Posted inଜାତୀୟ

୩୫୦ ଥର ପରାଜିତ ହୋଇଥିଲେ, ତଥାପି ଜିତିବା ଲାଗି ନୁହେଁ ବରଂ ହାରିବା ଲାଗି ନିର୍ବାଚନ ଲଢ଼ୁଥିଲେ ଏହି ବ୍ୟକ୍ତି; ଜାଣନ୍ତୁ କିଏ?

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶର ବରେଲି ସହରର କାକା ଜୋଗିନ୍ଦର ସିଂ ଓରଫ ଧରତି ପକଡ଼ ୧୯୬୨ରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତିଟି ନିର୍ବାଚନ ଲଢ଼ିଥିଲେ। ଜିତିବା ପାଇଁ ନୁହେଁ ବରଂ ହାରିବା ଲାଗି ସେ ସର୍ବଦା ନାମାଙ୍କନ କରୁଥିଲେ। କାକା ଯୋଗିନ୍ଦରଙ୍କ ଏହି ବିଶେଷତା ଯୋଗୁ ସାରା ଦେଶରେ ତାଙ୍କର ଲୋକପ୍ରିୟତା ବଢ଼ିଥିଲା। ସେ ନିଜ ଜୀବନରେ ମେୟରଠାରୁ ଆରମ୍ଭ କରି ବିଧାନସଭା, ଲୋକ ସଭା , ଉପରାଷ୍ଟ୍ରପତି ଏବଂ ରାଷ୍ଟ୍ରପତି ପଦ ଭଳି ପ୍ରତିଟି ନିର୍ବାଚନ ଲଢ଼ିଥିଲେ। ମୋଟ ଉପରେ ଦେଖିଲେ ୩୬ ବର୍ଷରେ ସେ ୩୫୦ ନିର୍ବାଚନ ଲଢ଼ିଥିଲେ। ସବୁ ନିର୍ବାଚନରେ ସେ କେବଳ ନାମାଙ୍କନ କରୁଥିଲେ। ଭୋଟରଙ୍କ ପାଖକୁ ଯାଇ ଭୋଟ ନ ଦେବାକୁ କହୁଥିଲେ। ତାଙ୍କର ପ୍ରଚାରର ଶୈଳୀ ଭିନ୍ନ ଥିଲା। ସେ ସାଇକେଲରେ ପ୍ରଚାର କରୁଥିଲେ। ଏଣୁ ତାଙ୍କୁ ବାରମାସିଆ ପ୍ରାର୍ଥୀ ବୋଲି କୁହାଯାଉଥିଲା। ହାରି ଯିବା ପରେ ସେ ସମଗ୍ର ଅଞ୍ଚଳରେ ମିଠା ବାଣ୍ଠୁଥିଲେ। ତେବେ ତାଙ୍କୁ ପ୍ରତ୍ୟେକ ବିଧାନସଭାରେ କିଛି ଭୋଟ ନିଶ୍ଚିତ ମିଳୁ ଥିଲା।

ପ୍ରତିଟି ନିର୍ବାଚନରେ କାକା ଯୋଗିନ୍ଦର ସିକ୍ୟୁରିଟି ଟଙ୍କା ସରକାରଙ୍କ କାମରେ ଆସୁ ଭାବି ନାମାଙ୍କନ ରାଶି ଜମା କରୁଥିଲେ। ସେ ସର୍ବଦା ଦେଶରେ ଇଲେକ୍ସନ ନୁହେଁ, ସିଲେକ୍ସନ ହେବା ଉଚିତ ବୋଲି ଧାରଣା ରଖୁଥିଲେ। କାରଣ ନିର୍ବାଚନ ଯୋଗୁ ଦେଶ ଉପରେ ଖର୍ଚ୍ଚର ବୋଝ ବଢ଼ିଥାଏ। କେବଳ ଦଳ ଦେଖି ପ୍ରାର୍ଥୀ ବାଛିଥାନ୍ତି ଦଳ। ଏଣୁ ସର୍ବଦା ଜନସାଧାରଣ ପ୍ରାର୍ଥୀ ଚୟନ କରନ୍ତୁ ବୋଲି ସେ କହିଆସୁଥିଲେ। ହେଲେ ସେ ସର୍ବାଧିକ ଥର ନିର୍ବାଚନ ଲଢ଼ିବାର ରେକର୍ଡ ନିଜ ନାମରେ କରିବାକୁ ଲଢ଼ୁଥିଲେ।

ଏକଦା କାକା ଯୋଗିନ୍ଦର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ନିଜର ନାମାଙ୍କନ କରିଥିଲେ। ସେ ରାଷ୍ଟ୍ରପତି ନିର୍ବାଚନରେ ଡା. ଶଙ୍କରଦୟାଲ ଶର୍ମା ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ କେ ଆର୍‌ ନାରାୟଣଙ୍କ ବିପକ୍ଷରେ ଛିଡ଼ା ହୋଇଥିଲେ। ସେତେବେଳେ ଏହି ଦୁଇ ପଦରେ ନିନ୍ଦ୍ୱନ୍ଦ୍ୱରେ ନିର୍ବାଚନ ହେବା ଲାଗି ଶାସକ ଏବଂ ବିରୋଧୀ ଦଳ ସହମତ ଥିଲେ। ହେଲେ କାକା ଯୋଗିନ୍ଦରଙ୍କ ଯୋଗୁ ତାହା ହୋଇପାରି ନ ଥିଲା।

କାକା ଯୋଗିନ୍ଦର ସିଂ ଭାରତର ଗୁଞ୍ଜରାବାଲା(ଏବେ ପାକିସ୍ତାନ)ରେ ୧୯୧୮ରେ ଜନ୍ମଗ୍ରହଣ କରିଥିଲେ। ବଣ୍ଟାଯିବା ପରେ ତାଙ୍କ ପରିବାର ବରେଲିରେ ରହି ଯାଇଥିଲା। ଏଠାର ବଡ ବଜାରରେ କାକାଙ୍କର ପୋଷାକ ଦୋକାନ ଆଜି ମଧ୍ୟ ରହିଛି। ସେ ନିଜର ପ୍ରଥମ ନିର୍ବାଚନ ବରେଲି ସହର ବିଧାନସଭାରୁ ୧୯୬୨ରେ ଲଢ଼ିଥିଲେ। ତାଙ୍କୁ ମୋଟ ୭୪୭ ଭୋଟ ମିଳିଥିଲା। ଏହାପରେ ସେ ସବୁ ନିର୍ବାଚନରେ ନାମାଙ୍କନ କରିଥିଲେ। କେବଳ ଉତ୍ତରପ୍ରଦେଶ ନୁହେଁ, ବରଂ ଅନ୍ୟ ରାଜ୍ୟରୁ ମଧ୍ୟ ସେ ନାମାଙ୍କନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ତଳକୁ ଖସିଲା ଟ୍ରଲର: ଲାଗିଲା ନିଆଁ, ଆଉ ତା’ପରେ…

ପଟାଙ୍ଗୀ,୨୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଅଧିନସ୍ଥ ରାଲେଗଡା ପଞ୍ଚାୟତ ଯୋଡିମାଦିଲି ଘାଟିରେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡ଼ିଛି ଏକ ଟ୍ରଲର।...

ଶ୍ରୀମନ୍ଦିରରେ ରକ୍ତ ଛିଟା: ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

ଭୁବନେଶ୍ୱର,୨୧।୧: ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହେବ ହେବ ବଡ଼ ମହାସ୍ନାନ ନୀତି। ଭିତର କାଠ ନିକଟ ଚାଙ୍ଗେଡ଼ା ଘରେ ରକ୍ତ ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି।...

ସୁନା ଦର ଆକାଶଛୁଆଁ: ଦେଢ଼ଲକ୍ଷ ଟପିଲା ଦାମ୍‌, ଭୁବନେଶ୍ୱରରେ ଜାଣନ୍ତୁ କେତେ…

ନୂଆଦିଲ୍ଲୀ,୨୧।୧: ଆଉ ମାରିହେବନି ହାତ। ସୁନା ଦର ଆକାଶଛୁଆଁ। ଦେଢ଼ଲକ୍ଷ ଟପିଲା ଦାମ୍‌। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧ ଲକ୍ଷ ୫୪...

ସ୍ବିଜରଲାଣ୍ଡ ଯାଉଥିଲେ ଟ୍ରମ୍ପ, ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ହଠାତ୍‌ ଖରାପ ହେଲା ବିମାନ, ତା’ପରେ..

ଓ୍ବାଶିଂଟନ୍‌,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ସ୍ବିଜରଲାଣ୍ଡର ଡାଭୋସ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ, ଉଡ଼ାଣ ଆରମ୍ଭ ହେବାର...

କଲେଜ ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାହିଁକି ଏମିତି ଚରମ ନିଷ୍ପତ୍ତି ନେଲେ କାରଣ ଅସ୍ପଷ୍ଟ

ସମ୍ବଲପୁର,୨୧।୧(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ସେ ହେଉଛନ୍ତି ସୁନ୍ଦରଗଡ଼...

ରାଜ୍ୟରେ ବଢିଲା ତାପମାତ୍ରା

ଭୁବନେଶ୍ୱର,୨୧।୧: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି...

ପିସ୍ତଲରୁ ନିଜକୁ ଗୁଳି କରିଦେଲେ ଯୁବ କଂଗ୍ରେସ ନେତା, ସହରରେ ଶୋକର ଛାୟା

ସୋନପୁର,୨୧l୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା କଂଗ୍ରେସ କମିଟିର କୋଷାଧ୍ୟକ୍ଷ ରାଜେଶ ମିଶ୍ର(୪୦) ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ସୁବର୍ଣ୍ଣପୁର ସହର...

ମୋ ସ୍ବାମୀ ମୋତେ ମାରିଦେବେ….କାହିଁକି ଏମିତି କହିଲେ ମହାକାଶଚାରୀ ସୁନିତା ୱିଲିୟମ୍ସ

ନୂଆଦିଲ୍ଲୀ,୨୧।୧: ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତରେ ଅଛନ୍ତି। ସେ ଦିଲ୍ଲୀରେ ସ୍ବର୍ଗତ କଳ୍ପନା ଚାୱଲାଙ୍କ ୯୦ ବର୍ଷୀୟା ମାଆଙ୍କୁ ଭେଟିଥିଲେ। ସାକ୍ଷାତ ସମୟରେ ଦୁହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri