ଶ୍ରୀକାନ୍ତଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର ରାଓ

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତା ରାଜକୁମାର ରାଓ । ଶହୀଦ, ନ୍ୟୁଟନ ଭଳି ଫିଲ୍ମରେ ସେ ତାଙ୍କ ଅଭିନୟର ଛାପ ଛାଡିଛନ୍ତି । ଏବେ ଅଭିନେତା ଖୁବଶୀଘ୍ର ଏକ ବାୟୋପିକରେ ନଜର ଆସିବେ । ସୂଚନାଯୋଗ୍ୟ, ନେତ୍ରହୀନ ବିଜନେସମ୍ୟାନ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକରେ ନଜର ଆସିବେ ରାଜକୁମାର । ହେଲେ ଶ୍ରୀକାନ୍ତ ବୋଲାଙ୍କୁ ଖୁବ୍ କମ୍ ଲୋକ ଜାଣିଥିବା ବେଳେ ସେ ଜନ୍ମରୁ ହିଁ ତାଙ୍କର ଦୁଇଟି ଯାକ ଆଖି ହରାଇଛନ୍ତି । ନିକଟରେ ରାଜକୁମାର ରାଓ ଟିସିରିଜ ପ୍ରଡକ୍ସନରେ ଏକ ବାୟୋପିକ ସାଇନ୍ କରିଛନ୍ତି । ଯାହାର ନିର୍ଦ୍ଦେଶନା ତୁଷାର ହିରାନନ୍ଦାନି କରୁଛନ୍ତି । ରାଜକୁମାର ରାଓଙ୍କ ଏହି ବହୁ ଚର୍ଚ୍ଚିତ ଫିଲ୍ମ ନାମୀ ବ୍ୟବସାୟୀ ଶ୍ରୀକାନ୍ତ ବୋଲାଙ୍କ ଜୀବନି ଉପରେ ଆଧାରିତ । ଶ୍ରୀକାନ୍ତ ବୋଲା ଆନ୍ଧ୍ରପ୍ରଦେଶ ମଛଲି ପଟ୍ଟନମର ଏକ ଛୋଟିଆ ଗାଁ ସୀତାରାମପୁରରେ ବସବାସ କରନ୍ତି । ଶ୍ରୀକାନ୍ତ ହେଉଛନ୍ତି ବୋଲାଣ୍ଟ ଇଣ୍ଡଷ୍ଟ୍ରିଜର ମାଲିକ । ତାଙ୍କର ବାର୍ଷିକ ଟର୍ନ ଓଭର କୋଟି କୋଟି ଟଙ୍କା ବୋଲି ଜଣାପଡିଛି । ବହୁ ସଂଘର୍ଷ ଦେଇ ଗତି କରିଥିବା ଶ୍ରୀକାନ୍ତ ସାଇନ୍ସ ଷ୍ଟ୍ରିମରେ ପାଠ ପଢିବାକୁ ଆଇନର ସାହାଯ୍ୟ ଲୋଡିଥିଲେ । ଆଉ ଏଥିରେ ସଫଳତା ମିଳିଥିା ଶ୍ରୀକାନ୍ତଙ୍କୁ । ଏମିତ ଏକ ସଂଘର୍ଷ ଓ ସଫଳତାର କାହାଣୀକୁ ନେଇ ନିର୍ମାଣ କରାଯିବ ଦୃଷ୍ଟି ବାଧିତ ବିଜନେସମ୍ୟାନ ଶ୍ରୀକାନ୍ତ ବୋଲାଙ୍କ ବାୟୋପିକ । ଯେଉଁଥିରେ ରାଜକୁମାର ରାଓ ମୁଖ୍ୟ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri