ଜାଣନ୍ତୁ ସୁଭଦ୍ରା ଯୋଜନାରୁ କିଏ ପଡ଼ିବେ ବାଦ୍‌, ଆଉ ଯୋଗ୍ୟ ହିିତାଧିକାରୀଙ୍କ ଆବେଦନ ପାଇଁ ଦରକାର କେଉଁ ଡକ୍ୟୁମେଣ୍ଟ

ଭୁବନେଶ୍ୱର,୨୪ା୬: ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଚାଲିଛି। ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ୪ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍‌ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା।

ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଏବଂ କିଏ ବାଦ୍‌ ପଡ଼ିବେ ଏହାକୁ ନେଇ ଚାଲିଛି ଆଲୋଚନା।
୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ବି ଘୋଷଣା କରାଯାଇଛି।

ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ଜାଣନ୍ତୁ…

୧.ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ।

୨.ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ।

୩. କେବଳ ବିବାହିତା ମହିଳାମାନେ ଅନ୍ତର୍ଭୁକ୍ତ ହୋଇପାରିବେ।

୪.ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ।

୫.ଆବେଦନକାରୀ କୌଣସି ସରକାରୀ ଚାକିରି କରି ନ ଥିବେ।

୬.ଅବିବାହିତାମାନେ ଆବେଦନରୁ ବାଦ୍‌ ପଡ଼ିବେ।

ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଓ୍ବେବ୍‌ସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନକାରୀମାନେ ଓ୍ବେବ୍‌ସାଇଟ୍‌କୁ ଯାଇ ନିଜର ତଥ୍ୟ ପୂରଣ କରି ଆବେଦନ କରିବେ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କ’ଣ କ’ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ଜାଣି ରଖନ୍ତୁ।

-ଆଧାର କାର୍ଡ
-ବ୍ୟାଙ୍କ ଆକାଉଣ୍ଟ ତଥ୍ୟ
-ଠିକଣା ପ୍ରମାଣପତ୍ର
-ମୋବାଇଲ ନମ୍ବର
-ପାସପୋର୍ଟ ଫଟୋ
-ଆୟ ପ୍ରମାଣପତ୍ର
-ରାଶନ କାର୍ଡ

ଖୁବ୍‌ଶୀଘ୍ର ନୋଟିଫିକେଶନ ଆସିବ ଓ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରଡ଼ା ବିଭାଗୀୟ ବୈଠକରେ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ଏବଂ ସୁଭଦ୍ରା ଯୋଜନା ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି ୧୦୦ ଦିନ ଭିତରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେନିସ ଖେଳାଳିଙ୍କ ସହ ନଜର ଆସିଲେ ଯୁବରାଜ, ହରଭଜନ କହିଲେ…

ନୂଆଦିଲ୍ଲୀ,୮।୧୨: ଟିମ ଇଣ୍ଡିଆର କିମ୍ବଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଏକ ଫଟୋସୁଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଏଥିରେ ସେ ଜଣେ ବିଦେଶୀ ମହିଳାଙ୍କ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

‘ବ୍ରିଟିଶମାନେ ପ୍ରଥମେ ବଙ୍ଗଳାକୁ ବିଭାଜିତ କରିଥିଲେ, ବନ୍ଦେ ମାତରମ ସେମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଗଲା’ – ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଲୋକ ସଭାର ଶୀତକାଳୀନ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଥିଲେ। ସେ ‘ବନ୍ଦେ ମାତରମ’ର ୧୫୦ତମ ବାର୍ଷିକୀ ଉପରେ ଏକ...

ବାରବାଟୀରେ ଟିମ ଇଣ୍ଡିଆ ଖେଳାଳି: ଅଭ୍ୟାସ ଦେଖିପାରିବେ ଦର୍ଶକ

କଟକ,୮।୧୨: ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର ଚାଲିଛି। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହାପୂର୍ବରୁ...

ବିଗ ବସ ୧୯ ବିଜେତା: ଗୌରବ ଖାନ୍ନା ୫୦ ଲକ୍ଷ ନୁହେଁ, ଏତିକି କୋଟି ଟଙ୍କା ନେଇ ଫେରିଲେ

ମୁମ୍ବାଇ,୮।୧୨: ସଲମାନ ଖାନଙ୍କ ରିଆଲିଟି ଶୋ ବିଗ ବସ ୧୯ର ଶେଷ ଏପିସୋଡ ଏକ ବ୍ଲକବଷ୍ଟର ଥିଲା। ରବିବାର ରାତି ଶେଷ ପର୍ଯ୍ୟନ୍ତ ବିଜେତାଙ୍କ ଭାଗ୍ୟ...

ବିଗ୍‌ ବସ୍‌ ଜିତିଲେ ଗୌରବ: ଜାଣନ୍ତୁ ତାଙ୍କ ବିଷୟରେ ରୋଚକ କଥା

କଲର୍ସ ଟିଭିରେ ପ୍ରସାରିତ ରିଆଲିଟି ଶୋ’ ବିଗ୍‌ ବସ୍‌ ସିଜନ୍‌ ୧୯ରେ ବାଜିମାରି ନେଇଛନ୍ତି ଗୌରବ ଖାନ୍ନା। ଏଥିସହ ସାଢ଼େ ୩ ମାସ ଧରି ଚାଲିଥିବା...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ନେତାନ୍ୟାହୁଙ୍କ ବଡ଼ ବୟାନ, କହିଲେ ରାଜନୀତି ଛାଡ଼ିବି ନାହିଁ

ଜେରୁଜେଲମ,୮।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ସେ ଏହି ମାସ ଶେଷରେ ଗାଜା ଶାନ୍ତି ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଉପରେ ଆମେରିକା ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri