଡବ୍ଲ୍ୟୁଆଇପିଓର ସଦସ୍ୟ ରାଷ୍ଟ୍ରଗୁଡିକ ସମ୍ମେଳନକୁ ଦେଇଥିବା ବିବୃତ୍ତି ଅନୁଯାୟୀ, ନ୍ୟାଶନାଲ ଆଲଜେରିଆ ଇଣ୍ଡଷ୍ଟ୍ରିଆଲ ପ୍ରପର୍ଟି ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଏନ୍‌ଏପିଆଇ) ମହାନିର୍ଦ୍ଦେଶକ ୭ ଏପ୍ରିଲ ୭ ୧୯୯୯ରେ ଅନ୍ତର୍ଜାତୀୟ ବୌଦ୍ଧିକ ସମ୍ପତ୍ତି ଦିବସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେଇଥିଲେ। ବୌଦ୍ଧିକ ସମ୍ପତ୍ତିର ପୃଷ୍ଠପୋଷକମାନଙ୍କ ସଫଳତାକୁ ସାରା ବିଶ୍ୱକୁ ପରିଚୟ କରାଇବା ଏବଂ ଅଭିନବତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଢାଞ୍ଚା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଦିବସ ପାଳନକୁ ଗୁରୁତ୍ୱ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୯ ଅଗଷ୍ଟ ୧୯୯୯ରେ ଡବ୍ଲ୍ୟୁଆଇପିଓର ଚାଇନା ପ୍ରତିନିଧି ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତାବ ଆଗତ କରିଥିଲେ। ଫଳରେ ୧ ଅକ୍ଟୋବର ୧୯୯୯ରେ ଡବ୍ଲ୍ୟୁଆଇପିଓର ଏକ ସାଧାରଣ ବୈଠକରେ ଏକ ବିଶେଷ ଦିବସକୁ ବିଶ୍ୱ ବୌଦ୍ଧିକ ସମ୍ପତ୍ତି ଦିବସ ରୂପେ ପାଳନ କରାଯିବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଥିଲା। ଏହା ମାଧ୍ୟମରେ ବୌଦ୍ଧିକ ସମ୍ପତ୍ତି ସୁରକ୍ଷା, ନିୟମାବଳୀ, ଅଧିକାର ବିଷୟରେ ଆଇନଗତ ସଚେତନତା ଏବଂ ଉଦ୍ଭାବନ କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri